ହଳଦୀ ଚାଷ ଦେଇଛି ରୋଜଗାର

ନବରଙ୍ଗପୁର,୧୭।୧୦(ବି.ପ୍ର.)- ନବରଙ୍ଗପୁର ଏକ କୃଷି ପ୍ରାଧାନ୍ୟ ଜିଲା। ଏହି ଜିଲାରେ କୃଷି କାର୍ଯ୍ୟ କରି ୮୫ପ୍ରତିଶତ ଲୋକ ଜୀବିକା ନିର୍ବାହ କରନ୍ତି। ତେବେ ଅଧିକାଂଶ ଚାଷୀ ଏଠାରେ ଆଖୁ ଓ ମକା ଚାଷ କରିଥାନ୍ତି। ଆଉ କେତେକ ଚାଷୀ ୟୁକାଲ ପଟାସ ଗଛ ଲଗାଉଛନ୍ତି। ଯାହାଦ୍ୱାରା ଚାଷ ଜମିର ଉର୍ବରତା ନଷ୍ଟ ହେଉଛି। ତେବେ ଆଖୁ ଓ ମକା ଚାଷ ସହ ନବରଙ୍ଗପୁର ଜିଲାର ପାଣିପାଗକୁ ହଳଦୀ ଚାଷ ମଧ୍ୟ ସୁହାଇଥାଏ। ଯାହା ପ୍ରମାଣ କରି ଦେଖାଇଛନ୍ତି ଚାଷୀ କୃଷ୍ଣ ଚନ୍ଦ୍ର ନାୟକ। ହଳଦୀ ଚାଷ କରି ସେ ରୋଜଗାରକ୍ଷମ ହୋଇପାରିଛନ୍ତି।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଖୁଣ୍ଟିଆ ଛକ ଡେଙ୍ଗାଗୁଡା ରାସ୍ତା ନିକଟରେ କୃଷ୍ଣ ଚନ୍ଦ୍ର ଚଳିତ ବର୍ଷ ଏକ ଏକର ହଳଦୀ ଚାଷ କରିଛନ୍ତିି। ଜୈବିକ ସାର ପ୍ରୟୋଗ କରି ଏହି ହଳଦୀ ଚାଷ କରିଛନ୍ତି। ୪୦ କିଲୋ କେସରୀ କିସମର ହଳଦୀ ଜୁନ ମାସରେ ଲଗାଇଥିଲେ। ଲକ୍ଷ୍ନୌର ନ୍ୟାସନାଲ ବଟାନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମାଗଣା ବିହନ ଯୋଗାଇ ଦିଆଯାଇଥିଲା। ଡିସେମ୍ବର ମାସରେ ଏହା ଅମଳ ହେବ। ପ୍ରାୟ ୬ କ୍ୱିଣ୍ଟାଲ ହଳଦୀ ଉପତ୍ାଦନ ହେବାର ଆଶା ରହିଥିବା କୃଷ୍ଣ ଚନ୍ଦ୍ର କହିଛନ୍ତିି। ଏନେଇ ଜିଲାପାଳ ଅଜିତ କୁମାର ମିଶ୍ର ଓ କୃଷି ଅଧିକାରୀଙ୍କୁ ଶ୍ରେୟ ଜଣାଇଛନ୍ତିି। ଏହି ଚାଷ ପାଇଁ ପ୍ରଶାସନ ପକ୍ଷରୁ ଅନେକ ପରାମର୍ଶ ଓ ସାହାଯ୍ୟ ମଧ୍ୟ ମିଳିଛି ା ପ୍ରତ୍ୟେକ ଚାଷୀ ଏହି ଭଳି ଅର୍ଥକାରୀ ଫସଲ ହଳଦୀ ଚାଷ କରନ୍ତି ତେବେ ସେମାନଙ୍କ ମଧ୍ୟ ଆର୍ଥୀକ ଉନ୍ନତି ଘଟିବ ବୋଲି ସେ କହିଛନ୍ତି। ଗତ ବର୍ଷ ୫ ଡିସିମିଲରେ ହଳଦୀ ଚାଷ କରି ୮ ହଜାର ଟଙ୍କା ରୋଜଗାର ହୋଇଥିଲା। ଚଳିତ ବର୍ଷ ଏହାକୁ ଏକ ଏକରକୁ ବୃଦ୍ଧି କରିଛନ୍ତି କ୍ରିଷ୍ଣା ଚନ୍ଦ୍ର। ଚଳିତ ବର୍ଷ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ ବୋଲି ଆଶା ରଖିଛନ୍ତି। ନବରଙ୍ଗପୁର ଜିଲାରେ ଅର୍ଥକାରୀ ଫସଲ ଭାବେ ମକା ଓ ଆଖୁ ଫସଲ ହୋଇ ଆସୁଛି। ଅନେକ ଚାଷୀ ନିଜର ଜମିକୁ ୟୁକାଲ ପଟାସ ଲଗାଇ ଆସୁଛନ୍ତିି। ଏହା ଦ୍ୱାରା ଜମିର ଉର୍ବରତା କମି ଯାଉଛି ା ପଡିଆ ଜମି ବା ଡଙ୍ଗର ଜମିକୁ ଅର୍ଥକାରୀ ଫସଲ ପାଇଁ ଉପଯୋଗ କରିବେ ଓ ଜୈବିକ ସାର ପ୍ରୟୋଗ କରିବେ ତେବେ ଜମିର ଉର୍ବରତା ରହିବା ସହ ଫସଲ ମଧ୍ୟ ଠିକ ରହିବ।କେସରୀ କିସମ ହଳଦୀର ରଙ୍ଗ ଅଧିକ ା ଏହି ହଳଦୀ ଓ ପତ୍ରରେ ଔଷଧିୟ ଗୁଣ ଅଧିକ ରହିଛି। ବିଭିନ୍ନ ରୋଗର ଉପସମ ପାଇଁ ହଳଦୀ ପତ୍ରରୁ ବାହାରୁଥିବା ତେଲ ବ୍ୟବହାର କରାଯାଉଛି ା ହଳଦୀ ଚାଷ ପାଇଁ ନବରଙ୍ଗପୁର ଜିଲାର ପାଣିପାଗ ମଧ୍ୟ ଠିକ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭସାଣିବେଳେ ଛୁରାମାଡ଼: ଜଣେ ନାବାଳକଙ୍କ ଚାଲିଗଲା ଜୀବନ

ନବରଙ୍ଗପୁର,୧୫।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହରରେ ଛୁରାମାଡ଼l ଦୁର୍ଗା ମା’ଙ୍କ ଭସାଣିବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ବିଳମ୍ବିତ ରାତିରେ ଗଣ୍ଡଗୋଳ। ଛୁରାମାଡ଼ରେ ଗୋଟିଏ ଗୋଷ୍ଠୀର ଜଣେ ନାବାଳକ...

ରାତିରେ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି କରିନେଲେ ବସ୍ତାବସ୍ତା ଚାଉଳ

ଝରିଗାଁ,୯ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚାଉଳ ମହଜୁଦ ଘରର ତାଲା ଭାଙ୍ଗି ବସ୍ତାବସ୍ତା ଚାଉଳ...

ଜିଲା ଭିତ୍ତିକ ନିଯୁକ୍ତି ଦାବି ଘଟଣା: ନିଯୁକ୍ତପତ୍ର ପାଇଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ବାରଣ, ବିଇଓ ଅଫିସ ସମ୍ମୁଖରେ ଧାରଣା

ଝରିଗାଁ,୭।୧୦(କିଶୋର ଚନ୍ଦ୍ର ମଣ୍ତଳ): ଜିଲା ଭିତ୍ତିକ ନିଯୁକ୍ତି ଦାବି ଘଟଣାରେ ନିଯୁକ୍ତପତ୍ର ପାଇଥିବା ନୂତନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ସମ୍ପୃକ୍ତ ଗ୍ରାମରେ ରହିଥିବା...

ଚଳନ୍ତା ଆମ୍ବୁଲାନ୍ସରୁ ବାହାରିଗଲା ଚକ

ପାପଡାହାଣ୍ଡି, ୩।୧୦(ସ୍ବପ୍ନଜିତ ପଟ୍ଟନାୟକ): କୋଡ଼ିଙ୍ଗାରୁ ଜଣେ ରୋଗୀଙ୍କୁ ଛାଡ଼ି ଫେରିବା ବେଳେ ୧୦୮ ଆମ୍ବୁଲାନ୍ସର ବାମ ପଟ ଆଗ ଚକ ଭାଙ୍ଗି ଯାଇଥିଲା। ସୌଭାଗ୍ୟ ବଶତଃ...

୭୦ ଜଣଙ୍କ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଚଳୁ

ନବରଙ୍ଗପୁର/ଡାବୁଗାଁ,୩।୧୦(ସଦାଶିବ ପ୍ରହରାଜ/ ପ୍ରଜ୍ଞାରଞ୍ଜନ ପରିଡ଼ା): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ପାପଡ଼ାହାଣ୍ଡି ବ୍ଲକ ମାନିଗାଁ ପୂର୍ବତନ ସରପଞ୍ଚ ମଞ୍ଜୁଳା ଜାନୀ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ...

୪ରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ

 ନବରଙ୍ଗପୁର ,୩।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ମିଳିତ କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ ଆସନ୍ତା ୪ରେ ୧୨ ଘଣ୍ଟିଆ   ନବରଙ୍ଗପୁର  ଜିଲା ବନ୍ଦ ଡାକରା ଦିଆଯାଇଛି। ଏ...

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି…

ନବରଙ୍ଗପୁର, ୨୫।୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ କଣ୍ଟାଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ଗତ ୧୭ରେ ଥାନାରେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri