Posted inଜାତୀୟ

ହିନ୍ଦୁ ମହିଳାଙ୍କୁ ବଞ୍ଚାଇବା ପାଇଁ ରୋଜା ଭାଙ୍ଗିଲେ ମୁସଲମାନ ଯୁବକ

ଜୟପୁର, ୨୭।୫: ଭାଇଚାରାର ଏକ ଅନନ୍ୟ ଉଦାହରଣ ରାଜସ୍ଥାନର ନାଗୌରରେ ଦେଖିବାକୁ ମିଳିଛି। ହିନ୍ଦୁ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ରୋଜା(ଓଷା) ଭାଙ୍ଗି ଦେଇଛନ୍ତି ମୁସଲମାନ ଯୁବକ। ଅସରଫ ଖାନ୍‌ ନାମକ ଏହି ୨୨ବର୍ଷୀୟ ଯୁବକ ନିଜ ରକ୍ତ ଦେଇ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଦେଇଛନ୍ତି। ସୂଚନାଯୋଗ୍ୟ, ସାବିତ୍ରୀ ଦେବୀ ନାମକ ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ତୁରନ୍ତ ରକ୍ତ ଆବଶ୍ୟକ ଥିଲା। ଉକ୍ତ ମହିଳାଙ୍କ ବ୍ଲଡ ଗ୍ରୁପ୍‌ ବି ନେଗେଟିଭ୍‌ ହୋଇଥିବାରୁ ସେହି ଗ୍ରୁପ୍‌ର ବ୍ଲଡ ମିଳିବା ସହଜ ନ ଥିଲା। ଏନେଇ ମହିଳାଙ୍କ ସମ୍ପର୍କୀୟମାନେ ସୋସିଆଲ ମିଡିଆରେ ବ୍ଲଡ ଆବଶ୍ୟକ ବୋଲି ଏକ ପୋଷ୍ଟ କରିଥିଲେ। ଅସରଫ ଏହା ଦେଖି ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ରକ୍ତ ଦାନ କରିଥିଲେ। ବର୍ତ୍ତମାନ ରମ୍‌ଜାନ ମାସ ଚାଲିଥିବାରୁ ଅସରଫ୍‌ ରୋଜା ରଖିଥିଲେ। କିନ୍ତୁ ମହିଳାଙ୍କ ପାଇଁ ସେ ରୋଜା ଭାଙ୍ଗିଥିଲେ। ଭବିଷ୍ୟତରେ ଭାରତୀୟ ସେନାରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି ଅସରଫ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଲାରେ ଆଳୁ-ପିଆଜକୁ ଏକାଠି ରଖୁଛନ୍ତି କି? ହୋଇପାରେ ଅଶୁଭ!

ଆପଣ ନିଜ ରୋଷେଇ ଘରେ ଆଳୁ ଓ ପିଆଜକୁ ଏକାଠି ଗୋଟିଏ ଝୁଡ଼ିରେ ରଖୁଛନ୍ତି କି? ଯଦି ହଁ, ତେବେ ଏହା ଏକ ବଡ଼ ଭୁଲ...

ଭୟଙ୍କର ଆକଳନ : ମେ-ଜୁନରେ ଅନ୍ଧାର ହୋଇଯିବ ସାରା ଦେଶ! ବହିବ ଭୟଙ୍କର ଲୁ

ନୂଆଦିଲ୍ଲୀ,୮।୪: ଭାରତରେ ଆସନ୍ତା ଗ୍ରୀଷ୍ମ ଋତୁରେ ବିଦ୍ୟୁତ ସଙ୍କଟ ଦେଖାଦେଇପାରେ ବୋଲି ଏକ ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି। ନ୍ୟାଶନାଲ ଲୋଡ ଡିସପାଚ ସେଣ୍ଟର (ଏନଏଲଡିସି)...

ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକଲେ SRH ଷ୍ଟାର, ଭିଡିଓ ନେଇ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ, ୮ା୪: ଅଷ୍ଟ୍ରେଲିଆ ତଥା ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଷ୍ଟାର ଟ୍ରାଭିସ ହେଡ୍‌ ଜଣେ ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକରୁଥିବା ଏକ ଭିଡିଓ...

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍‌, ପରବର୍ତ୍ତୀ କିସ୍ତିରେ ଏମାନଙ୍କୁ ମିଳିବନି ଟଙ୍କା!

ଭୁବନେଶ୍ୱର,୮।୪: ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଅପଡେଟ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ବଡ଼ ସୂଚନା । ପରବର୍ତ୍ତୀ କିସ୍ତି ଟଙ୍କା ପାଇଁ ହିତାଧିକାରୀମାନେ...

କେବେ ୫୬୦୦୦ ଖସିଯିବ ସୁନାଦର? ଜିଏସଟି ଓ ମେକିଂ ଚାର୍ଜ ମିଶିଲେ ଆସିବ ଏତିକି, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୮।୪: ଭାରତ ସମେତ ସାରା ବିଶ୍ୱରେ ସୁନା ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି ସମୟରେ, ଏକ ଖୁସି ଖବର ମଧ୍ୟ ଆସିଛି ଯେ ଏବେ...

ବଲାଙ୍ଗୀର ତହସିଲ ଅଫିସ ମହିଳା କିରାଣୀ ଅସୁସ୍ଥ: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗୀର,୮।୪: ବଲାଙ୍ଗୀର ତହସିଲ ଅଫିସର ଜଣେ ମହିଳା କିରାଣି ମଙ୍ଗଳବାର ଅସୁସ୍ଥ ହୋଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମହିଳା କର୍ମଚାରୀ...

ଆଜିଠାରୁ ଲାଗୁ ହେଲା ଓ୍ବକଫ୍‌ ସଂଶୋଧନ ଆଇନ୍‌

ନୂଆଦିଲ୍ଲୀ,୮।୪: ୱକଫ୍‌ (ସଂଶୋଧନ) ଆଇନ-୨୦୨୫ ଆଜି ଅର୍ଥାତ ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହେବ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ମନ୍ତ୍ରଣାଳୟ...

ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ବିଧାୟକ

ଗଞ୍ଜାମ,୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ନିର୍ବାଚିତ ନଗରପାଳ ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ମୃତ୍ୟୁର ୪ବର୍ଷ ପରେ ପୁଇଁତୋଳା ଗ୍ରାମ ସ୍ଥିତ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image