ଉଷୁମ ପାଣିରେ ଏକ ଚାମଚ ମହୁ ଏବଂ ଫାଳେ ଲେମ୍ବୁ ଚିପୁଡି ପିଅନ୍ତୁ। ଏହା ଓଜନ କମାଇବାରେ ଅନେକାଂଶରେ ସହାୟକ ହୋଇଥାଏ।
ସକାଳେ ବିଛଣାରୁ ଉଠିବା ପରେ ଷ୍ଟ୍ରେଚିଂ ଏକ୍ସରସାଇଜ କରନ୍ତୁ। ଏହାଦ୍ୱାରା ରକ୍ତ ସଂଚାଳନ ସକ୍ରିୟ ରହିଥାଏ।
ଜୀବନ ତାଲିକାରେ ନିଜ ଶରୀର ରୁଟିନ୍ ଚେକ୍ଅପକୁ ସାମିଲ କରନ୍ତୁ। ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଏହା କରାଇ ନେଲେ ଆପଣ ଅନେକାଂଶରେ ସୁସ୍ଥ ରହିବେ।
ପ୍ଳ ସକାଳୁ ଅତିକମ୍ରେ ଅଧଘଣ୍ଟାଏ ଚାଲନ୍ତୁ। ଏହି ତାଲିକାରେ ଯୋଗ, ପ୍ରାଣାୟାମ ସାମିଲ କରନ୍ତୁ।
ସକାଳ ଜଳଖିଆରେ ଗୋଟିଏ କିମ୍ବା ଦୁଇଟି ଟମାଟୋ ସାମିଲ କରନ୍ତୁ। ଏହାକୁ ଖାଇବା ଦ୍ୱାରା ଶରୀରର ଚର୍ବି ଅଂଶ କମିଥାଏ।