ହରିଶଙ୍କରରୁ ନୃସିଂହନାଥକୁ ପାହାଡ ଚଢି ଯିବା ମଜା ନିଆରା

ଖପ୍ରାଖୋଲ, ୧୭ା୫(ଡି.ଏନ.ଏ.):ବଲାଙ୍ଗୀର ଜିଲା ଓ ବରଗଡ ଜିଲା ସୀମାନ୍ତରେ ରହିଛି ଗନ୍ଧମାର୍ଦ୍ଦନ ପାହାଡ ା ପାହାଡର ଦୁଇପାର୍ଶ୍ୱରେ ହରିଶଙ୍କର ଏବଂ ନୃସିଂହନାଥ ପୀଠ ା ବର୍ଷ ସାରା ଦୁଇ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଧାର୍ମିକ, ଆଧ୍ୟାତ୍ମିକ, ପୌରାଣିକ, କିମ୍ବଦନ୍ତକୁ ନେଇ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ ା ଦୁଇ ପୀଠକୁ ଲାଗି ଉଭୟ ପାଶର୍‌ବରେ ବହିଯାଇଛି ଚିରସୋ୍ରତା ଝରଣା ା ଦୁଇପୀଠକୁ ଭଲ ସଡକ ପଥ ଦେଇ ଗଲେ ୮୦ କିମିରୁ ଅଧିକ ଦୂର ପଡୁଥିବାବେଳେ ଲୋକେ ଗାଡି ମୋଟରରେ ଯାଆସ କରିଥାନ୍ତି ା ହେଲେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଭୟ ପୁଣ୍ୟକ୍ଷେତ୍ରରେ ହେଉଥିବାରୁ ତିନିଦିନ ଧରି ଗନ୍ଧମାର୍ଦ୍ଦନ ପାହାଡ ପାଲଟେ ଲୋକାରଣ୍ୟ ା ହଜାର ହଜାର ଶ୍ରଦ୍ଧାଳୁ ଆଶା ବିଶ୍ୱାସ ଓ ମାନସିକ ରଖି ଉଠାଣି ଗଡାଣି ପାହାଡ ରାସ୍ତାରେ ଦୀର୍ଘ ୧୫ କିମିରୁ ଊର୍ଦ୍ଧ୍ୱ ପଥକୁ ଦିନ ରାତି ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ଗନ୍ଧମାର୍ଦ୍ଦନ ପାହାଡ ଜଙ୍ଗଲରେ ଭରା ଥିବାବେଳେ ବନ୍ୟଜନ୍ତୁ ରହିଛନ୍ତି। ହେଲେ ବିଶ୍ୱାସ ପାଖରେ ସବୁ ହାର ମାନିଥାଏ। ପିଲା ଠୁଁ ବୁଢା ଯାଏଁ ସବୁ ବୟସର ଶ୍ରଦ୍ଧାଳୁ ପାହାଡ ଚଢି କିଏ ନୃସିଂହନାଥ ଯାଉଛି ତ କିଏ ହରିଶଙ୍କର ଆସୁଛି ଏହି ନିର୍ଘତ ଖରାରେ। ସତେ ଯେମିତି ବୈଶାଖ ଚତୁର୍ଦ୍ଦଶୀ ମେଳାବେଳେ ଏହି ତିନି ଦିନ ପାଲଟିଛି ପାହାଡ ଚଢାର ମାହାକୁମ୍ଭ ା ସମସ୍ତଙ୍କ ଅପେକ୍ଷା ଏହି ଦିନକୁ ା ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ପାହାଡ ଚଢୁଥିବା ଓ ଓହ୍ଲାଉ ଥିବା ଦେଖିବାକୁ ମିଳିଥିଲା। ଅଧିକ ସଂଖ୍ୟାରେ ଛତିଶଗଡ ଅଞ୍ଚଳର ଶ୍ରଦ୍ଧାଳୁ ଥିବା ଅନ୍ୟ ବର୍ଷ ଭଳି ଦେଖିବାକୁ ମିଳିଛି ା ପାହାଡ ଚଢା ସମୟରେ କୌଣସି ଅଘଟଣ ଆଜି ଯାଏଁ ଘଟି ନ ଥିବା ହରିଶଙ୍କର ମନ୍ଦିର ପରିଚାଳନା ସବ କମିଟି ସଭାପତି ବିପ୍ର ବିଶି ପ୍ରକାଶ କରିଛନ୍ତି। ପାହାଡ ଚଢା କଷ୍ଟକର ହୋଇଥିଲେ ବି ଗନ୍ଧମାର୍ଦ୍ଦନ ମାତା, ହରିଶଙ୍କର ବାବା, ନୃସିଂହନାଥ ବାବାଙ୍କ କରୁଣାରୁ ଶ୍ରଦ୍ଧାଳୁମାନେ ସହଜରେ ଯାଆସ କରିଥାନ୍ତି। ମନ୍ଦିର ତରଫରୁ ଗନ୍ଧମାର୍ଦ୍ଦନ ପାହାଡର ୫ କିମି ଉପରେ ଭୀମ ମୋଡ ନିକଟରେ ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ହରିଶଙ୍କର ମନ୍ଦିର ପରିଚାଳକ ବେଣୁଧର ସାହୁ କହିଛନ୍ତି। ପାହାଡ ପଥ ୧୫କିମିରୁ ଉର୍ଦ୍ଧ୍ୱ ହେଉଥିବାରୁ ଶ୍ରଦ୍ଧାଳୁଙ୍କୁ ସ୍ବାସ୍ଥ୍ୟସେବା ପାହାଡ ଉପରେ ଯୋଗାଇବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଥିଲେ ଯେଉଁଠି, ଫେରିଲେ ସେଇଠିକି ଫେରିଲେ ରଘୁବର

ଭୁବନେଶ୍ୱର,୧୦ା୧(ସୁନିତ୍‌ ମିଶ୍ର):ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଥିଲେ ଯେଉଁଠି ସେଇଠିକି ଫେରିଯାଇଛନ୍ତି। ପୂର୍ବରୁ ଭାଜପା ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିବା ରଘୁବର ଦାସ...

ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ଼

କଟକ,୧୧।୧: ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି। ଏଭଳି ଘଟଣା କଟକ ସଦର ଥାନା ସୁଭଦ୍ରାପୁରରେ ଘଟିଛି। ବୋମାମାଡର କାରଣ ଅସ୍ପଷ୍ଟ...

ସହଦେବଙ୍କ ସ୍ତ୍ରୀଙ୍କୁ ମିଳିବ ଚାକିରି: ଭାଜପାର ବଡ଼ ଘୋଷଣା

ଭୁବନେଶ୍ୱର, ୧୧ା୧(ସୁନିତ୍‌ ମିଶ୍ର):ସହଦେବ ନାୟକଙ୍କ ହତ୍ୟା ଘଟଣାକୁ ନେଇ ଏକାମ୍ର ବିଧାୟକ ବାବୁ ସିଂ ବିଜେଡିକୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ, ବୁଧବାର ସକାଳେ ରସୁଲଗଡ଼ ଫ୍ଲାଏଓଭରରେ...

ଟୁଇନ୍‌ ସିଟିରେ ପ୍ରବଳ କୁହୁଡ଼ି, ୧୦୦ ମିଟର ଆଗକୁ ଦେଖାଯାଉନି ରାସ୍ତା

ଭୁବନେଶ୍ବର,୧୧।୧: ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି। ୧୦୦ ମିଟର ଆଗକୁ ରାସ୍ତା ଦେଖାଯାଉନି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ...

ଏଡିଆର୍‌ ରିପୋର୍ଟ: ୨୦୨୨-୨୩ ବର୍ଷରେ ବିଜେଡିକୁ ମିଳିନି ଗୋଟିଏ ଟଙ୍କା ଚାନ୍ଦା

ନୂଆଦିଲ୍ଲୀ,୧୦।୧: ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୨-୨୩ ଆର୍ଥତ୍କ ବର୍ଷରେ ୨୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଛନ୍ତି। ଚାନ୍ଦାରୁ ଜେଏମ୍‌ଏମ୍‌, ଜେଜେପି, ଟିଡିପି...

ଧନୁଯାତ୍ରାରେ ବାଲିଯାତ୍ରା ଟିକେଟ୍: ବିରୋଧ କରିବାରୁ ସଂଘବଦ୍ଧ ଆକ୍ରମଣ

ମଥୁରାନଗରୀ, ୧୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ଉପଲକ୍ଷେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ମୀନାବଜାର ସମେତ ବିଭିନ୍ନ...

ଫେବୃଆରୀ ଦ୍ୱିତୀୟ ସପ୍ତାହ ଯାଏ ଶୀତ ଲହର

ଭୁବନେଶ୍ୱର,୧୦ା୧(ଅନୁରାଧା ମହାରଣା)- ରାଜ୍ୟରେ ଗତ କିଛିଦିନ ହେଲା ଶୀତ ଲହରି ଜାରି ରହିଛି। ୧୦ ସହରରେ ପାରଦ ୧୦ ଡିଗ୍ରୀ ଓ ଏହା ତଳେ ରହିଛି।...

ତ୍ରିଲୋଚନପୁର ସରପଞ୍ଚ ଅଯୋଗ୍ୟ ଘୋଷିତ: ଜାଣନ୍ତୁ କିଏ ହେଲେ ନୂଆ ସରପଞ୍ଚ

ଲାଞ୍ଜିଗଡ଼,୧୦।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ମାଝୀଙ୍କୁ ଅଦାଲତ ଅଯୋଗ୍ୟ ଘୋଷଣା କରିଛନ୍ତି।୨୦୨୨ରେ ସରପଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri