ଦିନରେ ଅଧଘଣ୍ଟା ଧରି ଫୋନ୍ରେ ଗପିଲେ ବ୍ରେନ୍ ଟ୍ୟୁମର ହେବ ବୋଲି ଆମେରିକାରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହା ଦ୍ୱାରା ଆଖି ଉପରେ ଖରାପ ପ୍ରଭାବ ପଡ଼ିବା ସହିତ ଅନିଦ୍ରା ଆଦି ରୋଗ ସୃଷ୍ଟି ହୋଇଥାଏ। ଏହାଦ୍ୱାରା କାନ ମଧ୍ୟରେ ଥିବା ମାଂସପେଶୀର ତାପମାତ୍ରା ବଢ଼ିବା ସହିତ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏଭଳି ଲାଗି ରହିଲେ ୧୦ ବର୍ଷ ପରେ ବ୍ରେନ୍ ସେଲ୍ରେ ପରିବର୍ତ୍ତନ ଘଟି ଅଯଥା କୋଷ ବିଭାଜନ ହୋଇ ଟ୍ୟୁମର ହେବାର ଆଶଙ୍କା ରହିଥାଏ ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଛୋଟ ପିଲାଙ୍କ ଉପରେ ସ୍ମାର୍ଟଫୋନ୍ର ଅଧିକ ଖରାପ ପ୍ରଭାବ ପଡ଼ିଥାଏ।