ମିରଠ,୨୦।୮: ପରିବାରରେ ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ବିବାଦ ଥିଲେ ଛାଡ଼ପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହେବା ସାଧାରଣ କଥା। ମାତ୍ର ଉତ୍ତରପ୍ରଦେଶ ମିରଠ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ସବୁବେଳେ ଲଡୁ ଖାଇବାକୁ ଦେବାରୁ ଏଥିରେ ବ୍ୟସ୍ତବିବ୍ରତ ହୋଇ ସ୍ବାମୀ ବିଚରା ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଦେହ କିଛି ଦିନ ତଳେ ଖରାପ ଥିଲା। ଏହାକୁ ନେଇ ସ୍ତ୍ରୀ ଜଣେ ତାନ୍ତ୍ରିକଙ୍କ ସହିତ ପରାମର୍ଶ କରିଥିଲେ। ତାନ୍ତ୍ରିକ ସ୍ବାମୀଙ୍କୁ ଲଡୁ ଖାଇବାକୁ ଦେବାକୁ କହିଥିଲେ। ସେବେଠାରୁ ସ୍ତ୍ରୀ କେବଳ ଲଡୁ ହିଁ ଖାଇବାକୁ ଦେଉଛନ୍ତି। ଏପରିକି ତାଙ୍କୁ ବାହାରେ ଖାଇବାକୁ ମଧ୍ୟ ବାରଣ କରୁଛନ୍ତି। ଏନେଇ ଫ୍ୟାମିଲି କୋର୍ଟ ପକ୍ଷରୁ କାଉନସେଲିଂ ପାଇଁ ଯୋଜନା କରାଯାଇଥିଲେ ମଧ୍ୟ ସ୍ତ୍ରୀଙ୍କ ଅନ୍ଧବିଶ୍ୱାସକୁ କିପରି ଦୂର କରାଯିବ ସେ ଲାଗି ଚିନ୍ତା କରାଯାଉଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।