ଗଞ୍ଜାମ,୩୧ା୫(ଡି.ଏନ୍.ଏ.): ଗଞ୍ଜାମ ସହର ବଡ଼ ବଜାରଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାର ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ମେଡିକାଲ ସମ୍ମୁଖରେ ରହୁଥିବା ଏହି ଆମ୍ବୁଲାନ୍ସ ନିକଟରେ ବେଆଇନ ଭାବେ ବାଇକ୍ ପାର୍କିଂ ହେଉଛି। ଫଳରେ ହଠାତ ଜରୁରିକାଳୀନ ଫୋନ୍ କଲ ଆସିଲେ ଆମ୍ବୁଲାନ୍ସ ବାହାରିବାକୁ ଅଧିକ ସମୟ ଲାଗୁଥିବା ଜଣାପଡ଼ିଛି l ଏଥିସହିତ ୧୦୨ ଆମ୍ବୁଲାନ୍ସ ପାଇଁ ମଧ୍ୟ ଜାଗା ନ ଥିବାରୁ ଏହା ମେଡିକାଲ ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ରହୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଆମ୍ବୁଲାନ୍ସ ଚାଳକ କହିଛନ୍ତି, ଆମକୁ ରହିବାକୁ ମେଡିକାଲ ପାଖରେ ଘର କିମ୍ବା ଗାଡ଼ି ରଖିବାକୁ ସ୍ଥାନ ନ ମିଳିବାରୁ ବାଧ୍ୟ ହୋଇ ଘର ଭଡ଼ା ନେଇ ସେଠାରେ ଗାଡ଼ି ରଖୁଛୁ। ଏ ନେଇ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ବନୋଜ କାନ୍ତ କର କୁହନ୍ତି, ୧୦୨ କେଉଁଠି ରହିବ ତାହା ଆମ କାମ ନୁହେଁ । ତେବେ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ବେଆଇନ ପାର୍କିଂ ହଟାଇବାକୁ ସାଧାରଣରେ ଦାବି ହେଉଛି।
Posted inଆମ ଜିଲା ଖବର, ଗଞ୍ଜାମ