ରାତିର ଅଧୁରା ନିଦ ଅନେକ ରୋଗର କାରଣ ସାଜିଥାଏ। ଏବେ ସ୍ନାୟୁ ବୈଜ୍ଞାନିକ ଦାବି କରିଛନ୍ତି, ରାତିର ସୁନିଦ୍ରା ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେବା ଦ୍ୱାରା ଆଲଝେମିୟର୍ ଭଳି ରୋଗର ଆଶଙ୍କା ବୃଦ୍ଧି ପାଇଥାଏ। ରାତିର ନିଦ ସାରାଦିନର ଘଟଣାବଳୀକୁ ଏକତ୍ର କରି ପରିଷ୍କାର କରିଥାଏ; ଯାହା ମସ୍ତିଷ୍କରେ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ରାତି ୧୦ଟା ପୂର୍ବରୁ ଶୋଇ ଭୋରରୁ ଉଠୁଥିବା ବ୍ୟକ୍ତିଙ୍କଠାରେ ରୋଗ ଖୁବ୍ କମ ଦେଖାଯାଏ। ଏଣୁ ରାତିରେ ଯଥାସମ୍ଭବ ସୁନିଦ୍ରା ଯିବା ଦ୍ୱାରା ସ୍ମରଣ ଶକ୍ତି ହ୍ରାସ ସମସ୍ୟାଠାରୁ ଦୂରେଇ ରହିପାରିବେ।