Posted inଖେଳ

ସ୍ବତନ୍ତ୍ର ରେକର୍ଡ ଅଧିକାରୀ ପୋଲାର୍ଡ

ପାଲିକେଲ,୫ା୩- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ୫୦୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଏଥିସହ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ୧୦ ହଜାର ରନ୍‌ ପୂରଣ କରିବାରେ ବିଶ୍ୱର ସେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ଅଧିନାୟକ ପୋଲାର୍ଡ ଏହି ମ୍ୟାଚ୍‌ ପୂର୍ବରୁ ଉଭୟ ଅନ୍ତର୍ଜାତୀୟ ଓ ଫ୍ରାଞ୍ଚାଇଜ ଭିତ୍ତିକ କ୍ରିକେଟରେ ମୋଟ ୯,୯୬୬ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ସେ ୧୫ ବଲରେ ୩୪ ରନ୍‌ କରି ନିଜ ଦେଶର ବିସ୍ଫୋରକ ଓପନର କ୍ରିସ ଗେଲଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଗେଲ ଟି୨୦ ଫର୍ମାଟରେ ସର୍ବାଧିକ ୧୩,୨୯୬ ରନ୍‌ କରିଛନ୍ତି। ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ବ୍ୟତୀତ ୩୨ ବର୍ଷୀୟ ଖେଳାଳି ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନରେ ଫ୍ରାଞ୍ଚାଇଜ ଭିତ୍ତିକ କ୍ରିକେଟ ଖେଳନ୍ତି। ଏହି ଅବସରରେ ଗେଲ ଟୁଇଟ୍‌ କରି ପୋଲାର୍ଡଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୫୦୦ ମ୍ୟାଚ୍‌ ଖେଳିବା ଓ ୧୦ ହଜାର ରନ୍‌ କ୍ଲବରେ ସାମିଲ ହେବା ପାଇଁ ଶୁଭେଚ୍ଛା ବୋଲି ପୋଲାର୍ଡ ଟୁଇଟ୍‌ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୯୬ ରନ୍‌ କରିଥିଲା। ଜବାବରେ ଶ୍ରୀଲଙ୍କା ୧୭୧ ରନ୍‌ରେ ସୀମିତ ରହିଥିଲା। ଏହି ବିଜୟ ସହ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri