ହଷ୍ଟେଲ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀ

ବ୍ରହ୍ମପୁର ଅଫିସ,୨୨ା୮-ବ୍ରହ୍ମପୁର ଉପକଣ୍ଠ ପାରଳା ମହାରାଜା ଇଂଞ୍ଜିନିୟରିଂ କଲେଜରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି ା କିଛିଦିନ ପୂର୍ବେ ଛାତ୍ରାବାସ ସମସ୍ୟା ସମାଧାନ ଦାବିନେଇ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ା ବୁଧବାର ଛାତ୍ରୀନିବାସର ବିିିଭିନ୍ନ ସମସ୍ୟା ସମାଧାନ ଦାବି କରି ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ା ବହିଷ୍କାର ଭୟରେ ମୁହଁରେ କପଡାବାନ୍ଧି ଶତାଧିକ ଛାତ୍ରୀ କଲେଜ ପ୍ରଶାସନିକ ଭବନ ଆଗରେ ଧାରଣା ଦେଇଥିଲେ ା
ଦୀର୍ଘ ୫ ଘଣ୍ଟାରୁ ଊଦ୍ଦର୍‌ବ ସମୟ ଧରି ଛାତ୍ରୀଙ୍କ ଆନ୍ଦୋଳନ ପରେ ଅଧ୍ୟକ୍ଷ ଡ. ରଞ୍ଜନ କୁମାର ସ୍ବାଇଁ ପହଞ୍ଚି ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ପରେ ଛାତ୍ରୀମାନେ ଆନ୍ଦୋଳନରୁ ହଟିଥିଲେ ା
ଉପକଣ୍ଠ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ କର୍ତ୍ତୃପକ୍ଷଙ୍କ ଅବହେଳା ଏବେ ପଦାକୁ ଆସିଛି ା ୧୫ ଦିନ ମଧ୍ୟରେ ହଷ୍ଟେଲ ସମସ୍ୟାକୁ ନେଇ ଦୁଇ ଦୁଇଥର ଛାତ୍ର ଆନ୍ଦୋଳନରୁ ଏହା ସ୍ପଷ୍ଟ ହୋଇଛି ା ପୂର୍ବରୁ ଅଗଷ୍ଟ ୬ରେ ଛାତ୍ରାବାସ-୧ରେ ରନ୍ଧନ ଗ୍ୟାସ ପାଇପ୍‌ ଫାଟି ୩ ଛାତ୍ର ଓ ରୋଷେୟା ଆହତ ହୋଇଥିଲେ ା ଏହି ଘଟଣାକୁ କେନ୍ଦ୍ରକରି ଛାତ୍ରମାନେ ଅଗଷ୍ଟ ୭ରେ କଲେଜ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ ା ଏହାର ୧୫ ଦିନ ନ ପୂରୁଣୁ ପୁଣି ଛାତ୍ରୀନିବାସର ସମସ୍ୟା ନେଇ ଶତାଧିକ ଛାତ୍ରୀ ବୁଧବାର ଆନ୍ଦୋଳନକୁ ଓହ୍ଲାଇଥିଲେ ା ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟଧରି ଛାତ୍ରୀମାନେ ପ୍ରଶାସନିକ କାର୍ଯ୍ୟାଳୟ ଫାଟକକୁ ବନ୍ଦ କରି ଧାରଣା ଦେଇଥିଲେ ା ଫଳରେ ଦୀର୍ଘ ଘଣ୍ଟା ଧରି ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟାଳୟ ଫାଟକ ନିକଟରେ ଅଟକି ରହିଥିଲେ ା
ଛାତ୍ରୀଙ୍କ କହିବା ପ୍ରକାରେ, ଛାତ୍ରୀନିବାସରେ ଦୀର୍ଘ ଦିନରୁ ବିଭିନ୍ନ ସମସ୍ୟା ଲାଗି ରହିଛି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କର୍ତ୍ତୃପକ୍ଷ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏକମାସ ଧରି ହଷ୍ଟେଲକୁ ପାନୀୟ ଜଳ ଯୋଗାଣ ପ୍ରଭାବିତ ହୋଇଛି ା ବହୁ ସମୟରେ ଅନ୍ତେବାସୀମାନେ ରୋଗର ଶିକାର ହେଉଛନ୍ତି। ରୋଷେଇ ଘରେ ସ୍ବାସ୍ଥ୍ୟକର ପରିବେଶ ଓ ସୁରକ୍ଷା ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ ା
ଛାତ୍ରୀନିବାସ ମେସରେ ବ୍ୟବହୃତ ପ୍ରେସର କୁକର ବଦଳାଇବାକୁ ବାରମ୍ବାର କୁହାଯାଇ ଥିଲେ ମଧ୍ୟ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବାରୁ ୪ ରୁ ୫ ଦିନ ପୂର୍ବେ ପ୍ରେସରକୁକର ଫାଟି ରୋଷେୟା ଆହତ ହୋଇଛନ୍ତି। ହଷ୍ଟେଲରେ ଅସ୍ବାସ୍ଥ୍ୟକର ଖାଦ୍ୟ ମିଳିବାକୁ ନେଇ ବହୁବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସେମାନେ ଅଭିଯୋଗ କରିଥିଲେ। ଏହା ବ୍ୟତୀତ କଲେଜରେ ଭଲ କ୍ୟାମ୍ପସ ଆସୁ ନ ଥିବାରୁ ପ୍ଳେସମେଣ୍ଟ ମଧ୍ୟ ହେଉ ନାହିଁ। ନାମଲେଖା ସମୟରେ ଇଣ୍ଟର୍ନଶିପ୍‌ ଓ ଷ୍ଟଡିଟୁର ବାବଦକୁ ଟଙ୍କା ନେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ହାତରୁ ଖର୍ଚ୍ଚ କରି ଷ୍ଟଡିଟୁର, ଇଣ୍ଟର୍ନସିପ୍‌ରେ ଯିବାକୁ ପଡୁଥିବା କେତେଜଣ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ା ନାମଲେଖା ସମୟରେ ନିଆଯାଉଥିବା ଇଣ୍ଟର୍ଣ୍ଣସିପ୍‌, ଷ୍ଟଡିଟୁର ବାବଦକୁ ଅର୍ଥ ଫେରାଇବା ସହ ହଷ୍ଟେଲର ସମସ୍ୟା ତୁରନ୍ତ ସମାଧାନ କରିବାକୁ ସେମାନେ ଦାବି କରିଥିଲେ ା କଲେଜର ଆଖପାଖରେ ମେଡିକାଲ ସୁବିଧା ନ ଥିବାରୁ ପରିସରରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ମଧ୍ୟ ସେମାନେ ଦାବି କରିଥିଲେ ା ତେବେ ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଛାତ୍ରୀମାନେ ଧାରଣା ଦେବା ସହ ପ୍ଲାକାର୍ଡ ଧରି ପ୍ରଶାସନିକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ ା ମଧ୍ୟାହ୍ନରେ ଅଧ୍ୟକ୍ଷ ଡ. ସ୍ବାଇଁ ଆନ୍ଦୋଳନସ୍ଥଳରେ ପହଞ୍ଚି ଆଗାମୀ ୧୫ ଦିନ ମଧ୍ୟରେ ହଷ୍ଟେଲ ସମସ୍ୟା ସମାଧାନ କରିବା ସହ ଅନ୍ୟାନ୍ୟ ଦାବିଗୁଡ଼ିକର ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଧାରଣାରୁ ହଟିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଛାତ୍ରୀ ଶୌଚାଳୟ ବ୍ଲକ ଭୂତ କୋଠି

ବ୍ରହ୍ମପୁର,୧୦।୧୧(ସ୍ବାଧୀନ ଶେଖର ପାଢ଼ୀ ): ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରୁ ଅଗଣିତ ମେଧାବୀ ଆଜି ରାଜ୍ୟ, ଦେଶ ବିଦେଶରେ ନିଜ କାର୍ଯ୍ୟଦକ୍ଷତା...

ତାରାତାରିଣୀ ମନ୍ଦିରରୁ ଚୋରି ନେଇ ମନ୍ତ୍ରୀ-ବିଧାୟକଙ୍କ ତଦାରଖ, ଚୋରିକୁ ନେଇ ରାଜନୀତି କରିବା…

ପୁରୁଷୋତ୍ତମପୁର,୯ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରେ ପଶି ଦୁର୍ବୃତ୍ତମାନେ ମା’ଙ୍କ ଅଳଙ୍କାରକୁ ଲୁଟି ନେଇଥିଲେ। ଏହାକୁ ନେଇ ରାଜ୍ୟ ସରକାରଙ୍କ...

ଭାଜପାରେ ଯୋଗଦେବାରୁ ସଂଘବଦ୍ଧ ଆକ୍ରମଣ କଲେ ବିଜେଡି କର୍ମୀ , ଗୁରୁତର ମେଡିକାଲରେ ଭର୍ତ୍ତି

ହିଞ୍ଜିଳିକାଟୁ, ୮।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପୋଡିଙ୍ଗି ଗାଁ ଛକ ନିକଟରେ ସେପ୍ଟେମ୍ବର ୭ ତାରିଖ ସଂଧ୍ୟାରେ ଭାଜପାରେ ଯୋଗ ଦେବାରୁ ତାଙ୍କ ବିଜେଡିର ୫...

ବ୍ଲକ ଅଫିସରେ ଗଣ୍ଡଗୋଳ: ସରପଞ୍ଚ, ସମିତି ସଭ୍ୟଙ୍କ ସ୍ବାମୀ ହାତାହାତି ସିସିଟିଭିରେ..

ହିଞ୍ଜିଳିକାଟୁ ୮।୧୧( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର କୌଣସି କଥାକୁ ନେଇ ଆମ୍ବ ଗାଁ ପଞ୍ଚାୟତ ସରପଞ୍ଚ ଓ ଉକ୍ତ ପଞ୍ଚାୟତର ସମିତି...

ଘରେ ସ୍ବାମୀ ନ ଥିବାବେଳେ ଆସୁଥିଲେ ପ୍ରେମିକ: ଦୁହେଁ ମିଶି ସ୍ବାମୀଙ୍କୁ ହଟାଇଦେଲେ ରାସ୍ତାରୁ: ଏବେ ପ୍ରେମିକଙ୍କୁ ଆଜୀବନ, ସ୍ତ୍ରୀଙ୍କ ନାଁରେ…

ବ୍ରହ୍ମପୁର,୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଅନୈତିକ ସମ୍ପର୍କରୁ ସ୍ତ୍ରୀ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ...

ମଇଁଷି ଛୁଆକୁ ଟାଣି ଖାଇଲା ବାଘ

ପାତ୍ରପୁର,୮ା୧୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ପାତ୍ରପୁର ବ୍ଲକ ଜୟନ୍ତୀପୁର ଗ୍ରାମ ନିକଟରେ ରାତିରେ ଜଣେ ଅଟୋ...

ସାମାନ୍ୟ ବଚସା ହେଲା କାଳ: ଖୁଡ଼ିଙ୍କ ଗଳାକାଟି ହତ୍ୟା କଲେ ପୁତୁରା

ଧରାକୋଟ,୮।୧୧: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ ଆଜି ଘଟିଛି ଏକ ଲୋମାଟାଙ୍କୁରା ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଗ୍ରାମର ସିକନ୍ଦର ସାହୁଙ୍କ ପୁଅ...

ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା: ସନ୍ଦେହଘେରରେ ସେବାୟତ-ସୁରକ୍ଷାକର୍ମୀଙ୍କ ଭୂମିକା

ପୁରୁଷୋତ୍ତମପୁର,୮ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମା’ଙ୍କ ଅଳଙ୍କାର ଚୋରାଇ ନେବା ସହ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri