ସ୍ଥଗିତ ରଥଯାତ୍ରାର ଇତିହାସ

ପୁରୀ ଅଫିସ,୨୫ା୪: ଜୁନ୍‌ ୨୩ରେ ରଥଯାତ୍ରା। ହେଲେ ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଜୁନ୍‌ ବେଳକୁ ଏହାର କୋପ ଅଧିକ ଥିବା ଭଳି ଜଣାପଡୁଛି। ତେଣୁ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଇତିହାସ ପୃଷ୍ଠାକୁ ଓଲଟାଇଲେ ରଥଯାତ୍ରା ବନ୍ଦ ହେବା ସେମିତି କିଛି ନୂଆ ନୁହେଁ। ପୂର୍ବରୁ ଶ୍ରୀମନ୍ଦିର ଉପରେ ଆକ୍ରମଣଜନିତ ପ୍ରତିକୂଳ ପରିସ୍ଥିତିରେ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ ରହିଥିବାବେଳେ ୧୫୫ବର୍ଷ ଧରି ହୋଇପାରିନି ଦାରୁଦିଅଁଙ୍କ ଘୋଷଯାତ୍ରା। ଇତିହାସରୁ ଜଣାପଡ଼େ ଲୁଣ୍ଠନ ଆଶାରେ ଯବନ ଓ ବିଧର୍ମୀମାନେ ୧୮ଥର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ଏଥିଲାଗି ୨୨ଥର ମହାପ୍ରଭୁଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଥିଲା। ଶ୍ରୀକ୍ଷେତ୍ର ଛାଡ଼ି ୧୬୪ ବର୍ଷ ୪ମାସ ବାହାରେ ରହିଥିଲେ ଦାରୁଦିଅଁ। ଏହି ସମୟ ମଧ୍ୟରେ ମାତ୍ର ୮ଥର ଶ୍ରୀକ୍ଷେତ୍ର ବାହାରେ ଏବଂ ଥରେ ଶ୍ରୀମନ୍ଦିର ଭିତରେ ହିଁ ରଥଯାତ୍ରା ସମ୍ଭବ ହୋଇପାରିଛି। ଅର୍ଥାତ୍‌ ୧୫୫ ବର୍ଷ ବନ୍ଦ ରହିଥିଲା ମହାପ୍ରଭୁଙ୍କ ରଥଯାତ୍ରା।
ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ମଧ୍ୟରୁ ୬୭୦-୬୭୫ ମସିହା ମଧ୍ୟରେ ରକ୍ତବାହୁ ଆକ୍ରମଣ କରିବା ପରେ ମହାପ୍ରଭୁ ମହାନଦୀର ଜଳପଥରେ ଯାଇ ସୋନପୁରରେ ପହଞ୍ଚତ୍ଥିଲେ। ସୋନପୁରଠାରୁ ୩୦କି.ମି. ଦୂର ଛଳିଆ ପାହାଡ଼ ପାଦଦେଶରେ ଥିବା ବାଘାପଲ୍ଲୀରେ ୪୫ବର୍ଷ ଏକାନ୍ତରେ ଉପାସିତ ହୋଇଥିଲେ। ସେତେବେଳେ ରଥଯାତ୍ରା ସମ୍ଭବ ହୋଇ ନ ଥିଲା। ଏହାପରେ ଆକ୍ରମଣ ଆଶଙ୍କା ଦେଖାଦେବାରୁ ଦାରୁବିଗ୍ରହଙ୍କୁ ପାହାଡ଼ର ଅପର ପାର୍ଶ୍ୱ ଏକ ଗୁମ୍ଫାରେ ୯୯ବର୍ଷ ଧରି ପାତାଳି କରାଯାଇଥିଲା। ସେହି ୧୪୪ ବର୍ଷ ମଧ୍ୟରେ ରଥଯାତ୍ରା ହୋଇଥିବା ପ୍ରମାଣ ମିଳିନାହିଁ।
