ଛତୁରେ ବହୁ ମାତ୍ରାରେ ପୋଷକତ୍ବ ରହିଛି। ଏହା ଶରୀର ପାଇଁ ବେଶ୍ ଲାଭଦାୟକ। ଛତୁ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ସପ୍ତାହରେ ୨ଥର ଛତୁ ଖାଇଲେ ହାର୍ଟଆଟାକ୍ ଓ ମେଦବହୁଳତା ହେବା ଆଶଙ୍କା ଦୂର ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦେଇଥାନ୍ତି। ଛତୁରେ ବହୁମାତ୍ରାରେ ସୋଡିୟମ, ପ୍ରୋଟିନ୍, କ୍ୟାଲିସିୟମ୍, ମ୍ୟାଗ୍ନେସିୟମ୍ ରହିଥାଏ। ଯାହା ଶରୀରରେ କୋଲେଷ୍ଟରଲ ଓ ଶର୍କରାକୁ କମ୍ କରିଥାଏ। ଫଳରେ ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ।