ଅହମଦାବାଦ୍, ୧୯।୩: ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେବେ ଗୁଜରାଟରେ ଶିକ୍ଷା ବିଭାଗ ସରକାରୀ ସ୍କୁଲ ଶିକ୍ଷକଙ୍କୁ ପିଲାଙ୍କ ଘର ଘର ବୁଲି ପରୀକ୍ଷା ପ୍ରଶ୍ନପତ୍ର ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହାକୁ ଶିକ୍ଷକ ସଂଘ ପକ୍ଷରୁ ବିରୋଧ କରାଯାଉଛି। ତେବେ ସୋସିଆଲ୍ ମିଡ଼ିଆରେ ପାଠ ପଢ଼ାଇବା ପାଇଁ ସରକାର ଶିକ୍ଷକଙ୍କୁ କହିଛନ୍ତି। ଅଭିଭାବକଙ୍କ ମୋବାଇଲ୍ ନମ୍ବର ନେଇ ଶିକ୍ଷକମାନଙ୍କୁ ହ୍ବାଟସ୍ ଆପ୍ ଗ୍ରୁପ୍ କରିବାକୁ କୁହାଯାଇଛି। ଏଥିରେ ପିଲାଙ୍କ ହୋମ୍ ଓ୍ବାର୍କ ଶେୟାର କରିବାକୁ ପଡ଼ିବ। ସେହିପରି ହ୍ବାଟସ୍ ଆପ୍ରେ ଖାତା ଦେଖା ବି ହେବ। ପ୍ରତି ଶନିବାର ହେଉଥିବା ପରୀକ୍ଷା ମଧ୍ୟ ହ୍ବାଟସ୍ ଆପ୍ରେ କରାଯିବ।