ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନ ୫୦ ବର୍ଷ ଧରି ହିନ୍ଦୀ ଫିଲ୍ମ ଜଗତରେ ଅଛନ୍ତି। ତାଙ୍କୁ ଶତାବ୍ଦୀର ମହାନାୟକ ମଧ୍ୟ କୁହାଯାଏ। ପ୍ରଥମ ଫିଲ୍ମ ‘ସାତ୍ ହିନ୍ଦୁସ୍ତାନୀ’ଠାରୁ ଆଜିପର୍ଯ୍ୟନ୍ତ ଅମିତାଭ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିସାରିଛନ୍ତି। ତାଙ୍କର ଅନେକ ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି। ଅମିତାଭ ମୁମ୍ବାଇର ମୂଳ ବାସିନ୍ଦା ନୁହନ୍ତି, କିନ୍ତୁ ଫିଲ୍ମ ଜଗତକୁ ଆସିବା ପରେ ସେ ମୁମ୍ବାଇରେ ଘର କରିଥିଲେ। ମୁମ୍ବାଇରେ ଅମିତାଭଙ୍କର ଏକାଧିକ ବିଳାସପୂର୍ଣ୍ଣ ଘର ରହିଛି। ସେଥିମଧ୍ୟରୁ ‘ଜଲସା’ ଅନ୍ୟତମ। ତେବେ ଜଲ୍ସାର ଫଟୋ ଦେଖି ସ୍ବର୍ଗଠାରୁ କମ୍ ନୁହେଁ ବୋଲି ପ୍ରଶଂସକମାନେ କହିଛନ୍ତି।
ଅମିତାଭ୍ ସପରିବାର ଏହି ‘ଜଲ୍ସା’ରେ ରହୁଛନ୍ତି। ପ୍ରଶଂସକମାନେ ପ୍ରତି ରବିବାର ଅମିତାଭଙ୍କୁ ଏଠାକୁ ଭେଟିବାକୁ ଆସିଥାନ୍ତି। ଅମିତାଭ ପ୍ରଶଂସକଙ୍କୁ ଲିଭିଂ ରୁମ୍ରେ ସାକ୍ଷାତ କରିଥାନ୍ତି। ଏଠାରେ ସୁନ୍ଦର ସୋଫା, ବିଭିନ୍ନ ପ୍ରକାର ଗଛ ଦେଖିବାକୁ ମିଳିଥାଏ। ସେହିପରି ତାଙ୍କ ବେଡ୍ରୁମ୍ ବି ଖୁବ୍ ସୁନ୍ଦର। ଏହାର ଭିତର ଦେଖିଲେ ଯେ କେହି ଆକର୍ଷିତ ହୋଇଯିବ।
ଅମିତାଭଙ୍କ ଜଲ୍ସା ବଙ୍ଗଳା ମୁମ୍ବାଇର ଜୁହୁଠାରେ ରହିଛି। କାନ୍ଥଗୁଡ଼ିକରେ ସୁନ୍ଦର ସୁନ୍ଦର ପେଣ୍ଟିଂ ହୋଇଛି। ଏହି ଘରେ ଅମିତାଭଙ୍କ ସହ ସ୍ତ୍ରୀ ଜୟା ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା ରହୁଛନ୍ତି।