ସ୍ତ୍ରୀ, ପୁଅକୁ ଛାଡ଼ି କାଠଯୋଡ଼ିକୁ ଡେଇଁବା ଘଟଣା: ସପ୍ତାହେ ପରେ ମିଳିଲା ଦେବବ୍ରତଙ୍କ ମୃତଦେହ

କଟକ ଅଫିସ/କଣ୍ଟାପଡ଼ା,୧୬।୧୦(ଡି.ଏନ୍‌.ଏ.): ସପ୍ତାହେ ପରେ କାଠଯୋଡ଼ିକୁ ଡେଇଁ ନିଖୋଜ ହୋଇଯାଇଥିବା ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୯ ତାରିଖରେ ସ୍ତ୍ରୀଙ୍କ ସହ ଝଗଡ଼ା ଲାଗିବାରୁ ସେ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ। ଗୋବିନ୍ଦପୁର ଥାନା ଦେବୀ ନଦୀର ରାହାମ୍ବା ନିକଟରୁ ବୁଧବାର ଦେବବ୍ରତଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା କଟକ ଗ୍ରାମାଞ୍ଚଳ ଏସ୍‌ପି ସ୍ପଷ୍ଟ କରିଛନ୍ତି।

ସୂଚନାନୁଯାୟୀ, ବୁଧବାର ରହମ୍ବା ନିକଟ ଦେବୀ ନଦୀରେ ନିର୍ମାଣାଧିନ ବ୍ରିଜରେ ଏକ ଅଜଣା ଯୁବକଙ୍କ ମୃତଦେହ ଲାଗିଥିବା ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଗୋବିନ୍ଦପୁର ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ତେବେ ମୃତକଙ୍କ ପକେଟରୁ ଏକ ମୋଟର ସାଇକେଲ ପଞ୍ଜିକରଣ କାର୍ଡ ଉଦ୍ଧାର କରାଯିବା ପରେ ମୃତଦେହଟି ଦେବବ୍ରତଙ୍କର ବୋଲି ଜଣାପଡ଼ିଥିବା ପୋଲିସ କହିଛି।

ପ୍ରକାଶଯୋଗ୍ୟ, ନିଆଳି କରଞ୍ଜ ଗ୍ରାମର ଦେବବ୍ରତ ୨୦୧୪ରେ କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ କଲରାବାଙ୍କ ଅଞ୍ଚଳର ଶୁଭଲକ୍ଷ୍ମୀ ପରିଡାଙ୍କୁ ବିବାହ କରିଥିଲେ। ଦେବବ୍ରତ ଯାଜପୁରରେ ଥିବା ଏକ କମ୍ପାନୀର ଆଉଟସୋର୍ସିଂ ବିଭାଗରେ କାର୍ଯ୍ୟ କରୁଥିବାବେଳେ ଶୁଭଲକ୍ଷ୍ମୀ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ବନକାଟୀ ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରନ୍ତି। ଉଭୟଙ୍କର ଏକ ୪ବର୍ଷର ଶିଶୁପୁତ୍ର ଅଛି। କିଛିମାସ ହେବ ଉଭୟଙ୍କ ଭିତରେ ବିଭିନ୍ନ ଘଟଣାକୁ ନେଇ ଅନେକ ଥର ଝଗଡ଼ା ହୋଇଛି। ଏପରି କି ଉଭୟ ପକ୍ଷର ପରିବାର ଲୋକଙ୍କ ହସ୍ତକ୍ଷେପ ପରେ ଝଗଡ଼ା ସମାଧାନ ହୁଏ। ଗତ ୯ତାରିଖରେ ସେ ସ୍ତ୍ରୀ ଓ ପୁଅଙ୍କୁ ନେଇ ନିଜ ଶଢୁଘର ଯାଜପୁର ଜିଲା ବାରଗାଡିଆ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ସେଠାରେ ଦେବବ୍ରତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ବୁଧବାର ସେ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ବାଇକ(ନଂ.ଓଆର୦୫ଜେଡ-୪୩୭୪)ନେଇ କରଞ୍ଜ ଗ୍ରାମକୁ ଫେରୁଥିଲେ। ବାଟରେ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଦେବବ୍ରତ୍ତ କାଠଯୋଡି ପୋଲ ଉପରେ ବାଇକ ରଖିଥିଲେ। ପରିସ୍ରା ଯିବେ ବୋଲି କହିଥିଲେ ମଧ୍ୟ ରାଗ ତମତମ ହେଉଥିବାରୁ ଶୁଭଲକ୍ଷ୍ମୀ ତାଙ୍କୁ ଯିବାକୁ ଦେଇ ନ ଥିଲେ। ଗୋଟିଏ ହାତରେ ପୁଅକୁ ଧରିଥିବା ବେଳେ ଅନ୍ୟ ହାତରେ ଦେବବ୍ରତଙ୍କୁ ଅଟକାଇବା ତାଙ୍କ ପକ୍ଷରେ କଷ୍ଟକର ହୋଇଥିଲା। ଫଳରେ ଶୁଭଲକ୍ଷ୍ମୀଙ୍କୁ ଠେଲି ଦେଇ ଦେବବ୍ରତ ନଦୀକୁ ଡେଇଁ ପଡ଼ିଥିଲେ। ଏହାଦେଖି ଶୁଭଲକ୍ଷ୍ମୀ ଚିତ୍କାର କରିବାରୁ ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଯାଇଥିଲେ। କଟକ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବାଇକ୍‌କୁ ଜବତ କରିବା ସହ ଶୁଭଲକ୍ଷ୍ମୀ ଓ ତାଙ୍କ ପୁଅକୁ ଥାନାକୁ ନେଇ ପଚରାଉଚରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri