ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସଙ୍କଳ୍ପ : ଗୋମାତାଙ୍କ ସୁରକ୍ଷା, ରୋଗମୁକ୍ତ ସମାଜ ଗଠନ

ନୂଆଗାଁ,୧୩ା୫ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଢେଙ୍କେଣା ପଞ୍ଚାୟତ ଢେଙ୍କେଣା ଗ୍ରାମର ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଗୋମାତାଙ୍କ ସୁରକ୍ଷା ସହ ରୋଗମୁକ୍ତ ସମାଜ ଗଠନ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ବର୍ତ୍ତମାନ ସମାଜରେ ବିଭିନ୍ନ ଫସଲ ଅମଳ ପାଇଁ ରାସାୟନିକ ସାର ପ୍ରୟୋଗ କରାଯାଉଛି। ଏହାକୁ ଖାଦ୍ୟରୂପେ ମଣିଷ ସମାଜ ଗ୍ରହଣ କରୁଛି। ସେଗୁଡିକୁ ଖାଇବା ଦ୍ୱାରା ଲୋକଙ୍କ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଦେବା ସହ ମଣିଷର ଆୟୁଷ ହାନି ଘଟୁଛି। ଏଥିରୁ ମୁକ୍ତ ହେବା ପାଇଁ ସଙ୍କଳ୍ପ ନେଇ କାର୍ଯ୍ୟ ଆରମ୍ଭ କରିଛି ମହାମାୟୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଗୋଷ୍ଠୀର ମହିଳାମାନେ ଗାଈ ପାଳନ କରି ସେମାନଙ୍କ ଗୋବରରୁ ଜୈବିକ ସାର, ମଶାଧୂପ, ଧୂପକାଠି ପ୍ରସ୍ତୁତ କରୁଛନ୍ତି। ସେହିପରି ଗୋମୂତ୍ରରୁ ବିଭିନ୍ନ ରୋଗର ଉପଶମ ପାଇଁ ଗୋ ଅର୍କ ତିଆରି କରୁଛନ୍ତି। ଚାଷୀକୁଳ ବଜାରରୁ ଚଢା ଦରରେ ରାସାୟନିକ ସାର କ୍ରୟ କରି ଫସଲରେ ବ୍ୟବହାର କରୁଛି। ପୁଣି କେତେବେଳେ ଫସଲ ଉଜୁଡୁଛି ତ କେତେବେଳେ ବଜାରର ଦର ହ୍ରାସ ହେଉଛି। ଏଥିଯୋଗୁ ଚାଷୀ କ୍ଷତିର ସମ୍ମୁଖୀନ ହେଉଛି। ଫଳରେ ଧାରକରଜ ଶୁଝିବା ତା’ ପାଇଁ କାଠିକର ପାଠ ହୋଇପଡୁଛି। ଅନେକ ସମୟରେ କରଜ ଶୁଝି ନ ପାରି ଚାଷୀ ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଛି। କିନ୍ତୁ ଚାଷୀ ଯଦି ଗୋପାଳନ କରି ତାହାର ଗୋବରକୁ ଜୈବିକ ସାର ରୂପେ ବ୍ୟବହାର କରିବ ତେବେ ସେ ଅଳ୍ପ ଖର୍ଚ୍ଚରେ ଅଧିକ ଅମଳ କରିପାରିବ। ତାକୁ ଆଉ ଋଣ ଭାର ସହିବାକୁ ପଡିବ ନାହିଁ। ଲୋକମାନେ ସେହି ଧାନଚାଉଳ, ପନିପରିବା ଖାଇ ନୀରୋଗ ରହିବେ। ସମାଜକୁ ଏହି ବାର୍ତ୍ତା ଦେବାକୁ ଯାଇ ଗୋଷ୍ଠୀର ମହିଳାମାନେ ୧୦ ଗୋଟି ଗାଈ ପାଳନ କରୁଛନ୍ତି। ଦୈନିକ ବାହାରୁଥିବା ଗୋବରକୁ ସେମାନେ ଜୈବିକ ସାର ରୂପେ ଫସଲରେ ବ୍ୟବହାର କରୁଛନ୍ତି। ସେଥିରୁ ପ୍ରତିଦିନ କିଛି ଗୋବର ଆଣି ସେଥିରେ ଆବଶ୍ୟକ ପରିମାଣର କାଠଗୁଣ୍ଡ, ଅରୁଆ ଚାଉଳ ଗୁଣ୍ଡ, ଦେଶୀ ଗୁଆଘିଅ ଆଦି ମିଶ୍ରଣ କରି ଧୂପକାଠି ତିଆରି କରୁଛନ୍ତି। ନିକଟବର୍ତ୍ତୀ ବଜାରରେ ତାହାର ଚାହିଦା ନ ଥିବାରୁ ସେମାନେ ବାହାର ବଜାରରେ ବିକ୍ରିକରି ପ୍ରତିଦିନ ଜଣ ପିଛା ୩୦୦ରୁ ୪୦୦ ଟଙ୍କା ରୋଜଗାର କରିପାରୁଥିବା କୁହନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି କୁନି ପରିଡା। ସେହିପରି ସକାଳର ଗୋ ମୂତ୍ରକୁ ସଂଗ୍ରହ କରି ସେଥିରୁ ଅର୍କ ପ୍ରସ୍ତୁତ କରନ୍ତି। ଏହି ଅର୍କ ଗ୍ୟାସ୍‌ଟିକ, କଫ, ପାଇଲ୍‌ସ, ଶ୍ୱାସ ଭଳି ୪୮ ଗୋଟି ରୋଗର ଉପଶମ ପାଇଁ ବ୍ୟବହାର କରାଯାଉଥିବା କହିଛନ୍ତି ପଲ୍ଲୀବନ୍ଧୁ ସଂସ୍ଥାର ସଂଯୋଜକ ତଥା ମହାମାୟୀ ସ୍ବୟଂସହାୟକ ଗୋଷ୍ଠୀର ଉପଦେଷ୍ଟା ଗଣେଶ୍ୱର ପରିଡା। ସେମାନେ ପ୍ରତିଦିନ ଗୋ ମୂତ୍ରରୁ ୨ ଲିଟର ଅର୍କ ପ୍ରସ୍ତୁତ କରୁଥିବା ବେଳେ ତାହାକୁ ଲିଟର ପିଛା ୧୬୦ ଟଙ୍କାରେ ବିକ୍ରି କରନ୍ତି। ସ୍ଥାନୀୟ ବଜାରରେ ଏସବୁର ଚାହିଦା ନ ଥିବାବେଳେ ଭୁବନେଶ୍ୱର, କଟକ ଆଦି ସହରରେ ଗୋବର, ଗୋମୂତ୍ରରୁ ତିଆରି ସାମଗ୍ରୀ ବେଶ୍‌ ଲୋକପ୍ରିୟ ହୋଇପାରିଛି। ସରକାର ପ୍ରୋତ୍ସାହନ ଯୋଗାଇଦେଲେ ସେମାନେ ଏକ ସୁସ୍ଥ ତଥା ନୀରୋଗ ସମାଜ ଗଠନ କରିବାରେ ସହାୟକ ହେବେ ବୋଲି କହିଛନ୍ତି ଗୋଷ୍ଠୀର ସଭ୍ୟ ରୁନା ଜେନା, କୁନି ପରିଡା, ଦୀପ୍ତିମୟୀ ପରିଡା ପ୍ରମୁଖ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଧାରଣାକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ, ମହିଳାଙ୍କୁ ଉଦ୍ଧାର କଲେ…

ଛେଣ୍ଡିପଦା,୨୫ା୧୨ (ଅଜିତ ଧଳ)- ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ରେଳ ଧାରଣାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ କେତେଜଣ...

ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ଘର ଆଗରେ ପୁଅ ସହ ଧାରଣାରେ ବସିଲେ ସ୍ତ୍ରୀ’

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ...

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି...

ଅଢେଇ ବର୍ଷର ବିଷ୍ମୟ ବାଳକ: ପ୍ରାଞ୍ଜଳ ଭାବେ କହୁଛନ୍ତି ମନ୍ତ୍ରପାଠ ଓ ଦେଶ ବିଦେଶ କଥା

କେନ୍ଦୁଝର,୨୫।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୟସ ମାତ୍ର ଅଢେଇ ବର୍ଷ। ମନ୍ତ୍ରପାଠ, ସାଧାରଣ ଜ୍ଞାନ ହେଉ ଅବା ଦେଶର ଜାତୀୟ ପ୍ରତୀକ କିମ୍ବା ବିଶିଷ୍ଟ ବ୍ୟକ୍ତି...

ଦାଉ ସାଧିଛି ଅଦିନିଆ ବର୍ଷା: କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ତହସିଲଦାର

ଗଞ୍ଜାମ, ୨୫।୧୨(ବିଦ୍ୟାଧର ସାହୁ): ଗତ କିଛି ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ପାଚିଲା ଧାନ ଅମଳ କରି ଘରକୁ ଆଣିବା ସମୟରେ...

ଲାଗି ରହିଛି ଲଘୁଚାପଜନିତ ଲଗାଣ ବର୍ଷା: ବିଲ ଓ ମଣ୍ଡିରେ ଭିଜିଲା ଧାନ

କୋକସରା,୨୫।୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଲଘୁଚାପଜନିତ ବର୍ଷା ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଲାଗି ରହିଛି। ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ସକାଳ...

ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା

ବାଲିଗୁଡା,୨୫।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଅଞ୍ଚଳର...

ସାଧାରଣ ଲୋକଙ୍କ ପାଖରେ ସ୍ବଚ୍ଛ ପ୍ରଶାସନ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା: କନକ ବର୍ଦ୍ଧନ ସିଂଦେଓ

ବଲାଙ୍ଗୀର, ୨୫।୧୨: (ସୁନିଲ କୁମାର ମହାନ୍ତି): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅଡିଟୋରିୟମରେ ଜିଲାସ୍ତରୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri