ସ୍ମାର୍ଟ ସିଟିରେ ଡିଜିଟାଲ କିଓସ୍କ: ଗୋଟିଏ ସ୍ଥାନରେ ଏକାଧିକ ନାଗରିକ ସେବା

ଭୁବନେଶ୍ୱର, ୫ା୧୨ (ବ୍ୟୁରୋ): ରାଜଧାନୀରେ ନାଗରିକଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ସେବା ଯୋଗାଇ ଦେବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ) ପକ୍ଷରୁ ସହରର ୭୫ଟି ସ୍ଥାନରେ ସ୍ଥାପନ ହେବ ଡିଜିଟାଲ କିଓସ୍କ। ଜନଗହଳିପୂର୍ଣ୍ଣ ପ୍ରମୁଖ ସ୍ଥାନରେ ୨୫ଟି ଓ ବିଭିନ୍ନ କାର୍ଯ୍ୟାଳୟରେ ୫୦ କିଓସ୍କ ଲଗାଯିବ। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ରାଜମହଲ ଛକ, କଳିଙ୍ଗ ହସ୍ପିଟାଲ ଛକ ଓ ଶହୀଦନଗର ଓ୍ବାର୍ଡ ଅଫିସ୍‌ରେ ଗୋଟିଏ ଲେଖାଏ ଡିଜିଟାଲ କିଓସ୍କ ଲଗାଯାଇଛି। ଶହୀଦନଗର ଓ୍ବାର୍ଡ ଅଫିସ କିଓସ୍କଟି ସେବା ଯୋଗାଇବା ଆରମ୍ଭ କରିଥିବାବେଳେ ଅନ୍ୟ ଦୁଇଟିର ସ୍ଥାପନ ପ୍ରକ୍ରିୟା ଶେଷ ହେବା ପରେ କାର୍ଯ୍ୟକାରୀ କରାଯିବ ବୋଲି ବିଏସ୍‌ସିଏଲ ଜିଏମ୍‌ ଶେଷଦେବ ନନ୍ଦ କହିଛନ୍ତି।
ତାଙ୍କ ସୂଚନାନୁସାରେ, ଦୁଇପ୍ରକାର ଡିଜିଟାଲ କିଓସ୍କ ସେବା ଯୋଗାଇବ। ‘ଇଣ୍ଟିଗ୍ରେଟେଡ ମଲ୍ଟି ସର୍ଭିସେସ୍‌ ଡିଜିଟାଲ କିଓସ୍କ’ ବାହାରେ ଓ ‘ଷ୍ଟାଣ୍ଡ୍‌ ଏଲୋନ ମଲ୍ଟି ସର୍ଭିସେସ୍‌ ଡିଜିଟାଲ କିଓସ୍କ’ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟ କରିବ। ‘ଇଣ୍ଟିଗ୍ରେଟେଡ ମଲ୍ଟି ସର୍ଭିସେସ୍‌ ଡିଜିଟାଲ କିଓସ୍କ’ରେ ଲୋକେ ଓ୍ବାଇ-ଫାଇ ଆକ୍ସେସ୍‌ ପଏଣ୍ଟ ପାଇବା ସହ ଇମରଜେନ୍ସି କଲ୍‌ ବଟନ୍‌, ଫୋନ୍‌ ଚାର୍ଜ ପଏଣ୍ଟ, ସୋଲାର ପ୍ୟାନେଲ ଓ ଟିକେଟ୍‌ ବୁକ୍‌ କରିବା ଆଦି ବହୁ ସୁବିଧା ପାଇପାରିବେ। ଏହା ମୁଖ୍ୟତଃ ପାର୍କ, ମଲ୍‌, ସରକାରୀ କାର୍ଯ୍ୟାଳୟ ଓ ବ୍ୟସ୍ତବହୁଳ ରାସ୍ତାରେ ଦେଖିବାକୁ ମିଳିବ। ସେହିପରି ‘ଷ୍ଟାଣ୍ଡ୍‌ ଏଲୋନ ମଲ୍ଟି ସର୍ଭିସେସ୍‌ ଡିଜିଟାଲ କିଓସ୍କ’ରେ ଲୋକଙ୍କୁ ବିଭିନ୍ନ ଅଭିଯୋଗ କରିବା, ବିଲ୍‌ ପୈଠ କରିବା, କାର୍ଡ ସ୍ବାଇପ୍‌ କରିବା, ଟିକେଟ ପ୍ରିଣ୍ଟ କରିବା ପରି ସେବା ଉପଲବ୍ଧ ରହିବ। ତେବେ ଆଗାମୀ ମାର୍ଚ୍ଚ ସୁଦ୍ଧା ଚିହ୍ନଟ ସ୍ଥାନରେ ଏସବୁ କିଓସ୍କ ସ୍ଥାପନ ପାଇଁ ବିଏସ୍‌ସିଏଲ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିବା ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri