ଆମେରିକା ଲାଞ୍ଚେଷ୍ଟର ୟୁନିଭର୍ସିଟିର ଗବେଷକମାନେ ଏକ ରିଷ୍ଟ୍ବ୍ୟାଣ୍ଡ ୍ବିକାଶ କରିଛନ୍ତି ଯାହା ମାଧ୍ୟମରେ ଭାବାବେଗକୁ ଜାଣିପାରିବେ। କୌଣସି ଭାବନା ପ୍ରକାଶ ପାଇଲେ ଏଥିରେ ଉପଯୋଗ କରାଯାଇଥିବା ଟେକ୍ନୋଲୋଜି ଦ୍ୱାରା ରଙ୍ଗ ପରିବର୍ତ୍ତନ , ଉତ୍ତପ୍ତ ହୋଇ କିମ୍ବା ତରଙ୍ଗ ସୃଷ୍ଟି କରି ଜଣାଇଦିଏ। ଏହାଦ୍ୱାରା ବ୍ୟକ୍ତି କୌଣସି ସମସ୍ୟାଜନିତ ଭାବନାକୁ ସହଜରେ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇପାରିବ। ନିଜର ଭାବାବେଗକୁ ଜାଣିବା ପରେ ବ୍ୟକ୍ତିର ବିଷାଦ, ଆବେଗ ଓ ଅନ୍ୟ ମାନସିକ ସମସ୍ୟାକୁ ସୁଧାରିବା ଲାଗି ସହଜ ହେବ ବୋଲି ଗବେଷକମାନେ କହିଛନ୍ତି। ଭାବନାର ସ୍ତର ଅନୁଯାୟୀ ବ୍ୟାଣ୍ଡ୍ ତା ରଙ୍ଗ ପରିବର୍ତ୍ତନ କରି କୌଣସି ମୋବାଇଲ କିମ୍ବା କମ୍ପ୍ୟୁଟରକୁ ପ୍ର୍ରେରଣ ନକରି ସିଧା ବ୍ୟକ୍ତିକୁ ଜଣାଇଦେଇପାରିବ। ଏହାକୁ ପିନ୍ଧି ଜଣେ କିଭଳି ମାନସିକ ସ୍ଥିତି ଦେଇ ଗତି କରୁଛି ତାହା ସହଜରେ ଜାଣିପାରିବେ।