ସ୍କୁଲ ଯିବାକୁ ଛାତ୍ରୀଛାତ୍ରଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ: ୭୫% ଉପସ୍ଥାନ ଥିଲେ ବର୍ଷକୁ ମିଳିବ ୬ ହଜାର

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ବନ୍ଦ କରାଯିବ। ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି। ତେବେ ବନ୍ଦ ହୋଇଥିବା ସ୍କୁଲର ପିଲା ନିକଟ ସ୍କୁଲରେ ପାଠ ପଢ଼ିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ସ୍କୁଲ ୧ କିମିରୁ ଅଧିକ ଦୂର ହେଲେ ଯାତାୟାତ ଖର୍ଚ୍ଚ ସରକାର ଦେବେ। ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ଥିଲେ ମାସକୁ ୬ଶହ, ବାର୍ଷିକ ୬ ହଜାର ଟଙ୍କା ମିଳିବ। ସେହିପରି ୫୦ରୁ ୭୫ ପ୍ରତିଶତ ଉପସ୍ଥାନ ପାଇଁ ମାସକୁ ୪ ଶହ, ବାର୍ଷିକ ୪ ହଜାର ଟଙ୍କା ମିଳିବ। ୩୦ରୁ ୫୦ ପ୍ରତିଶତ ଉପସ୍ଥାନ ପାଇଁ ମାସିକ ୩ଶହ, ବାର୍ଷିକ ୩ ହଜାର ଟଙ୍କା ମିଳିବ। ୩୦ ପ୍ରତିଶତରୁ କମ୍‌ ଉପସ୍ଥାନ ଥିଲେ ଯାତାୟାତ ଖର୍ଚ୍ଚ ମିଳିବ ନାହିଁ। ଏହି ଯାତାୟାତ ଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଶନିବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଖସିଲା ହେଲିକପ୍ଟର: ୬ ମୃତ

ନ୍ୟୁୟର୍କ,୧୨।୪:ନ୍ୟୁୟର୍କ ସିଟିର ହଡ୍‌ସନ ନଦୀରେ ଏକ ହେଲିକପ୍ଟର ଖସିପଡ଼ିବାରୁ ଏଥିରେ ଥିବା ସମସ୍ତ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ପେନ୍‌ର ଟେକ୍‌ନୋଲୋଜି କମ୍ପାନୀ...

ରାଜପଥରେ କିଏ ଛାଡ଼ିଗଲା ବାଇକ୍‌, ଲୋକେ ଭୟଭୀତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ୫୯ ନଂ ଜାତୀୟରାଜପଥର କାରିପାଙ୍ଗାଠାରେ ଏକ ଅଜଣା ଲୋକ ବାଇକ୍‌ ଛାଡ଼ି ପଲାଇଯାଇଥିବା ନେଇ...

ବଢ଼ୁଛି କନ୍ୟାଭ୍ରୂଣ ହତ୍ୟା: ୩୦୦ ଗର୍ଭପାତ କେନ୍ଦ୍ରର ଲାଇସେନ୍ସ ରଦ୍ଦ

ଚଣ୍ଡୀଗଡ଼,୧୨।୪:ହରିୟାଣାରେ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ଉଦ୍‌ବେଗଜନକ ଭାବେ ହ୍ରାସ ପାଇଚାଲିଛି। ୨୦୨୪ର ତଥ୍ୟ ଅନୁଯାୟୀ ପ୍ରତି ୧୦୦୦ ପୁଅରେ ଝିଅ ସଂଖ୍ୟା ୯୧୦କୁ ହ୍ରାସ...

ଭିଜିଲାନ୍ସ କୋର୍ଟରେ ପୂର୍ବତନ ସିଡିପିଓ ଦଣ୍ଡିତ

ଭବାନୀପାଟଣା,୧୨ା୪(ଉତ୍ତମ କୁମାର ଦାଶ): ନୂଆପଡ଼ା ଜିଲା ସିନାପାଲି ବ୍ଲକର ପୂର୍ବତନ ସିଡିପିଓ ବିଜୟା ଲକ୍ଷ୍ମୀ ମାରାଣ୍ଡି ଶୁକ୍ରବାର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଭବାନୀପାଟଣା ସ୍ବତନ୍ତ୍ର...

କାହିଁକି ସସ୍ମିତ ନେଲେ ଏତେ ବଡ଼ ନିଷ୍ପତ୍ତି: ଗୁମର ଖୋଲିଦେଲେ ସପ୍ତଗିରି

ଭୁବନେଶ୍ୱର,୧୨।୪(ରବିନାରାୟଣ ଜେନା):ରାଜ୍ୟ ସଭାରେ ଓ୍ବକ୍‌ଫ ବିଲ୍‌ ପାରିତ ବେଳେ ବିଜେଡି ସଦସ୍ୟ ଡ. ସସ୍ମିତ ପାତ୍ରଙ୍କ ଉପରେ ଦ୍ୱିତୀୟ କ୍ଷମତା କେନ୍ଦ୍ରର ଚାପ ଥିଲା ବୋଲି...

ମହାନଦୀକୁ ପ୍ରଦୂଷିତ କରୁଛି ଆଶ୍‌ପଣ୍ଡରୁ ନିର୍ଗତ ପାଉଁଶ ପାଣି

ଲଖନପୁର,୧୨।୪(ଗୌତମ ସାହୁ): ପଡ଼ୋଶୀ ଛତିଶଗଡ଼ରେ ସ୍ଥାପିତ ଅନେକ କଳକାରଖାନା ବିଭିନ୍ନ ଉପାୟରେ ମହାନଦୀକୁ ପ୍ରଦୂଷିତ କରୁଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ...

ଖାଲି ପଡ଼ିଥିବା ୧୧୩୪ ପଞ୍ଚାୟତସ୍ତରର ପଦବୀ ପୂରଣ ହେବ

ଭୁବନେଶ୍ୱର,୧୨ା୪(ସୁନିତ୍‌ ମିଶ୍ର): ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ପ୍ରାଥମିକ ପଦକ୍ଷେପ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ...

୩୦ ଓଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ୱର,୧୨।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀ(ଏସ୍‌ଏଜି)ଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେଥିମଧ୍ୟରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image