୧୫୦୯ରେ ଶ୍ରୀମନ୍ଦିର ଉପରେ ଚତୁର୍ଥ ଆକ୍ରମଣ କାଳରେ ମହାପ୍ରଭୁ ଚିଲିକାର ଚଢେଇଗୁହା ପାହାଡ଼ ଗୁମ୍ଫାରେ ବିଜେ କରିଥିଲେ। ୧୬୦୧ରେ ମିର୍ଜା ଖୁରୁମ୍‌ ଆକ୍ରମଣ ସମୟରେ ଦାରୁବିଗ୍ରହ ପୁରୀ ଜିଲା କପିଳେଶ୍ୱରପୁରଠାରେ ଥିଲେ। ୧୬୦୭ରେ ହାସିମ୍‌ ଖଁା ଆକ୍ରମଣ କରିବାରୁ ଗଡ଼ଖୋର୍ଦ୍ଧାର ଗୋପାଳ ମନ୍ଦିରରେ ଦାରୁବିଗ୍ରହ ବିଜେ କରିଥିଲେ। ୧୬୧୨ରେ କଲ୍ୟାଣମଲ୍ଲଙ୍କ ଆକ୍ରମଣ ବେଳେ ଚିଲିକାର ଗୁରୁବାଈ ଗଡ଼ ଭିତରେ ଠାକୁରଙ୍କୁ ରଖାଯାଇଥିଲା। ୧୬୧୭ରେ ମକରମ୍‌ ଖଁା ଆକ୍ରମଣ କରିବାରୁ ବାଣପୁରର ଗବପଦରଠାରେ ବର୍ଷେରୁ ଅଧିକ ସମୟ ରହିଥିଲେ ଦାରୁଦିଅଁ। ୧୭୩୧ରେ ତକି ଖଁାଙ୍କ ଆକ୍ରମଣ କାଳରେ ପ୍ରଥମେ ବାଣପୁରର ନଇରୀଠାରେ ବର୍ଷେ ୪ ମାସ ରହିବାପରେ ଗଞ୍ଜାମ ଜିଲାର ଖଲ୍ଲିକୋଟ ଦେଇ ଚିକିଲ୍ଲିଠାରେ ପାଖାପାଖି ଦୁଇବର୍ଷ ଠାକୁର ରହିଥିଲେ। ତକି ଖଁାଙ୍କ ଦ୍ୱିତୀୟ ଆକ୍ରମଣ ସମୟରେ ୧୭୩୩ ମସିହାରେ ମହାପ୍ରଭୁ ଗଞ୍ଜାମ ଜିଲାର ଆଠଗଡ଼ ନିକଟ ହାତୀବାରି ପାହାଡ଼ ଉପତ୍ୟକାର ମାରଦାଠାରେ ୨ବର୍ଷ ୨ମାସ ରହିଥିଲେ। ଏହିସବୁ ସମୟରେ ମଧ୍ୟ ରଥଯାତ୍ରା ହୋଇପାରି ନ ଥିଲା।
ଅନ୍ୟପକ୍ଷରେ ବିଭିନ୍ନ ଆକ୍ରମଣ ଯୋଗୁ ୮ଥର ପୁରୀ ବାହାରେ ଏବଂ ଥରେ ଶ୍ରୀମନ୍ଦିର ଭିତରେ ଗୁପ୍ତରେ ହିଁ ରଥଯାତ୍ରା ହୋଇଥିଲା । ୧୫୬୮ରେ କଳାପାହାଡ଼ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେତେବେଳେ ମହାପ୍ରଭୁଙ୍କୁ କଳାପାହାଡ଼ ଗଙ୍ଗା ନଦୀକୂଳରେ ପୋଡ଼ିଦେବାକୁ ସୈନ୍ୟମାନଙ୍କୁ ଆଦେଶ ଦେଇଥିଲେ । କୌଶଳକ୍ରମେ ଅଧାପୋଡ଼ା ବିଗ୍ରହଙ୍କ ମଧ୍ୟରୁ ବ୍ରହ୍ମ ସଂଗ୍ରହ କରି ବିଶର ମହାନ୍ତି ମୃଦଙ୍ଗ ଭିତରେ ପୂରାଇ କୁଜଙ୍ଗ ଗଡ଼କୁ ଚାଲିଆସିଥିଲେ। କୁଜଙ୍ଗ ଗଡ଼ଠାରୁ ୨ କି.ମି. ଦୂର ମହାବୀର ଆଶ୍ରମରେ ବ୍ରହ୍ମଙ୍କୁ ରଖି ସେଠାରେ ମୂର୍ତ୍ତି ଗଢ଼ାଇ ୨ ବର୍ଷ ପୂଜା କରିବା ପରେ କୁଜଙ୍ଗ ରାଜା ଏକଥା ଜାଣିପାରିଥିଲେ। ସେ ଗଡ଼ରେ ଏକ ମନ୍ଦିର ନିର୍ମାଣ କରି ମହାବୀର ଆଶ୍ରମରୁ ମହାପ୍ରଭୁଙ୍କୁ ଆଣି ବିଜେ କରାଇଥିଲେ। ସେହିଠାରେ ୫ବର୍ଷ(୧୫୭୦ରୁ ୧୫୭୪) ପର୍ଯ୍ୟନ୍ତ ରଥଯାତ୍ରା ହୋଇଥିବା ସୂଚନା ମିଳେ। ସେହିପରି ୧୬୧୧ରେ କଲ୍ୟାଣମଲ୍ଲଙ୍କ ଆକ୍ରମଣ ବେଳେ ମହାପ୍ରଭୁ ଚିଲିକା ମଧ୍ୟରେ ଥିବା ମହିଷା ନାସୀକୁ ଚାଲିଯାଇଥିଲେ। ସେତେବେଳେ ରଥଯାତ୍ରା ଆସିଯିବାରୁ ସେହି ଦ୍ୱୀପରେ ଗୋଟିଏ ବର୍ଷ ରଥଯାତ୍ରା ହୋଇଥିଲା । ୧୬୨୧ରେ ମହାପ୍ରଭୁ ଅନ୍ଧାରି ଗଡ଼ରେ ବିଜେ କରିଥିଲେ । ସେତେବେଳେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ ମୀର୍ଜା ଅହମ୍ମଦ ବେଗ୍‌। ମହାପ୍ରଭୁଙ୍କ ସନ୍ଧାନ ପାଇ ଆକ୍ରମଣକାରୀ ଅନ୍ଧାରିଗଡ଼କୁ ଯାତ୍ରା କରିବାରୁ ରାତାରାତି ଦାରୁଦିଅଁଙ୍କ ବିଗ୍ରହ ସ୍ଥାନାନ୍ତର ସମ୍ଭବ ହୋଇ ନ ଥିଲା। ସେବକମାନେ ତାଙ୍କର ବ୍ରହ୍ମ ସ୍ଥାନାନ୍ତର କରିଥିଲେ ଖୋର୍ଦ୍ଧା ନିକଟରେ ଥିବା ଗଡ଼ମାଣତ୍ରୀ ବା ମାଣତ୍ରୀଗଡ଼କୁ। ସେଠାରେ ଠାକୁରଙ୍କ ନବକଳେବର ହେବା ପରେ ସେହି ଗଡ଼ରେ ଗୋଟିଏ ବର୍ଷ ରଥଯାତ୍ରା ହୋଇଥିଲା। ସେହିପରି ୧୭୩୩ରେ ତକି ଖଁାର ଦ୍ୱିତୀୟ ଆକ୍ରମଣ ବେଳେ ଚିଲିକାର ଉତ୍ତର କୂଳରେ ଥିବା ନଈରୀ ଗ୍ରାମରେ ଗୋଟିଏଥର ରଥଯାତ୍ରା ହୋଇଥିବା ଜଣାପଡ଼େ।
ଆଉ ଗୋଟିଏ ବର୍ଷ ଅର୍ଥାତ୍‌ ୧୬୯୨ରେ ଶ୍ରୀମନ୍ଦିର ଭିତରେ ଗୁପ୍ତରେ ହୋଇଥିଲା ରଥଯାତ୍ରା। ଘଣ୍ଟଘଣ୍ଟି ବାଜି ନ ଥିଲା କିମ୍ବା ଭକ୍ତମାନଙ୍କ ଭିତରକୁ ଯିବାକୁ ଅନୁମତି ମିଳି ନ ଥିଲା। ଏହିବର୍ଷ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ ଏକ୍ରାମ୍‌ ଖଁା। ହଠାତ୍‌ ଆକ୍ରମଣ କରିଥିବାରୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ବେଢାରେ ଥିବା ମା’ ବିମଳାଙ୍କ ମନ୍ଦିର ପଛପଟକୁ ସ୍ଥାନାନ୍ତର କରାଯାଇଥିଲା। ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦାରୁଦିଅଁଙ୍କୁ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଦେବାକୁ ଦିଲ୍ଲୀର ବାଦ୍‌ଶାହା ଔରଙ୍ଗଜେବଙ୍କ ଆଦେଶ ଥିଲା। ହେଲେ ତତ୍କାଳୀନ ଗଜପତି କୂଟନୀତି ପ୍ରୟୋଗ କରି ନକଲି ବିଗ୍ରହ ତିଆରି କରି ଏକ୍ରାମ୍‌ ଖଁାଙ୍କୁ ହସ୍ତାନ୍ତର କରିଥିଲେ। ଏଥିସହ ୩୦ହଜାର ଟଙ୍କା ତାଙ୍କୁ ପେଚକସ ଦେଇଥିଲେ। ସେଥିରେ ସେ ଖୁସି ହୋଇ କେବଳ ସିଂହଦ୍ୱାର ଗୁମୁଟର ଖଣ୍ଡେ ଭାଙ୍ଗିଦେବା ପାଇଁ ଆଦେଶ ଦେଇଥିଲେ। ଆଉ ତାହା ହିଁ ହୋଇଥିଲା। ସିଂହଦ୍ୱାରରୁ ନକଲି ବିଗ୍ରହଙ୍କୁ ଚମ ଦଉଡ଼ିରେ ବାନ୍ଧି ସେ କଟକ ନେଇଯାଇଥିଲେ। ଏହି ସୁଯୋଗରେ ସମସ୍ତ ବିଗ୍ରହମଙ୍କୁ ଭାର୍ଗବୀ ନଦୀପଥରେ ନେଇ କୋକଲଗଡ଼ରେ ଥିବା ଗଜପତିଙ୍କ ପ୍ରତିଷ୍ଠିତ ମା’ ଭଗବତୀଙ୍କ ମନ୍ଦିରରେ ବିଜେ କରାଯାଇଥିଲା। ସେଠାରେ ରହିବା ବେଳେ ଚନ୍ଦନ ଯାତ୍ରା ପଡ଼ିବାରୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ସେହିଠାରେ ଅନୁଷ୍ଠିତ ହୋଇଥିଲା। ଚନ୍ଦନ ଯାତ୍ରା ପରେ ଦାରୁଦିଅଁଙ୍କୁ ଗୁପ୍ତରେ ପୁଣି ଶ୍ରୀମନ୍ଦିରକୁ ଫେରାଇ ଅଣାଯାଇଥିଲା। ସେହି ସମୟରେ ଶ୍ରୀମନ୍ଦିର ଚାରିଦ୍ୱାର ବନ୍ଦ କରିଦିଆଯାଇଥିଲା। ବାହାର ଲୋକ କେହି ମନ୍ଦିର ଭିତରକୁ ପ୍ରବେଶ କରିପାରୁ ନ ଥିଲେ। ସେତେବେଳେ ଏକାଦଶୀରେ ମହାଦୀପ ଉଠି ନ ଥିଲା କି ରୁକ୍ମିଣୀ ହରଣ ନୀତି ମଧ୍ୟ ହୋଇ ନ ଥିଲା। ବାହାର ପୋଖରିଆରେ ପଟା ପଡ଼ି ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅଣସର ଘରେ ଅଣସର ନୀତି ହେବା ପରେ ଶ୍ରୀଗୁଣ୍ଡିଚା ମହାପ୍ରଭୁଙ୍କୁ ଭଅଣ୍ଡ ଘରକୁ ବିଜେ କରାଯାଇଥିଲା। ଭଅଣ୍ଡ ଘର ହୋଇଥିଲା ଗୁଣ୍ଡିଚା ଘର। ସେଠାରେ ୯ ଦିନ ରହିବା ପରେ ମହାପ୍ରଭୁ ବାହୁଡି ଆସିଥିଲେ ରତ୍ନସିଂହାସନକୁ। ଦକ୍ଷିଣ ଦ୍ୱାର ଚୋରା କବାଟ ବାଟେ ପାଳିଆ ସେବକମାନେ ଯାଇ ଏହି ନୀତି ଗୁପ୍ତରେ ସମ୍ପାଦନ କରିଥିଲେ।
ବର୍ତ୍ତମାନ ପରିସ୍ଥିତିରେ ମନ୍ଦିର ଉପରେ ବାହ୍ୟ ଆକ୍ରମଣ ସମ୍ଭାବନା ନ ଥିଲେ ମଧ୍ୟ ତା’ଠାରୁ ଭୟଙ୍କର ସାଜିଛି ମହାମାରୀ କରୋନା। ଏହି ପ୍ରାଣଘାତୀ ଭୂତାଣୁ ଏବେ ସମଗ୍ର ବିଶ୍ୱରେ ତାଣ୍ଡବ ରଚୁଥିବାବେଳେ ଦିନକୁ ଦିନ ଏହାର କୋପ ବଢ଼ିବାରେ ଲାଗିଛି। ଏହାର କୌଣସି ଔଷଧ ବାହାରି ନ ଥିବାରୁ ସବୁଆଡ଼େ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ରଥଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହୋଇଥାଏ। ଭାବର ଠାକୁରଙ୍କ ଘୋଷଯାତ୍ରାରେ ଯୋଗ ଦେବାକୁ କାହିଁ କେଉଁଆଡ଼ୁ ଭକ୍ତ ଶ୍ରୀକ୍ଷେତ୍ରକୁ ଧାଇଁ ଆସନ୍ତି। ତେଣୁ ଏଭଳିସ୍ଥିତିରେ ରଥଯାତ୍ରା ହେଲେ ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଅସମ୍ଭବ ହୋଇପଡ଼ିବ। ଏହିସବୁ କାରଣରୁ ଚଳିତ ବର୍ଷ ରଥଯାତ୍ରା ବନ୍ଦ ହେବାର ସମ୍ଭାବାନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ, ନାଳରୁ ମିଳିଲା ମୃତଦେହ

ଭୁବନ,୨୯ା୯(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଭୁଷଳ ପଞ୍ଚାୟତ ଅସୁରବନ୍ଧ ଗ୍ରାମର ବିଷ୍ଣୁ ମଳିକ(୪୪)ଙ୍କ ମୃତଦେହ ରବିବାର ସକାଳେ ପଥରଡଙ୍ଗା ନାଳରୁ ଜବତ...

ସୀମାରେ ଆଇଡି ବିସ୍ଫୋରଣ, ୫ ଯବାନ ଆହତ

ମାଲକାନଗିରି,୨୯ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଆଇଡି ବିସ୍ଫୋରଣ ହୋଇ ୫ ଯବାନ ଆହତ ହୋଇଛନ୍ତି। ସୂଚନା ମୁତାବକ, ଛତିଶଗଡ଼ ବିଜାପୁର...

କାରରେ ପୁଳାପୁଳା ଟଙ୍କା : ମାଡ଼ିବସିଲା ପୋଲିସ

ଭୁବନେଶ୍ୱର,୨୯।୯: କାରରେ ପୁଳା ପୁଳା ଟଙ୍କା। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଓମ୍‌ଫେଡ୍‌ ଛକ ନିକଟରେ। ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ...

ଏହି ଦିନ ଆସିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା: ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୯: ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର...

ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ସେଗୁଡିକ ମଧ୍ୟରୁ ପାଙ୍ଗାଲିର ଇନ୍ଦ୍ରଧନୁ ଜଳପ୍ରପାତ ସମେତ ପାଟାବାନ୍ଧା ଜଳପ୍ରପାତ, କିରିକୁଟି ଲଭର୍ସ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମର ଫାଇଲ ଜବତ କଲା ଭିଜିଲାନ୍ସ

କେସିଙ୍ଗା,୨୯ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ଶନିବାର କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର କେସ୍‌ ରେକର୍ଡ ଫାଇଲ ଜବତ...

ମାସିକ ୧୬ ବଦଳରେ ମିଳୁଛି ୧୧

ସୋନପୁର,୨୯।୯(ମୃତ୍ୟୁଞ୍ଜୟ ଶତପଥୀ): କିଶୋରୀମାନଙ୍କୁ ସ୍ବାସ୍ଥ୍ୟବାନ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମ୍‌ଏସ୍‌ପି) ପ୍ରଣୟନ କରିଛନ୍ତି। ୧୫ ରୁ ୧୯ ବର୍ଷର ସମସ୍ତ...

ବନିତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତସପନ

ରାଜକନିକା,୨୯ା୯(ସଞ୍ଜୟ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରୁଛନ୍ତି। ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚତ୍ ପାରୁନାହିଁ। ପ୍ରଶାସନ ଆଢୁଆଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri