ହାଇକୋର୍ଟରେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲା: ବିଧାୟକ ମୋକିମ୍‌ଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୨୭।୮: ବାରବାଟୀ-କଟକ ନିର୍ବାଚନକୁ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ଏହି ମାମଲାର ଶୁଣାଣି କରିଥିଲେ। ଆସନ୍ତା ସେପ୍ଟେମ୍ବର ୧୩ରେ ଏହାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ଉକ୍ତ ଦିନ ବର୍ତ୍ତମାନର ବିଧାୟକ ଇଂ. ମହମ୍ମଦ ମୋକିମ୍‌ଙ୍କୁ ଜବାବ ଦାଖଲ କରିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଗତ ବିଧାନସଭା ନିର୍ବାଚନରେ ବାରବାଟୀ-କଟକ ଆସନରୁ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍‌ ବିଜୟୀ ହୋଇଥିଲେ। ତେବେ ନାମାଙ୍କନପତ୍ର ଦାଖଲ ସମୟରେ ମୋକିମ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠ ଏବଂ ନାମାଙ୍କନପତ୍ରରେ ଅନେକ ତଥ୍ୟ ଲୁଚାଇଥିବା ନେଇ ପୂର୍ବତନ ବିଧାୟକ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମୋକିମ ସତ୍ୟପାଠରେ ତାଙ୍କ ବିରୋଧରେ ଥିବା ଆପରାଧିକ ମାମଲା ଏବଂ ସମ୍ପତ୍ତି ସମ୍ପର୍କରେ ଅନେକ ତଥ୍ୟ ଲୁଚାଇଥିବା ସାମନ୍ତରାୟ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏ ନେଇ ହାଇକୋର୍ଟରେ ନିର୍ବାଚନ ସଂକ୍ରାନ୍ତୀୟ ମାମଲା (ନଂ. ୬/୨୦୧୯) ରୁଜୁ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମିଲନ କାନୁନ୍‌ଗୋ ଏବଂ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବବିଙ୍କ ବଡ଼ ନିଷ୍ପତ୍ତି, ରାଜନୀତିରେ ହଲଚଲ…

ଭୁବନେଶ୍ୱର,୩।୧୦: ମୁଁ ପୁଣି ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ଏପରି କହି ଯାଜପୁର ରାଜନୀତିକୁ ସରଗରମ କରିଛନ୍ତି ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ...

ଶୈଳପୁତ୍ରୀ ବେଶରେ ମା’ ସମଲେଶ୍ବରୀ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବରଗଡ଼,୩।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଗୁରୁବାର ମା’ ସମଲେଶ୍ବରୀ ଶୈଳପୁତ୍ରୀ ବେଶରେ...

ନଭେମ୍ବର ୩ରୁ ଓଜେଏସ୍‌ ମେନ୍‌

ଭୁବନେଶ୍ୱର,୩ା୧୦ (ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସିି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍‌)-୨୦୨୩ ମେନ୍‌ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରିଲିମିନାରି ପରୀକ୍ଷାରେ କୃତକାର୍ଯ୍ୟ...

ଆଜି ନୂଆଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ:୫ ବର୍ଷରେ ୫ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ କରିବା ଲକ୍ଷ୍ୟ

ଭୁବନେଶ୍ୱର,୩।୧୦ (ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ୨ଦିନିିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ...

୪ରେ ଲଘୁଚାପ ସମ୍ଭାବନା: ବାତ୍ୟା ଆଶଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍‌…

ଭୁବନେଶ୍ୱର,୩ା୧୦(ଅନିଲ ଦାସ ):ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର...

ଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଖୁବ୍‌ଶୀଘ୍ର ଏନ୍‌ଇପି

ଭୁବନେଶ୍ୱର,୩ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାରେ ଖୁବ୍‌ଶୀଘ୍ର ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର ପ୍ରସ୍ତୁତି ସମ୍ପର୍କରେ ଏକ...

ଜୋତା ଭିତରେ ଲୁଚି ରହିଥିଲା ତମ୍ପ, ମାରିଲା ଚୋଟ:ଆଉ ତା’ପରେ…

ଭୁବନେଶ୍ୱର,୩ା୧୦(ଅନୁରାଧା ମହାରଣା):ଜୋତା ଭିତରେ ଲୁଚି ରହିଥିଲା ତମ୍ପ। ଜୋତା ପିନ୍ଧିବାକୁ ଯିବାବେଳେ କାମୁଡ଼ି ଦେଲା ସାପ। ଭୁବନେଶ୍ୱର ଚକେଇସିହାଣୀ ଅଞ୍ଚଳରେ ବୁଧବାର ଏହି ଘଟଣା ଘଟିଛି।...

ଯାଜପୁରର ବିକାଶ ପାଇଁ ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ: ପ୍ରଣବ ପ୍ରକାଶ

ଝୁମ୍ପୁରୀ, ୩।୧୦(ସରୋଜ ନାୟକ): ଯାଜପୁରର ବିକାଶ ପାଇଁ ‘ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ’ ବୋଲି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଘୋଷଣା କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri