ହାଇସ୍କୁଲରେ ପାଠପଢାଇଲେ ମନ୍ତ୍ରୀ ପ୍ରତାପ ଜେନା

କୁଆଁରମୁଣ୍ଡା,୨୩।୯(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝରିଆ ହାଇସ୍କୁଲକୁ ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୋମବାର ଅଚାନକ ପରିଦର୍ଶନ କରିଥିଲେ। ଏହି ସମୟରେ ସ୍କୁଲର ପ୍ରବେଶପଥ ଠାରୁ ଆରମ୍ଭ କରି ରୋଷେଇଶାଳ, ବଗିଚା ଇତ୍ୟାଦି ପରିଦର୍ଶନ କରି ବେଶ୍‌ ବିମୋହିତ ହୋଇଯାଇଥିଲେ। ଏହା ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠପଚାରି ଠିକ୍‌ ଉତ୍ତର ପାଇବା ପରେ ଖୁସି ହୋଇଯାଇଥିଲେ। ନିଜେ ଶ୍ରେଣୀ କୋଠରି ହ୍ବାଇଟ୍‌ ବୋର୍ଡରେ ମାର୍କର ଧରି ଶିକ୍ଷକଙ୍କ ଭଳି କିଛି ସମୟ ପିଲାମାନଙ୍କୁ ପାଠପଢାଇ ବେଶ୍‌ ଖୁସି ହୋଇଥିଲେ। ପରେ ଶ୍ରେଣୀ ଗୃହ କାନ୍ଥରେ ସୁନ୍ଦରଭାବେ ଚିତ୍ରିତ ତାଜମହଲ ପାର୍ଶ୍ୱରେ ପିଲାମାନଙ୍କ ସହ ଫଟୋ ଉଠାଇ ସେମାନଙ୍କୁ ଉତ୍ସାହିତ କରିଥିଲେ। ବିଶେଷକରି ସ୍କୁଲର ସ୍ବଚ୍ଛ ଓ ସୁନ୍ଦର ପରିବେଶ, ମନୋରମ ବଗିଚା, ଉନ୍ନତମାନର ସ୍ବତନ୍ତ୍ର ମଧ୍ୟାହ୍ନଭୋଜନ ବ୍ୟବସ୍ଥା, ଡିଜିଟାଲ ଶ୍ରେଣୀଗୃହ ସହ ଶୃଙ୍ଖଳିତ ଶିକ୍ଷା ବ୍ୟବସ୍ଥା, ରେଷେୟାମାନଙ୍କର ୟୁନିଫମ ଇତ୍ୟାଦି ଦେଖି ଏହି ବ୍ୟବସ୍ଥା ରାଜ୍ୟର ଅନ୍ୟାନ୍ୟ ସରକାରୀ ସ୍କୁଲଠାରୁ ନିଶ୍ଚିତଭାବେ ସ୍ବତନ୍ତ୍ର ବୋଲି ମନ୍ତ୍ରୀ ଜେନା କହିଥିଲେ। ଏଥିପାଇଁ ସ୍କୁଲର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହା ସହ ଏହି ସ୍କୁଲରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଖୁବ୍‌ଶୀଘ୍ର ଏକ ସୌରଚାଳିତ ନଳକୂପର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଜେନା ପ୍ରଧାନଶିକ୍ଷକ ସାମଲଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି। ଏହା ସହ ସ୍କୁଲର ସର୍ବାଙ୍ଗୀନ ଆବଶ୍ୟକତା ପୂରଣ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରି ରାଜ୍ୟରୁ ସ୍ବତନ୍ତ୍ର ଟିମ୍‌ ଏହି ସ୍କୁଲକୁ ପରିଦର୍ଶନ କରିବା ପାଇଁ ବ୍ୟବସ୍ଥା କରିବେ। ସୁନ୍ଦରଗଡ଼ ଜିଲାପାଳ ଏହି ସ୍କୁଲକୁ ପରିଦର୍ଶନ କରି ଆବଶ୍ୟକୀୟ ଅଭାବ ଅସୁବିଧା ପୂରଣ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ ଜେନା ପ୍ରଧାନଶିକ୍ଷକ ସାମଲଙ୍କୁ ଏହି ଅବସରରେ ପ୍ରତିଶ୍ରୃତି ଦେଇଛନ୍ତି। ଏହା ପରେ ସ୍କୁଲର ଏକ ବିଶାଳ ନିମ୍ବଗଛ ମୂଳ ପିଣ୍ଡିରେ ବସି ମଧ୍ୟାହ୍ନଭୋଜନ ରୋଷେୟାମାନଙ୍କ ଦ୍ୱାରା ପ୍ରସ୍ତୁତ ଆୟୁର୍ବେଦିକ ଚା’ ପିଇବା ପରେ ରାଏବୋଗା ଅଭିମୁଖେ ଗସ୍ତ କରିଥିଲେ। ମନ୍ତ୍ରୀ ଜେନା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୁନ୍ଦରଗଡ଼ ଜିଲା ଗସ୍ତରେ ଆସିଥିବା ଅବସରରେ ଏହି ହାଇସ୍କୁଲ ପରିଦର୍ଶନ କରିଥିଲେ। ମନ୍ତ୍ରୀଙ୍କ ସହ ରାଉରକେଲା ବିଧାୟକ ପୂର୍ବତନ ମନ୍ତ୍ରୀ ସାରଦା ନାୟକ, ସୁନ୍ଦରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri