ସ୍ମାର୍ଟ କିଚେନ୍‌

ଆଜିକାଲି ସମସ୍ତେ ମଡ୍ୟୁଲାର କିଚେନ୍‌ ପସନ୍ଦ
କରୁଛନ୍ତି। କିଚେନ୍‌ ମଡ୍ୟୁଲାର ହେବା ସହ ଏହାର ଯତ୍ନନେବା
ମଧ୍ୟ ଜରୁରୀ। ଏହାର ସଫାସୁତରା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ସାଧାରଣତଃ କିଚେନ୍‌ ଅପରିଷ୍କାର ରହିଲେ ଅଧିକ ବ୍ୟାକ୍ଟେରିଆ ଜନ୍ମ ନେଇଥାନ୍ତି । ବିଶେଷ ଭାବରେ ରୋଷେଇ ସମୟରେ ବ୍ୟବହୃତ ହେଉଥିବା ଟାଓ୍ବେଲ, ଡଷ୍ଟବିନ୍‌, ଚୁଲା ଓ ସିଙ୍କ ହେଉଛି ସେମାନଙ୍କର ବାସସ୍ଥଳ। କିଚେନ୍‌କୁ କିପରି ସଫାସୁତରା
ରଖିବେ ଜାଣନ୍ତୁ ସେ ସମ୍ପର୍କରେ…

ଟାଇଲ୍ସ : ରୋଷେଇ କରିବା ସମୟରେ ଗ୍ୟାସ ଚୁଲାର ପାଖାପାଖି ଟାଇଲ୍ସକୁ ପୋଛି ତୁରନ୍ତ ସଫା କରି ଦିଅନ୍ତୁ। ଯଦି ଏହାକୁ ସଙ୍ଗେ ସଙ୍ଗେ ସଫା କରା ନ ଯାଏ ତେବେ ଏହା ପରେ ସଫା କରିବା ଟିକେ କଷ୍ଟକର ହୋଇପାରେ। ସପ୍ତାହରେ ଦୁଇଥର ସଫା କରିବା ପାଇଁ ବେକିଂ ସୋଡାର ବ୍ୟବହାର କରିପାରିବେ। ପାଖାପାଖି ଅଧବାଲ୍‌ଟି ପାଣିରେ ଅଧା କପ ବେକିଂ ସୋଡା ମିଶାଇ ଦିଅନ୍ତୁ। ଏବେ ଏହାକୁ ସ୍ପଞ୍ଜରେ ନେଇ କିଚେନ୍‌ର ଟାଇଲ୍ସକୁ ସଫା କରନ୍ତୁ। ପୁଣି ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ। କିଚେନ୍‌କୁ ସଫା କରିବା ଲାଗି ବେକିଂ ସୋଡା ହୋମମେଡ୍‌ କ୍ଲିନର ପରି କାମ କରିଥାଏ। ଟାଇଲ୍ସକୁ ସଫା କରିବା ପାଇଁ ସିର୍‌କା ମଧ୍ୟ ବ୍ୟବହାର କରି ପାରିବେ। ଦୁଇକପ୍‌ ସିର୍‌କା ଓ ଦୁଇକପ୍‌ ପାଣିର ଘୋଳ ପ୍ରସ୍ତୁତ କରନ୍ତୁ। ଏହାକୁ ସ୍ପ୍ରେ ବୋତଲରେ ଭରି ଟାଇଲ୍ସ ଉପରେ ସ୍ପ୍ରେ କରନ୍ତୁ। ଏହାପରେ ମୁଲାୟମ୍‌ କପଡ଼ା ସାହାଯ୍ୟରେ ସଫା କରନ୍ତୁ।
ସିଙ୍କ୍‌: ସିଙ୍କରେ ସବୁଠୁ ଅଧିକ ବ୍ୟାକ୍ଟେରିଆ ଦେଖାଯାନ୍ତି। ଏଥିପାଇଁ ଏହାକୁ ପ୍ରତିଦିନ ସଫା କରନ୍ତୁ। କିଚେନ୍‌ ସିଙ୍କ ସଫା କରିବାକୁ ପ୍ରଥମେ ତା’ ଭିତରେ ରଖାଯାଇଥିବା ବାସନକୁ କାଢ଼ି ସଫା କରି ଦିଅନ୍ତୁ। ତା’ପରେ ସିଙ୍କରେ ପଡ଼ିଥିବା ଅପରିଷ୍କାର ଜିନିଷକୁ କାଢ଼ି ସଫା କରନ୍ତୁ। ଯଦି ସିଙ୍କରେ ଡ୍ରେନ୍‌ ଷ୍ଟପରରେ ଲାଗିଥିବା ଅଳିଆକୁ କାଢ଼ି ସଫା କରନ୍ତୁ। କିଚେନ୍‌ର ସିଙ୍କକୁ ଘରୋଇ ଉପାୟରେ ସଫା କରିବାକୁ ହେଲେ ଏକ ଚାମଚ ବେକିଂ ସୋଡ଼ା, ଏକ ଚାମଚ ଲେମ୍ବୁ ରସ ସହିତ ଅଧାକପ୍‌ ହ୍ବାଇଟ୍‌ ଭିନେଗାର ମିଶାନ୍ତୁ। ଏହି ମିଶ୍ରଣକୁ ସିଙ୍କର ଚାରିଆଡ଼େ ପକାଇ ଦିଅନ୍ତୁ। ଏହାକୁ ଦଶ ମିନିଟ୍‌ ରଖିବା ପରେ ବେସିନ୍‌ ସଫା ବ୍ରଶ ସାହାଯ୍ୟରେ ସଫା କରନ୍ତୁ। ଏହା ପରେ ପାଣି ଦ୍ୱାରା ସିଙ୍କକୁ ଭଲଭାବେ ସଫା କରନ୍ତୁ। ଏକଥା ବି ଧ୍ୟାନ ରଖନ୍ତୁ ଯେ ସିଙ୍କରେ ସବୁବେଳେ ବାସନ ପଡ଼ି ନ ରହୁ। ପ୍ଲେଟ, ଗ୍ଲାସ, ଗିନା ଅନ୍ୟ ସବୁ ବାସନ ବ୍ୟବହାର କରିବା ପରେ ତୁରନ୍ତ ସଫା କରି ତା’ ସ୍ଥାନରେ ରଖି ଦିଅନ୍ତୁ। ଅପରିଷ୍କାର ବାସନ ପଡ଼ିରହିଲେ ତା’ ଭିତରେ ଜୀବାଣୁ ଜନ୍ମ ନେଇଥାନ୍ତି ଏଥିଲାଗି ଏହାକୁ ସଫା କରି ରଖିଦିଅନ୍ତୁ।
କିଚେନ୍‌ କାନ୍ଥ: କିଚେନ୍‌ର କାନ୍ଥରେ ଦୁଇ ପ୍ରକାର ଦାଗ ଲାଗିଯାଏ। ଗୋଟିଏ ତେଲ, ହଳଦୀ ଦାଗ ଓ ଆଉଗୋଟେ ବାମ୍ଫ ପାଣି ଛିଟା ଦାଗ। ଏହାକୁ ସଫା କରିବାକୁ ହେଲେ ବାସନ ମଜା ସାବୁନ୍‌ରେ ଅଳ୍ପ ପାଣିରେ ଡିଟରଜେଣ୍ଟ ମିଶାଇ ଦିଅନ୍ତୁ। ଏବେ ଏକ କପଡ଼ା ନେଇ ସେଇ ପାଣିରେ ବୁଡ଼ାଇ କାନ୍ଥରେ ଘଷନ୍ତୁ। ଦେଖିବେ ଏହିପରି କାନ୍ଥରେ ଲାଗିଥିବା ଦାଗ ତୁରନ୍ତ ସଫା ହୋଇଯିବ।
ଫ୍ଲୋର : ଫ୍ଲୋର ସଫା କରିବାକୁ ହେଲେ ପାଣିରେ ବେକିଂ ସୋଡ଼ା ମିଶାଇ ଦିଅନ୍ତୁ ଓ କପଡ଼ା ସାହାଯ୍ୟରେ ସଫା କରନ୍ତୁ। ଯଦି କିଚେନ୍‌ରେ ଫ୍ଲୋର ଉଡେନ୍‌ ହୋଇଥାଏ ତେବେ ଏକ ବାଲ୍‌ଟି ପାଣିରେ ଧଳା ଭିନେଗାର ମିଶାନ୍ତୁ ଏହାପରେ ଓଦା କପଡ଼ା ସାହାଯ୍ୟରେ ଫ୍ଲୋରକୁ ପୋଛନ୍ତୁ। କିଚେନ୍‌କୁ ପ୍ରତିଦିନ ପୋଛନ୍ତୁ। ପୋଛୁଥିବା ପାଣିରେ ଜୀବାଣୁନାଶକ ଓ ଡିଟରଜେଣ୍ଟ ବ୍ୟବହାର କରିପାରିବେ। ଧ୍ୟାନ ରଖନ୍ତୁ ଯେ ଯେଉଁ କପଡ଼ାରେ ପୋଛୁଛନ୍ତି ତାକୁ ସଫା କରିବାକୁ ଭୁଲନ୍ତୁ ନାହିଁ।
ଡଷ୍ଟବିନ୍‌ : କିଚେନ୍‌ର ଡଷ୍ଟବିନ୍‌ ସଫା କରିବାକୁ ହେଲେ ଅଧା କପ୍‌ ପାଣିରେ ସିର୍‌କା ମିଶାଇ ସାରିବା ପରେ ଡଷ୍ଟବିନ୍‌ ସଫା କରନ୍ତୁ। ଡିସ୍‌ଇନଫେକ୍ଟେଡ୍‌ ଲିକ୍ୱିଡ୍‌କୁ କ୍ଲିନର ରୂପେ ବ୍ୟବହାର କରିପାରିବେ।
ଗ୍ୟାସ ଚୁଲା : ଗ୍ୟାସ୍‌ ଚୁଲାକୁ ସଫା କରିବାକୁ ହେଲେ ପ୍ରଥମେ ଏଥିରେ ବେକିଂ ସୋଡ଼ା ଓ ଉଷୁମପାଣି ଛିଟା ମାରନ୍ତୁ ୩୦ମିନିଟ୍‌ ପରେ ସ୍କ୍ରବ ସାହାଯ୍ୟରେ ରଗଡ଼ି ସଫା କଲେ ତେଲର ଛିଟା ଛାଡ଼ିଯିବ। ପରେ ଏହାର ବର୍ଣ୍ଣରରେ ଥିବା ଛୋଟଛୋଟ କଣାକୁ ପିନ୍‌ ସାହାଯ୍ୟରେ ସଫା କରିପାରିବେ।
କ୍ୟାବିନେଟ୍‌: ଏହାକୁ ସଫା କରିବାକୁ ହେଲେ ଅଳ୍ପ ତେଲରେ ଏକ ଚାମଚ୍‌ ବେକିଂ ସୋଡ଼ା ମିଶାଇ ଦିଅନ୍ତୁ। ଏହାପରେ ଏକ ସ୍ପଞ୍ଜ ସାହାଯ୍ୟରେ କ୍ୟାବିନେଟ୍‌କୁ ସଫା କରିବା ସହଜ ହେବ।
ଏଗ୍‌ଜଷ୍ଟ ଫ୍ୟାନ୍‌: ଏଗ୍‌ଜଷ୍ଟ ଫ୍ୟାନ୍‌ରେ ଯଦି ତେଲ ଲାଗିଲା ଏହା ବୁଲିବା ବନ୍ଦ ହୋଇଯାଏ। ଏହାକୁ ସଫା କରିବାକୁ ହେଲେ ଅଳ୍ପ ପାଣିରେ ବେକିଂ ସୋଡ଼ା ମିଶାନ୍ତୁ। ଏବେ ଏହା ସାହାଯ୍ୟରେ ସଫା କରନ୍ତୁ।
ଫ୍ରିଜ୍‌ : ଫ୍ରିଜ୍‌କୁ ବି ମଝିରେ ମଝିରେ ସଫା କରିବା ଜରୁରୀ। ଏହାକୁ ସଫା କରିବାକୁ ହେଲେ କର୍ଟନ ବଲ୍‌ସକୁ ଲେମ୍ବୁ ରସରେ ବୁଡ଼ାନ୍ତୁ ଏବଂ ଏହାକୁ ଫ୍ରିଜ୍‌ରେ କିଛି ସମୟ ରଖନ୍ତୁ। ଫ୍ରିଜ୍‌ରେ ଲାଗିଥିବା ଦାଗ ଦୂର କରିବାକୁ ହେଲେ ଲେମ୍ବକୁ ଫାଳ କରି କାଟିଦେଇ ସେଥିରେ ଲୁଣ ଲଗାଇ ଦିଅନ୍ତୁ। ଏହାପରେ ଦାଗ ଲାଗିଥିବା ସ୍ଥାନକୁ ରଗଡ଼ି ସଫା କରନ୍ତୁ ଦେଖିବେ ଦାଗ ଛାଡ଼ି ଯାଇଛି। ଲେମ୍ବୁରେ ସଫା କରିବା କାରଣରୁ ଫ୍ରିଜ୍‌ ଏତେଟା ଦୁର୍ଗନ୍ଧ ହୋଇ ନ ଥାଏ।
ସେଲଫ୍‌ : ରୋଷେଇ ଘରେ ଜିନିଷ ରଖିବା ଲାଗି ଯେଉଁ ସେଲ୍‌ଫ ବ୍ୟବହାର କରୁଛନ୍ତିି ଏହାକୁ ମଝିରେ ମଝିରେ ସଫା କରନ୍ତୁ। ଏଥିପାଇଁ ମଧ୍ୟ ଡିଟରଜେଣ୍ଟ ବ୍ୟବହାର କରି ପାରିବେ। ସେଲଫ୍‌ ବଦଳରେ ଷ୍ଟେନ୍‌ଲେସ୍‌ ଷ୍ଟିଲ ର଼୍ୟାକ୍‌ ଲଗାଇପାରିବେ ।
ଏହାକୁ ସଫା କରିବା ସହଜ ହୋଇଥାଏ।

ଏମାନେ କ’ଣ କରନ୍ତି

ନିଜେ କିଚେନ୍‌ ସଫା କରିଥାଏ
-ରଶ୍ମି ପଟ୍ଟନାୟକ,
ସୂର୍ଯ୍ୟନଗର, ଭୁବନେଶ୍ୱର
ବର୍ଷାଦିନରେ କିଚେନ୍‌କୁ ପିମ୍ପୁଡ଼ିଠାରୁ ଦୂରେଇ ରଖିବାକୁ ଲକ୍ଷ୍ମଣରେଖା ଟାଣେ। କିଚେନ୍‌କୁ ସଫାସୁତରା ରଖିଲେ ଏହା ଆମ ପାଇଁ ଭଲ। କିଚେନ୍‌କୁ ସଫା ମୁଁ ନିଜେ କରିଥାଏ। ମୁଁ ଏତିକି କହିବି ନିଜ କିଚେନ୍‌କୁ ଆମେ ନିଜେ ଯେପରି ସଫା କରିବା ଅନ୍ୟଜଣେ ସେପରି ସଫା କରିବ ନାହିଁ। ଆଉ ଏକ କଥା-କିଚେନ୍‌ରେ ସୁଜି ରଖୁଥିଲେ ଯଦି ସମ୍ଭବ ହେଉଛି ଖରା ଦେଇ ଶୁଖାଇବେ ନ ହେଲେ ଏହାକୁ ଭାଜି ଦେଇ ରଖିବେ। ଚଣା, ବୁଟ ଆଦି ଜିନିଷକୁ ଫ୍ରିଜ୍‌ରେ ରଖିପାରିବେ। ଫ୍ରିଜ୍‌ରେ ରହିଲେ ଏହା ଖରାପ୍‌ ହୋଇ ନ ଥାଏ।
କିଚେନ୍‌କୁ ସବୁବେଳେ
ହାଇଜେନିକ୍‌ ରଖିଥାଏ
-ସୁଜାତା ନାୟକ,
ଭାରତୀପୁର, ପିପିଲି, ପୁରୀ
ବର୍ଷାଦିନରେ ସାଧାରଣତଃ କିଚେନ୍‌ ଓଦା ଓଦା ଲାଗିଥାଏ। ଏଥିପାଇଁ ପ୍ରତିଦିନ ଫିନାଇଲ ଏବଂ ଡେଟଲ ସାହାଯ୍ୟରେ କିଚେନ୍‌କୁ ସଫା କରନ୍ତୁ। ଖାଦ୍ୟପଦାର୍ଥକୁ ଘୋଡ଼ାଇ ରଖିବା ଦରକାର। ଶସ୍ୟ ଜାତୀୟ ପଦାର୍ଥ ଯେପରି ଡାଲି, ଚାଉଳକୁ ଖରାରେ ଶୁଖାଇବା ଆବଶ୍ୟକ। ବାସନଗୁଡ଼ିକୁ ଭଲଭାବେ ମାଜି ଉଷୁମ ପାଣିରେ ଧୋଇ ଦିଅନ୍ତୁ। କିଚେନ୍‌ରେ ଥିବା ଡବା ଆଦି ସାମଗ୍ରୀକୁ ସୁନ୍ଦରଭାବେ ସଜାଇ ରଖନ୍ତୁ। କିଚେନ୍‌ ସଫା ରଖିଲେ ଆମେ ବିଭିନ୍ନ ରୋଗଠୁ ଦୂରେଇ ରହିପାରିବା। ସେଥିପାଇଁ ମୁଁ ସବୁବେଳେ କିଚେନ୍‌କୁ ହାଇଜେନିକ୍‌ ରଖିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଧରି ନିର୍ଧୁମ ଛେଚିଲେ ଲୋକେ

ବଲାଙ୍ଗୀର,୧୫।୪: ବଲାଙ୍ଗୀର ସହରରୁ ପୁଣି ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସହରରେ ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ...

‘ଯୁବତୀ ଜାଣିଶୁଣି ଘରୁ ଚାଲିଯାଇଥିଲେ ଆଉ ରଖିଥିଲେ ଶାରିରୀକ ସମ୍ପର୍କ’, POCSO ମାମଲାରେ ଜେଲରେ ଥିବା ଯୁବକଙ୍କୁ ମୁକ୍ତ କଲେ କୋର୍ଟ

ମୁମ୍ବାଇ,୧୫।୪: ବମ୍ବେ ହାଇକୋର୍ଟ POCSO ମାମଲାରେ ତିନି ବର୍ଷ ଜେଲରେ ଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କୁ ମୁକ୍ତ କରିଛନ୍ତି। ଯୁବକଙ୍କୁ ମୁକ୍ତ କରିବା ସମୟରେ...

LSG vs CSK: ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିବା ପରେ ଧୋନୀ ଆଶ୍ଚର୍ଯ୍ୟ ହୋଇ କହିଦେଲେ ଏମିତି କଥା

ଲକ୍ଷ୍ନୌ,୧୫।୪: ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜଏଣ୍ଟସକୁ ୫ ଉଇକେଟ୍‌ରେ ପରାସ୍ତ...

ଶେୟାର ବଜାରରେ ଜବରଦସ୍ତ ଉତ୍ସାହ: ୧୭୫୦ ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ, ଏସବୁ ଷ୍ଟକ୍‌ରେ ବଡ଼ ବୃଦ୍ଧି

ମୁମ୍ବାଇ,୧୫।୪: ଆରବିଆଇ ରେପୋ ହାର ହ୍ରାସ ଠାରୁ ଆରମ୍ଭ କରି ଟ୍ରମ୍ପଙ୍କ ଇଲେକ୍ଟ୍ରୋନିକ୍ସ ଉପରେ ଶୁଳ୍କରୁ ମୁକ୍ତି ଦେବା ପର୍ଯ୍ୟନ୍ତ, ଏସୀୟ ବଜାରରୁ ଭାରତୀୟ ବଜାର...

ବଡ଼ ରେକର୍ଡ କଲେ ଧୋନୀ: ବିଶ୍ୱର ପ୍ରଥମ ଖେଳାଳି ଭାବେ IPLରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୫ LSG ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ ଅଧିନାୟକ ମହେନ୍ଦ ସିଂ ଧୋନୀ ଏକ ବଡ଼ ରେକର୍ଡ...

Odisha Fishing Ban: ଆଜିଠାରୁ ଓଡ଼ିଶା ଉପକୂଳରେ ମାଛ ଧରିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫।୪: ମାଛମାନଙ୍କ ଅଣ୍ଡାଦାନ ଋତୁରେ ସାମୁଦ୍ରିକ ଜୀବନକୁ ସୁରକ୍ଷା ଦେବା ପାଇଁ, ଓଡ଼ିଶା ଉପକୂଳରେ ଏପ୍ରିଲ ୧୫ ତାରିଖରୁ ଦୁଇ ମାସ ପାଇଁ ମାଛ ଧରିବା...

Mehul Choksi: କିଏ ସେହି ମହିଳା? ଯାହାଙ୍କ ଉପରେ ଲାଗିଛି ଚୋକସିଙ୍କୁ ହନିଟ୍ରାପରେ ଫସାଇବାର ଅଭିଯୋଗ

ନୂଆଦିଲ୍ଲୀ,୧୫।୪: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ୧୩,୫୦୦କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଳାତକ ମେହୁଲ ଚୋକସି ବେଲଜିୟମ ପୋଲିସର ହେପାଜତରେ ଅଛନ୍ତି। ଭାରତ ଏହି...

ନିଆଁରେ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି: ଜାଣିଶୁଣି ପୋଡି ଦେଇଥିବା ଅଭିଯୋଗ

ପାଟଣାଗଡ ୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image