ଭଣ୍ଡାରିପୋଖରୀ, ୧୫ା୧(ଡି.ଏନ୍.ଏ.)- ଭଣ୍ଡାରିପୋଖରୀ ଆଶା କର୍ମୀ ମାନଙ୍କର ଏକ ବୈଠକ ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ମେଡିକାଲ ନିକଟରେ ଅନୁଷ୍ଠିତ ହୋଇଯାଇଛି। ସିଟୁର ନେତା ଦିବ୍ୟସିଂହ ନାୟକ, ମଳୟ ଭୋଇ, ସେକ୍ କମର, ବସନ୍ତ ସାହୁ, ନକୁଳ ଖିଲାର, ପଦ୍ମୀନ ପଣ୍ଡା, ସୁଲୋଚନା ରଣା, ପ୍ରତିମା ସାମଲ ପ୍ରମୁଖ ଯୋଗ ଦେଇ ଆଶାକର୍ମୀଙ୍କୁ ସରକାର ଶ୍ରମିକ ମାନ୍ୟତା ନ ଦେବା, ମାସିକ ବେତନ ମିଳୁ ନ ଥିବା ନେଇ ଆଲୋଚନା କରିଥିଲେ। ମନ୍ତ୍ରୀ, ବିଧାୟକ, ଏମ୍ପି, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଦେଶର ସେବକ ଭାବେ ଦରମା, ପେନସନ୍ ନେଉଥିବା ବେଳେ ଆଶାକର୍ମୀଟିଏ ଗାଁ ଠାରୁ ସହର ସବୁଠି ସ୍ବାସ୍ଥ୍ୟ ସେବା ଯୋଗାଉଛି। ସକାଳୁ ରାତି ଯାଏ କାମ କରୁଥିବା ବେଳେ ତାକୁ ନ୍ୟାୟ ମିଳୁନାହିଁ। ଅନ୍ୟ ଦେଶରେ ଆଶାକର୍ମୀ ଦରମା ପାଉଥିବା ବେଳେ ଓଡ଼ିଶା ସରକାର ତାଙ୍କ ଠାରୁ ତଥ୍ୟ ଆଣି ଆଶାକର୍ମୀଙ୍କୁ ସ୍ଥାୟୀ କର୍ମଚାରୀ ଘୋଷଣା, ମାସିକିଆ ବେତନ ୨୧ ହଜାର ଟଙ୍କା ଓ ପେନ୍ସନ୍ ଦେବା, ସାମାଜିକ ନ୍ୟାୟ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବି ପାଇଁ ଦାବି କରି ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲେ। ସରକାର ସେମାନଙ୍କ ଦାବି ପୂରଣ ନ କଲେ ଆଶାକର୍ମୀଙ୍କ ସାରାଦେଶରେ ଥିବା ଫେଡେରସନ ଓ ଓଡ଼ିଶା ରାଜ୍ୟ ଆଶାକର୍ମୀ ଆସୋସିଏଶନ (ସିଟୁ) ଲଢ଼େଇ ଜାରି ରଖିବ ବୋଲି ଆହ୍ବାନ ଦିଆଯାଇଥିଲା। ପଦ୍ମୀନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।