ହରମୋନ୍‌ସ୍ତରରେ ସନ୍ତୁଳନ ରକ୍ଷା କରେ ଯୋଗ…

ଯୋଗ ମାଧ୍ୟମରେ ବିଭିନ୍ନ ରୋଗ ଭଲ ହେଉଛି। ତେଣୁ ନିଜକୁ ଫିଟ୍‌ ଓ ରୋଗମୁକ୍ତ କରିବା ପାଇଁ ଅନେକ ସକାଳୁ ସକାଳୁ ଯୋଗ କଲେ ମିିଳିଥାଏ ସୁଫଳ। ତେବେ ଯୋଗ କରିବା ପୂର୍ବରୁ ଓ ପରେ କେତେ ସମୟ ବ୍ୟବଧାନରେ ଖାଦ୍ୟ ଖାଇବା ଦରକାର ଓ କ’ଣ ଖାଇବା ଉଚିତ୍‌ ସେନେଇ ସତର୍କ ରହିବା ଆବଶ୍ୟକ। ଯୋଗଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ ବୋଲି ଚାଇନା ବେଜିଂ ବିଶ୍ୱଦ୍ୟାଳୟର କେତେକ ପ୍ରଫେସର ସେମାନଙ୍କ ଗବେଷଣା ରିପୋର୍ଟରେ ଦର୍ଶାଇଛନ୍ତି। ଯୋଗ କଲେ ସିଧା ସଳଖ ହାଇପୋଥାଲାମସ୍‌ ଉପରେ ପ୍ରଭାବ ପଡ଼ିଥାଏ। ଫଳରେ ଶରୀରରେ ବିଭିନ୍ନ ହରମୋନ୍‌ସ୍ତରରେ ସନ୍ତୁଳନ ରକ୍ଷା ହେବା ଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳିଥାଏ । ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଯୋଗ ଏକ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଯୋଗ କରିବାର ୪୫ ମିନିଟ ପୂର୍ବରୁ ଫଳ ଖାଇହେବେ। ସକାଳେ ଯୋଗ କରିବା ଆଗରୁ ତେବେ ଗୋଟେ କପ୍‌ ଚା, ଗରମ ପାଣି ସହ ଲେମ୍ବୁ ରସ, ଗୋଟେ ଗ୍ଲାସ ଉଷୁମ କ୍ଷୀର ପିଇଲେ ଭଲ। ତେବେ ସକାଳୁ କିଛି ନଖାଇ ଖାଲି ପେଟରେ ଯୋଗ କରିବା ଫଳପ୍ରଦ ବୋଲି ଗବେଷଣା ରିପୋର୍ଟରେ ସୂଚିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ରହିବ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ...

ଆମେରିକାର ଧ୍ରୁବୀ ପଟେଲ ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌

ଓ୍ବାଶିଂଟନ,୨୧ା୯: ଆମେରିକାର କମ୍ପ୍ୟୁଟର ଇନ୍‌ଫର୍ମେଶନ ସିଷ୍ଟମ୍‌ ଛାତ୍ରୀ ଧ୍ରୁବୀ ପଟେଲଙ୍କୁ ଚଳିତ ବର୍ଷର ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌ ବିଜେତା ଘୋଷଣା କରାଯାଇଛି। ଧ୍ରୁବୀ ବଲିଉଡ୍‌ ଅଭିନେତ୍ରୀ...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ରଖିଲା ଇସ୍ରାଏଲ, ହମାସ କଲା ଖାରଜ

ଜେରୁଜେଲମ,୨୦।୯: ଇସ୍ରାଏଲ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି। ଇସ୍ରାଏଲ କହିଛି ଯେ ଯଦି ସମସ୍ତ ବନ୍ଧକଙ୍କୁ ଏକାଠି ମୁକ୍ତ କରାଯାଏ ଏବଂ ଗାଜାକୁ ନିରସ୍ତ୍ର...

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

ଭାରତ ସରକାର, ଡୋଭାଲଙ୍କ ନାଁରେ ମାମଲା ଦାଏର କଲେ ପନ୍ନୁନ

ଲଣ୍ଡନ,୨୦ା୯:ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ଜେନେରାଲ କାଉନସିଲ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ ତାଙ୍କ ଓକିଲଙ୍କ ଜରିଆରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

ଫୁଡ୍‌ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ

ଜୁରିଚ୍‌, ୨୦।୯:ଫୁଡ୍‌ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍‌ସ୍ଥିତ...

ନୂଆ ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଗାଜାରୁ ଲେବାନନ୍‌କୁ ମୁହାଁଇଲେ ଇସ୍ରାଏଲୀ ସୈନ୍ୟ

ବେରୁଟ୍‌/ଜେରୁଜେଲମ୍‌,୨୦ା୯:ଲଗାତର ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri