ପ୍ରତିଦିନ ଯୋଗ, ପ୍ରାଣାୟମ କଲେ ତାହାର ସୁଫଳ କେତେ ମିଳେ ତାହା ଅନୁଭବୀ ହିଁ ଜାଣେ। ଏହାର ଉପକାରୀ ତାଲିକାରେ ଆଉ ଏକ କଥାକୁ ସାମିଲ କରାଯାଇଛି। ଦୀର୍ଘ ଦିନର ଗବେଷଣା ପରେ ଏପରି ତଥ୍ୟ ଜାଣିବାକୁ ପାଇଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ। ନିୟମିତ ଯୋଗ କରିବା ଦ୍ୱାରା ଜଣେ ହୃଦରୋଗୀ ଏପରି ସମସ୍ୟାରୁ କେତେକାଂଶରେ ଉପଶମ ଲାଭ କରିଥାଏ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି। ଏହି ସମୟରେ ସେମାନେ କେତେକ ହୃଦରୋଗୀଙ୍କୁ ଏହି ସର୍ଭେରେ ସାମିଲ କରିଥିଲେ। ସେମାନଙ୍କୁ ପ୍ରତିଦିନ ଯୋଗ କରିବାକୁ ପରାମର୍ଶ ଦିଆଯାଇ ଥିଲା। ଅପରପକ୍ଷରେ ନିୟମିତ ସମୟ ଅନ୍ତରାଳରେ ଏହାର କି ପ୍ରକାର ପ୍ରଭାବ ହାର୍ଟ ଉପରେ ପଡୁଛି ତାହାକୁ ସେମାନେ ଲକ୍ଷ୍ୟ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ କେତେକ ରୋଗୀ ଯୋଗ କରିବା ଦ୍ୱାରା ହୃଦରୋଗରୁ କେତେକାଂଶରେ ଉପଶମ ଲାଭ କରୁଥିବାର ଜଣାପଡି ଥିଲା। ହେଲେ ଯୋଗ କରିବା ପୂର୍ବରୁ ଏବଂ ପରେ ସହ ଏହି ରୋଗୀ ନିୟମିତ ସମୟ ବ୍ୟବଧାନରେ ହୃଦ୍ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ପରାମର୍ଶ ଦେଇଛନ୍ତି।