ହେଡ୍‌କ୍ୱାର୍ଟର ଛାଡିବା ମହଙ୍ଗା ପଡିଲା, ୮୭ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌

ଦାରିଙ୍ଗବାଡ଼ି,୩୦।୪(ଡି.ଏନ.ଏ)- କରୋନା ପାଇଁ ଲକ୍‌ଡାଉନ ଘୋଷଣା ପରେ ବିଦ୍ୟାଳୟ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ହେଡ୍‌କ୍ୱାର୍ଟର ଛାଡି ନ ଯିବାକୁ ସରକାରୀ ନିର୍ଦ୍ଦେଶ ରହିଥିଲା। ତେବେ ଦାରିଙ୍ଗବାଡିର ଶତାଧିକ ଶିକ୍ଷୟିତ୍ରୀ ଶିକ୍ଷକ ଘରକୁ ପଳାଇଛନ୍ତି। ସେମାନଙ୍କ ମଧ୍ୟରୁ ୮୭ ଜଣଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇ ୭ ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି। ତେବେ ୮୭ ଜଣଙ୍କ ବ୍ୟତୀତ ଆହୁରି ଅଧିକ ଜିଲା ବାହାରର ଶିକ୍ଷକ ଘରକୁ ଯାଇଥିଲେ ମଧ୍ୟ ସେମାନଙ୍କ ନଁ। ଏହି ତାଲିକାରେ ନ ଥିବା ଚର୍ଚ୍ଚା ହେଉଛି। କୁମ୍ଭାରବାଡ଼ି ବିଦ୍ୟାଳୟର ଜଣେ ଶିକ୍ଷକ ଅନୁପସ୍ଥିତ ଥିବାରୁ ତାଙ୍କ ନାମକୁ ଭ୍ରମରବାଡ଼ି ସିଆରସିସି ଜଳେନ୍ଦ୍ର ଦିଗାଳ ବିଇଓଙ୍କୁ ପ୍ରଦାନ କରିଥିଲେ। କିନ୍ତୁ କେଉଁ କାରଣରୁ ତାଙ୍କୁ ଜବାବ ତଲବ ହୋଇନାହିଁ ସିଆରସିସି ଦିଗାଳ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି। ଏନେଇ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡିଶା ଷ୍ଟଲକୁ ମିଳିଲା ଦ୍ୱିତୀୟ ସ୍ଥାନ

ଦାରିଙ୍ଗବାଡି, ୨୮।୧୧ (ଅରୁଣ ସାହୁ):ଦେଶର ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଯାପିତ ହୋଇଯାଇଛି। ଉକ୍ତ ବାଣିଜ୍ୟ ମେଳାରେ ଦେଶର...

ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ମାଣ୍ଡିପଙ୍କା ଗସ୍ତ, ପୀଡ଼ିତାଙ୍କ ପରିବାରକୁ ଭେଟିଲେ…

ଦାରିଙ୍ଗବାଡି, ୨୭।୧୧ (ଅରୁଣ ସାହୁ)-କନ୍ଧମାଳ ଜିଲାକୁ ୩ ଦିନିଆ ଗସ୍ତରେ ଆସିଛନ୍ତି ଓଡିଶା ରାଜ୍ୟ ଖାଦ୍ୟ କମିଶନ ଇଂ ଅବନୀକାନ୍ତ ସାହୁ। ସେ ପ୍ରଥମେ ଦାରିଙ୍ଗବାଡିରେ...

ଏମ୍‌ସିଏଲ୍‌ର ସମ୍ମାନଜନକ ସମର୍ଥନ ପାଇଲେ କଳାହାଣ୍ଡିର ଯୁବ ଆଥ୍‌ଲେଟ୍‌ ଆକାଶ ମୁଣ୍ଡ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)-ମହାନଦୀ କୋଲଫିଲଡ୍ସ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ସମ୍ମାନଜନକ ସମର୍ଥନ ପାଇଛନ୍ତି କଳାହାଣ୍ଡିର ଯୁବ ଆଥେଲେଟ୍‌ ଆକାଶ ରଞ୍ଜନ ମୁଣ୍ଡ। ଏହି ପ୍ରତିଭାବାନ ଆଥଲେଟ୍‌ ଷ୍ଟେଟ...

ପ୍ରେମିକା ନାବାଳିକା ଥିଲେ ବୋଲି ଯିବାକୁ ପଡ଼ିଥିଲା ଜେଲ, ଏବେ ସିଡବ୍ଲୁସିର ହସ୍ତକ୍ଷେପ ପରେ ବିବାହ କଲେ ପ୍ରେମୀ ଯୁଗଳ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି)ର ହସ୍ତକ୍ଷେପ ପରେ ଦୁଇ ପ୍ରେମୀ ଯୁଗଳ ଏକାଠି ହୋଇ ବିବାହ ହୋଇଛନ୍ତି। ଏ...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ

ବେଗୁନିଆପଡ଼ା ,୨୭।୧୧(ସୁଶାନ୍ତ କୁମାର ପଟ୍ଟନାୟକ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ଜିଲା ବେଗୁନିଆପଡା ସିଡିପିଓ ସାରାଣୀ ପାଣିଗ୍ରାହୀ। ୧୨ ହଜାର ଟଙ୍କା ଲାଞ୍ଚ...

୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ

ମୋହନା,୨୭।୧୧( ମନ୍ମଥ ମିଶ୍ର): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେସନ ଗ୍ରୀନ କ୍ଲିନ୍‌ । ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା...

କୋରାପୁଟ ବସ୍‌ଷ୍ଟାଣ୍ଡରେ ଛୁରା ମାଡ଼

କୋରାପୁଟ,୨୭।୧୧(ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଛୁରାମାଡ଼। ବସ ଟାଇମିଂକୁ ନେଇ ବୁଧବାର ଅପରାହ୍ନରେ କୋରାପୁଟ ଘରୋଇ ମାଲିକ ସଂଘ ସଭାପତି ଏସ୍‌. କାସିମଙ୍କୁ କିଛି ଦୁର୍ବୃତ୍ତ...

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ୧୦ ଜଣଙ୍କଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ

ଯାଜପୁର,୨୭।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ୧୦ ଜଣଙ୍କଙ୍କ ଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖାଯାଇଛି। ଜିଲ୍ଲା ଦୌରାଜଜ୍‌ ଏହି ଶୁଣାଣିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri