ବାରବାଙ୍କି,୧।୮: ବାଳିକା ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ଆୟୋଜିତ ହେଉଛି ସତେଚନତା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ବୁଧବାର ଉତ୍ତର ପ୍ରଦେଶ ପୋଲିସ ବାରବାଙ୍କିରେ ଥିବା ଏକ ସ୍କୁଲରେ ଛାତ୍ରୀମାନଙ୍କୁ ସୁରକ୍ଷା ସମ୍ପର୍କରେ ସଚେତନ କରାଉଥିବା ସମୟରେ ଏମିତି ଏକ ପ୍ରଶ୍ନର ସାମ୍ନା କରିଛି ଯାହାକୁ ନେଇ ଏବେ ବିରୋଧି କଂଗ୍ରେସ ପ୍ରଶ୍ନ ଉଠାଇଲାଣି। ଛାତ୍ରୀଙ୍କ ସୁରକ୍ଷା ପାଇଁ ଏବେ ଟୋଲ୍ ଫ୍ରି ନମ୍ବର ଜାରି କରାଯାଉଛି। ