Posted inଜାତୀୟ

ସ୍ବାଭାବିକ ବାଟରେ ଉପତ୍ୟକା

ଶ୍ରୀନଗର/ଜମ୍ମୁ,୧୮ା୮(ପି.ଟି.): କଶ୍ମୀର ଉପତ୍ୟକା ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି। କେତେକ ଅଞ୍ଚଳରେ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ରହିଥିବା କଟକଣାକୁ ଶନିବାର କୋହଳ କରିଦିଆଯାଇଛି। ଏଥିସହିତ ବିଭିନ୍ନ ଅଞ୍ଚଳରେ ଲ୍ୟାଣ୍ଡଲାଇନ ଟେଲିଫୋନ ସେବା ଆରମ୍ଭ ହୋଇଥିବାବେଳେ ଜମ୍ମୁର ୫ଟି ଜିଲାରେ ୨ଜି ମୋବାଇଲ ଇଣ୍ଟରନେଟ୍‌ ସେବା ପୁନଃ ସଂଯୋଗ କରାଯାଇଛି। ତେବେ ଇଣ୍ଟରନେଟର ଅପବ୍ୟବହାର କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରିଦିଆଯାଇଛି। ସୁରକ୍ଷା ବ୍ୟବସ୍ଥା ପୂର୍ବଭଳି କଡ଼ାକଡ଼ି ରହିଥିବା ଜଣେ ଅଧିକାରୀ କହିଛନ୍ତି।
ସୂଚନା ଅନୁଯାୟୀ, କଶ୍ମୀରର ୩୫ଟି ଥାନା ଅଞ୍ଚଳରେ କଟକଣା କୋହଳ ହେବା ସହ ୯୬ଟି ଟେଲିଫୋନ ଏକ୍ସଚେଞ୍ଜ ମଧ୍ୟରୁ ୧୭ଟିକୁ କାର୍ଯ୍ୟକ୍ଷମ କରାଯାଇଛି। ଯାହା ଫଳରେ ୫୦ ହଜାରରୁ ଅଧିକ ଲ୍ୟାଣ୍ଡଫୋନ୍‌ରେ ଯୋଗାଯୋଗ କରାଯାଇପାରୁଛି। ତେବେ ରାସ୍ତାଘାଟରେ ବାରିକେଡ୍‌ ସହିତ ସୁରକ୍ଷା କର୍ମୀ ମୁତୟନ ରହିଛନ୍ତି। ଲୋକମାନଙ୍କ ପରିଚୟ ଯାଞ୍ଚ ପରେ ଯାତାୟାତ ଲାଗି ଅନୁମତି ଦିଆଯାଉଛି। ସୋମବାରଠାରୁ ସ୍କୁଲ କଲେଜ ଖୋଲିବା ସହ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ ପ୍ରଶାସନର ମୁଖପାତ୍ର ରୋହିତ କଂସଲ କହିଛନ୍ତି।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରାଯିବା ସହ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ମାସରୁ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବାକୁ ଯାଉଛି। ତେବେ ଏହି ନିଷ୍ପତ୍ତିକୁ ନେଇ ଜମ୍ମୁ-କଶ୍ମୀରରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଆଶଙ୍କାରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା। ରାଜ୍ୟର ବିଭିନ୍ନ ନେତାଙ୍କୁ ଅଟକ ରଖାଯିବା ସହ ଲୋକମାନଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଥିଲା। ସମ୍ବେଦନଶୀଳ ଅଞ୍ଚଳଗୁଡିକରେ କର୍ଫ୍ୟୁ ଓ ୧୪୪ ଧାରା ଜାରି ହୋଇଥିଲା। ଟେଲିଫୋନ ଏବଂ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଆଇନ ଶୃଙ୍ଖଳା ରକ୍ଷା ପାଇଁ ୪୬ ହଜାର ଅତିରିକ୍ତ ସୁରକ୍ଷା ବଳ ପଠାଯାଇଥିଲା। ତେବେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଉପତ୍ୟକାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ। ଅବସ୍ଥା ସ୍ବାଭାବିକ ହେଉଥିବାରୁ ପର୍ଯ୍ୟାୟକ୍ରମେ କଟକଣା କୋହଳ କରିବା ଲାଗି ରାଜ୍ୟ ପ୍ରଶାସନ ନିଷ୍ପତ୍ତି ନେଇଛି।
ଶନିବାର ସକାଳେ ସିଭିଲ ଲାଇନରେ କେତେକ ଦୋକାନ ଖୋଲିବା ସହ ଘରୋଇ ଗାଡ଼ି ଚଳାଚଳ ବୃଦ୍ଧି ପାଇଥିଲା। ଶ୍ରୀନଗରର ସିଭିଲ୍‌ ଲାଇନ, କ୍ୟାଣ୍ଟନମେଣ୍ଟ, ବିମାନବନ୍ଦର, ରାଜ୍‌ବାଗ ଏବଂ ଜବାହର ନଗରରେ ଲ୍ୟାଣ୍ଡଲାଇନ ଟେଲିଫୋନ ସେବା ଆରମ୍ଭ ହୋଇଛି। କେନ୍ଦ୍ରୀୟ କଶ୍ମୀର ଅନ୍ତର୍ଗତ ବଡ୍‌ଗାମ୍‌, ସୋନାମାର୍ଗ ଏବଂ ମନିଗ୍ରାମ୍‌ ଅଞ୍ଚଳରେ ଆଉ ୨୦ଟି ଟେଲିଫୋନ୍‌ ଏକ୍ସଚେଞ୍ଜ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଉତ୍ତର କଶ୍ମୀରର ଗୁରେଜ, ଟାଙ୍ଗମାର୍ଗ, ଉରି, କେରନ, କରନାହ ଓ ଟଙ୍ଗଧର ଅଞ୍ଚଳ ଏବଂ ଦକ୍ଷିଣ କଶ୍ମୀରର କାଜିଗଣ୍ଡ ଓ ପହଲଗାମ୍‌ ଅଞ୍ଚଳରେ ଟେଲିଫୋନ ସେବା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବକ୍‌ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ

ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍‌ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍‌ଫ ବିଲ୍‌ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା...

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ...

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri