ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ସ୍ମିତାରାଣୀଙ୍କୁ ଦିନ ଦ୍ୱିପ୍ରହରରେ ମାରି ଟାଙ୍ଗି ଦିଆଯାଇଛି। ଘଟଣାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ ସମ୍ମୁଖକୁ ଆସିବ। ହତ୍ୟାକାରୀଙ୍କୁ ତୁରନ୍ତ ଧରି ଦଣ୍ଡ ଦିଆଯାଉ। ଏହି ସରକାରଙ୍କ ଅମଳରେ ମହିଳା ଏବଂ ନାବାଳିକା ସୁରକ୍ଷିତ ନାହାନ୍ତି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ଶନିବାର ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗେସ ବିଧାୟକ ସୁର ରାଉତରାୟ।
ପ୍ରକାଶଯୋଗ୍ୟ, ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଏବଂ ସ୍ବାମୀ ଅଭିଯୋଗ କରିଥିବା ବେଳେ ସେମାନଙ୍କୁ ରାଜ୍ୟ ଭାଜପା ଏବଂ କଂଗ୍ରେସ ପକ୍ଷରୁ ପୃଥକ୍ ଟିମ୍ ଭେଟି ସମବେଦନା ଜଣାଇଛନ୍ତି। ଏଥିସହ ଭାଜପା ଓ କଂଗ୍ରେସ ଟିିମ୍ ଯାଜପୁର ଏସ୍ପିଙ୍କୁ ଭେଟି ତଦନ୍ତ ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ମୃତ୍ୟୁ ମାମଲାକୁ ନେଇ ପ୍ରଥମେ କଂଗ୍ରେସ ଏବଂ ଏବେ ଭାଜପା ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛି।