ମହାକାଳପଡା, ୭।୧(ଡି.ଏନ.ଏ): କେନ୍ଦ୍ରାପଡା ଜିଲା ମହାକାଳପଡା ଥାନା ଅଧୀନ ଜଅଁରା ଗ୍ରାମରେ ୨୦୧୯ ନଭେମ୍ବର ୨୮ ତାରିଖରେ ଅଶୋକ ପରିଡାଙ୍କୁ ଗ୍ରାମର ଏକ ପରିବାର ହତ୍ୟା କରି ପୋଖରୀରେ ବୁଡାଇ ଦେଇଥିଲେ। ଏନେଇ ଅଶୋକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏସପି ନୀତିଶେଖର, ଏସଡିପିଓ ରାଜୀବଲୋଚନ ପଣ୍ଡା ଓ ଥାନାଧିକାରୀ ମନୋରଞ୍ଜନ ଚୌଧୁରୀ ପ୍ରମୁଖ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। କିନ୍ତୁ ଅତ୍ୟାବଧି ଘଟଣାକୁ ୪୦ ଦିନ ପୁରି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଏହାର ପ୍ରତିବାଦରେ ମଙ୍ଗଳବାର ଅଶୋକଙ୍କ ପରିବାର ଏବଂ ଗ୍ରାମବାସୀ ମିଶି ଥାନା ପରିସରରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଖବର ପାଇଁ ଏସଡିପିଓ, ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା