ବାରାଣସୀ,୫ ।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ କଳକାରାଖାନାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଫଳରେ ଏବେ ବାରାଣସୀର ଗଙ୍ଗାଜଳ ପୂର୍ବାପେକ୍ଷା ଅଧିକ ସ୍ୱଚ୍ଛ ହୋଇଛି ବୋଲି କହିଛନ୍ତି କେମିକାଲ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି, ଆଇଆଇଟିର ପ୍ରଫେସର ଡ. ପିକେ ମିଶ୍ର । ତାଙ୍କ ମତରେ ଏବେ ଗଙ୍ଗା ଜଳ ୪୦ରୁ ୫୦ ପ୍ରତିଶତ ଅଧିକ ସ୍ୱଚ୍ଛ ହୋଇଯାଇଛି । ଅନ୍ୟପଟେ ଲକ୍ ଡାଉନ୍ ପରେ ଦେଶରେ ବାୟୁ ପ୍ରଦୂଷଣ ମଧ୍ୟ କମ୍ ହୋଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।