ହଟିଲା ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନି କଟକଣା

ନୂଆଦିଲ୍ଲୀ,୮ା୪: ଆମେରିକା ସମେତ କରୋନା ଭୂତାଣୁ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକୁ ଭାରତ ଔଷଧ ଯୋଗାଇଦେବ। ଏବେ ମ୍ୟାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏବଂ ପାରାସିଟାମଲ ଉପରୁ କଟକଣା ଆଂଶିକ ଉଠାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଔଷଧ ଯୋଗାଇଦେବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୁଇଦିନ ପୂର୍ବରୁ ଭାରତକୁ ଅନୁରୋଧ କରିଥିଲେ। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଔଷଧ ପଠାଇବାକୁ ମନା କରନ୍ତି ତେବେ ଏହାର ପ୍ରତିଶୋଧ ନିଆଯିବ ବୋଲି ଟ୍ରମ୍ପ୍‌ ଚେତାବନୀ ଦେବାର କିଛି ସମୟ ପରେ ଭାରତ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ମହାମାରୀର ମୁକାବିଲା ଲାଗି ମାନବିକତା ଦୃଷ୍ଟିକୋଣରୁ ଭାରତ ଉପରେ ନିର୍ଭରଶୀଳ ପଡୋଶୀ ଦେଶଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣରେ ପାରାସିଟାମଲ ଏବଂ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଯେଉଁ ଦେଶଗୁଡିକ କରୋନା ସଂକ୍ରମଣରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି, ସେଗୁଡ଼ିକୁ ମଧ୍ୟ ଜରୁରୀ ଔଷଧ ଯୋଗାଇ ଦିଆଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି। ବିଶ୍ୱର ଜୀବନରକ୍ଷାକାରୀ ଔଷଧର ଏକ-ଚତୁର୍ଥାଂଶରୁ ଅଧିକ ଭାରତ ଯୋଗାଇଥାଏ। କୋଭିଡ୍‌-୧୯ ମାମଲା ବଢ଼ିବା ପରେ ଅଧିକ ଔଷଧ ମହଜୁଦ ରଖିବା ଲାଗି ଗତମାସରେ ସରକାର ୨୬ଟି ଫାର୍ମାସ୍ୟୁଟିକାଲ ଉପାଦାନ ଓ ସେଥିରୁ ପ୍ରସ୍ତୁତ ଔଷଧ ରପ୍ତାନି ଉପରେ କଟକଣା ଲଗାଇଥିଲେ।
କୋଭିଡ୍‌-୧୯ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ସମୁଦାୟ ଦୃଢ଼ ଏକତା ଓ ସହଯୋଗ ମନୋଭାବ ପ୍ରଦର୍ଶନ କରିବା ଜରୁରୀ ବୋଲି ଭାରତ ସବୁବେଳେ କହିଆସିଛି। ତେବେ ଘରୋଇ ଆବଶ୍ୟକତା ପୂରଣ ପରେ ଗଚ୍ଛିତ ପରିମାଣକୁ ଦେଖି ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏବଂ ପାରାସିଟାମଲ ରପ୍ତାନି ପାଇଁ ଅନୁମତି ଦିଆଯିବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଏହି ଔଷଧ ଲାଇସେନ୍ସ ବର୍ଗରେ ଯାଉଥିବାରୁ ଏହାର ଚାହିଦା ଉପରେ ନିୟମିତ ସମୀକ୍ଷା କରାଯାଇଥାଏ। ମ୍ୟାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ଚିକିତ୍ସାରେ ବ୍ୟବହାର କରାଯାଇପାରିବ ବୋଲି ପରୀକ୍ଷାରୁ ଜଣାପଡିବା ପରେ ଗତମାସ ୨୫ ତାରିଖରେ ସରକାର ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଉପରେ ବଡ଼ ଅଗିଯୋଗ ଆଣିଲା କଂଗ୍ରେସ, କହିଲା ଜନତାଙ୍କୁ ବୋକା ବନଉଛି

ରାଞ୍ଚି,୨।୧୧: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେବାର ତାରିଖ ଯେତେ ପାଖେଇ ଆସୁଛି, ରାଜନୈତିକ ଦଳ ମଧ୍ୟରେ କଥା କଟାକଟି ବଢିବାରେ ଲାଗିଛି। ଏବେ...

