ଗୁଡଭେଲା,୨୮।୩(ଡି.ଏନ.ଏ.):କରୋନା ମହାମାରୀକୁ ନେଇ ବିଶ୍ୱ ଆତଙ୍ଗିତ ହୋଇ ପଡଛି। ଏହିକ୍ରମରେ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ସମରା ପଞ୍ଚାୟତର ଲୁର୍କୀ ଗ୍ରାମବାସୀ ଶୁକ୍ରବାର ରାତିରୁ ଗାଁର ପ୍ରବେଶ ପଥକୁ ସିଲ୍ କରି ଦେଇଛନ୍ତି। ଫଳରେ ଗାଁକୁ ଆସୁଥିବା ବାଇକ୍ ଓ ଚାରିଚକିଆ ଯାନବାହାନ ଆଉ ଯାଇ ପାରୁ ନାହିଁ । ବାହାରୁ ଆସୁଥିବା କୌଣସି ବ୍ୟକ୍ତି ଗାଁକୁ ପ୍ରବେଶ କରିବା ଆଗରୁ ସେଠାରେ ସାବୁନରେ ହାତ ଧୋଇବାକୁ ପଡୁଛି। ହାତ ଗୋଡ ଭଲ ଭାବେ ଧୋଇବା ପରେ ଉକ୍ତ ବ୍ୟକ୍ତଙ୍କୁ ଗାଁ ଭିତରକୁ ପ୍ରବେଶ ଅନୁମତି ଦିଆଯାଉଛି। ନିରୋଦ ପ୍ରଧାନ, ବିକାଶ ପ୍ରଧାନ, ଡୁଲେଶ୍ୱର ଭୋଇ, ଟାଙ୍ଗୁରୁ ପ୍ରଧାନ, ସୌମ୍ୟରଞ୍ଜନ ସାହୁ, ପିଙ୍କୁ ଭୋଇ ପ୍ରମୁଖ ଗାଁ ମୁଣ୍ଡରେ ରହି ଲୋକଙ୍କୁ ସଚେତନ କରୁଛନ୍ତି। ଅନ୍ୟପକ୍ଷେ ସମସ୍ତ ଗାଁ ଲୋକେ ଏଭଳି ସଚେତନ ହେବାକୁ ବ୍ଳକ ଅଧ୍ୟକ୍ଷ ଅଶୋକ ଦୋରା, ଜିଲା ନାଗରିକ କମିଟିର ସାଧାରଣ ସଂପାଦକ ବିଷ୍ଣୁ ପ୍ରସାଦ କେଡିଆ, ମରୱାଡି ଯୁବା ମଞ୍ଚର ଅଧ୍ୟକ୍ଷ ମନୋଜ ଜୈନ, ପୂର୍ବତନ ଜିଲା ପରିଷଦ ସଭ୍ୟ ମୋହ ନାଗ ଆହ୍ବାନ ଦେଇଛନ୍ତି।