ଜମ୍ମୁ,୨୮।୧୦: ଘାଟିରୁ ଆତଙ୍କବାଦୀ ମୂଳୋତ୍ପାଟନ କରିବାକୁ ସେନା ଓ ଜମ୍ମୁ-କଶ୍ମୀର ପୋଲିସ ଯେମିତି ଏକ ପ୍ରକାର ଶପଥ ନେଇଛି ବୋଲି କୁହାଯାଉଛି ଏହି କ୍ରମରେ ରାଜ୍ୟର କିଶତଓ୍ବୋଡ ପୋଲିସ ହିଜବୁଲ ମୁଜାହୁଦ୍ଦିନ ଆତଙ୍କବାଦୀ ସଂସ୍ଥା ସହ ସମ୍ପୃକ୍ତ ୩ ଜଣଙ୍କ ମୁଣ୍ଡ ଜାମିନ ପାଇଁ ୩୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷରା କରିଛି। ଏoଡି ଆତଙ୍କବାଦୀ ହେଲେ ମୋହମ୍ମଦ ଅମିନ ଯାହାଙ୍କୁ ଧରାଇଦେଲେ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ ବୋଲି ପୋଲିସ ଘୋଷଣା କରିଛି। ସେହିପରି ରିୟାଜ ଅହମ୍ମଦ ଓ ମୁଦ୍ଦସିର ହୁସେନଙ୍କ ମୁଣ୍ଡ ପାଇଁ ମଧ୍ୟ ୧୫ ଲକ୍ଷ ଟଙ୍କା ଘୋଷଣା କରାଯାଇଛି।