ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ରଫିକ୍‌

କଟକ ଅଫିସ,୨୭ା୪: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ସୋମବାର ଶପଥ ଗ୍ରହଣ କରିଛନ୍ତି। ଲୋକସେବା ଭବନରେ ପୂର୍ବାହ୍ନ ୯ଟାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ସ୍ବତନ୍ତ୍ର ଉତ୍ସବରେ ସାମାଜିକ ଦୂରତା ବଜାୟ ରଖାଯାଇଥିବା ବେଳେ ହାଇକୋର୍ଟର ସମସ୍ତ ବିଚାରପତି ଓ ରାଜ୍ୟର ଆଡ୍‌ଭୋକେଟ ଜେନେରାଲ ଉପସ୍ଥିତ ଥିଲେ। ସେହିଭଳି ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ମଧ୍ୟ ଉପସ୍ଥିତ ଥିଲେ। ରବିବାର ଜଷ୍ଟିସ୍‌ ରଫିକ୍‌ ଏକ ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ଏବଂ ଅନ୍ୟମାନେ ସ୍ବାଗତ କରିଥିଲେ।
ସୂଚନାଯୋଗ୍ୟ, ଜଷ୍ଟିସ୍‌ ରଫିକ୍‌ ଏହା ପୂର୍ବରୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଓଡ଼ିଶା ହାଇକୋର୍ଟକୁ ତାଙ୍କର ବଦଳି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ୍‌ ଗତ ୧୮ତାରିଖରେ ସୁପାରିସ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ବାଜିବା ପରେ ୨୩ତାରିଖରେ ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜଷ୍ଟିସ୍‌ ରଫିକ୍‌ ୨୦୦୬ ମେ’ରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ। ପରେ ଦୁଇଥର ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ୨୦୧୯ ନଭେମ୍ବର ୧୩ ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ସେଗୁଡିକ ମଧ୍ୟରୁ ପାଙ୍ଗାଲିର ଇନ୍ଦ୍ରଧନୁ ଜଳପ୍ରପାତ ସମେତ ପାଟାବାନ୍ଧା ଜଳପ୍ରପାତ, କିରିକୁଟି ଲଭର୍ସ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମର ଫାଇଲ ଜବତ କଲା ଭିଜିଲାନ୍ସ

କେସିଙ୍ଗା,୨୯ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ଶନିବାର କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର କେସ୍‌ ରେକର୍ଡ ଫାଇଲ ଜବତ...

ମାସିକ ୧୬ ବଦଳରେ ମିଳୁଛି ୧୧

ସୋନପୁର,୨୯।୯(ମୃତ୍ୟୁଞ୍ଜୟ ଶତପଥୀ): କିଶୋରୀମାନଙ୍କୁ ସ୍ବାସ୍ଥ୍ୟବାନ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମ୍‌ଏସ୍‌ପି) ପ୍ରଣୟନ କରିଛନ୍ତି। ୧୫ ରୁ ୧୯ ବର୍ଷର ସମସ୍ତ...

ବନିତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତସପନ

ରାଜକନିକା,୨୯ା୯(ସଞ୍ଜୟ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରୁଛନ୍ତି। ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚତ୍ ପାରୁନାହିଁ। ପ୍ରଶାସନ ଆଢୁଆଳରେ...

କୁମ୍ଭୀର ପାଇଁ ନଦୀକୂଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା,୨୯ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗ୍ରାମର ରଞ୍ଜିତ ମଣ୍ଡଳଙ୍କ ପୋଖରୀରେ ମଙ୍ଗଳବାର ଏକ ବଡ଼ କୁମ୍ଭୀର ପଶିଯାଇଥିଲା। ବନ...

ସଙ୍ଗଠନ ମଜଭୁତ କରିବାକୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର, ୨୯। ୯(ଅନୀଲ ଦାସ): ନୟାଗଡ଼ ଜିଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ ଶନିବାର ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ତଥା...

ପାରାଦୀପଗଡ଼ରେ ଜଳ ନିଷ୍କାସନରେ ସମସ୍ୟା ଉତ୍କଟ

ପାରାଦୀପ,୨୯।୯(ଶରତ ରାଉତ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାରାଦୀପଗଡ ପଞ୍ଚାୟତରେ ମାସାଧିକ ସମୟ ହେଲା ଗାଁରୁ ବର୍ଷାଜଳ ନିଷ୍କାସନ ହେଉନାହିଁ। ଗାଁ ଦାଣ୍ଡରେ ପାଣି...

ରାସ୍ତାରେ ନଦୀର ଭ୍ରମ

ଯାଜପୁର,୨୯ା୯ (ହର୍ଷବର୍ଦ୍ଧନ ବେହେରା): ସହରବାସୀ ଏବଂ ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ରାଜ୍ୟ ସରକାର ବ୍ୟାସ ସରୋବର ପ୍ରକଳ୍ପର ପରିକଳ୍ପନା କରିଛନ୍ତି। କିନ୍ତୁ ଏହି ପ୍ରକଳ୍ପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri