ତିର୍ତ୍ତୋଲ, ୨୭।୩ (ଡି.ଏନ୍.ଏ.)- କରୋନା ପାଇଁ ସମସ୍ତ ଭତ୍ତା ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତ୍ତା ପ୍ରଦାନ ପାଇଁ ସରକାର ଘୋଷଣା କରିଛନ୍ତି। ଏ ନେଇ ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଭତ୍ତା ବଣ୍ଟନ ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ବ୍ଲକ ପ୍ରଶାସନ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ପ୍ରଦାନ କରୁଥିବା ବିଡିଓ ରଞ୍ଜନ ପରିଡ଼ା ସୂଚନା ଦେଇଛନ୍ତି।