ମାଞ୍ଝୀ ହେଉଛନ୍ତି ‘ପଲ୍‌ଟୁ’, କେବେ ଫେରିଯାଇ ଲଣ୍ଠନ ଧରିନେବେ ନିଜେ ଜାଣିପାରିବେ ନାହିଁ : ପିକେ

ନୂଆଦିଲ୍ଲୀ,୨।୧୧: ବିହାରର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପ ନିର୍ବାଚନ ପ୍ରଚାରରେ ଜୋରଦାର ଆରୋପ ପ୍ରତ୍ୟାରୋପ ଚାଲିଛି। ଏହି ସମୟରେର ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା...

ଭାରତୀୟ ସେନାକୁ ବଡ଼ ସଫଳତା: ଲଶ୍କରର ଟପ୍‌ କମାଣ୍ଡର ଉସ୍‌ମାନ୍‌ର ହେଲା The End 

ଶ୍ରୀନଗର,୨।୧୧: ଜମ୍ମୁ କଶ୍ମୀରର ଶ୍ରୀନଗର ଖାନିଆର ଅଞ୍ଚଳରେ ଶନିବାର ସକାଳେ ହୋଇଥିବା ଏନକାଉଣ୍ଟରରେ ୪ ଯବାନ ଆହତ ହୋଇଥିବା ବେଳେ ଲଶ୍କର-ଏ-ତୋଇବା(ଏଲ୍‌ଇଟି)ର ଜଣେ ପାକିସ୍ତାନୀ ଆତଙ୍କବାଦୀ...

ପୁଣି ଏକ ଟ୍ରେନ ଦୁର୍ଘଟଣା! କେରଳ ଏକ୍ସପ୍ରେସରେ ପିଟି ହୋଇ ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ଥିରୁଭାନନ୍ତପୁରମ, ୨।୧୧: ଦକ୍ଷିଣ ଭାରତ କେରଳର ପଲକ୍କଡ ନିକଟରେ କେରଳ ଏକ୍ସପ୍ରେସ ଟ୍ରେନରେ ଧକ୍କା ହେବା ପରେ ଚାରିଜଣ ପରିମଳ ବା ସଫେଇ କର୍ମଚାରୀଙ୍କ ମୃତ୍ୟୁ...

ସରକାରଙ୍କ ଡିଜିଟାଲ ଜୀବନ ପ୍ରମାଣପତ୍ର କ୍ୟାମ୍ପେନ ଆରମ୍ଭ, ଉପକୃତ ହେବେ ୧.୮୧ ପେନସନଧାରୀ

ନୂଆଦିଲ୍ଲୀ,୨।୧୧: ପର୍ସନାଲ, ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ସରକାର ଆରମ୍ଭ କରିଥିବା ସର୍ବ ବୃହତ ଅଭିଯାନ ଅଧୀନରେ ୧.୮ ଲକ୍ଷରୁ...

ଆତଙ୍କବାଦୀ ଲୁଚି ରହିଥିବା ଘରେ ନିଆଁ ଲଗାଇଦେଲେ ସେନା

ଶ୍ରୀନଗର,୨।୧୧: ଜମ୍ମୁ କଶ୍ମୀରରେ ଶନିବାର ସକାଳୁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ମୁକାବିଲା ଜାରି ରହିଥିଲା। ଗୋଟିଏ...

ରାଜନୈତିକ ଦଳଙ୍କୁ ଉପଦେଶ ଦେବା ପାଇଁ ଏତେ କୋଟି ଟଙ୍କା ଚାର୍ଜ କରନ୍ତି ପ୍ରଶାନ୍ତ କିଶୋର, ପିକେଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ,୨।୧୧: ରାଜନୈତିକ ରଣନୀତିକାରରୁ ଜନସୁରାଜ ପାର୍ଟିରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର କରିଛନ୍ତି ବଡ଼ ଖୁଲାସା। ରାଜନୀତିର ଚାଣକ୍ୟ ଭାବେ ବିବେଚିତ ପ୍ରଶାନ୍ତ କିଶୋର ବହୁ...

ମୋଦିଙ୍କ ଟେକ୍‌ନିକ୍‌ କପି କଲେ ଟ୍ରମ୍ପ! ପ୍ରଶଂସାରେ ପୋତି ପକାଇଲା ଇସ୍କନ

ନ୍ୟୁୟର୍କ,୨।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦୀପାବଳିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି। ଏହା ଉପରେ ଆମେରିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri