ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ଶରୀରର ଲୋମଛିଦ୍ର ଏହା ଦ୍ୱାରା ବନ୍ଦ ହୋଇଯାଇଥାଏ। ତେବେ ସପ୍ତାହରେ ଥରେ ସୋନା ବାଥ୍ ନେଲେ ଏସବୁ ସମସ୍ୟାରୁ ମୁକ୍ତି ମିଳିବା ସହିତ ସୌନ୍ଦର୍ଯ୍ୟ ଦୀର୍ଘସ୍ଥାୟୀ ରହିଥାଏ। ସୋନା ବାଥ୍ରେ ଚଟାଣରେ ଗରମ ପାଣି ଢ଼ଳାଯାଇଥାଏ। ବାଥ୍ ରୁମ୍ ଭିତରେ ଗରମ ବାଷ୍ପ ମଧ୍ୟରେ ଟେବୁଲ ଅବା ଚେୟାରରେ ବସି ରହି ଏହି ବାଥ୍ କରାଯାଇଥାଏ। ଏହାଦ୍ୱାରା ଶରୀରରେ ଥିବା ଡେଡ୍ ସେଲ୍ ବାହାରି ଯିବା ସହିତ ଲୋମଛିଦ୍ର ଖୋଲି ଯାଇଥାଏ। ଏପରି ବାଥ୍ରେ ଶରୀରର ଯନ୍ତ୍ରଣା ଦୂର ହୋଇଥାଏ। ଅନିଦ୍ରା ସମସ୍ୟା ଏହା ଦ୍ୱାରା ଦୂର ହୁଏ। ସୋନା ବାଥ୍ ଦ୍ୱାରା ମାନସିକ ଅବସାଦ ଦୂର ହୋଇ ମନ ଶାନ୍ତ ହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।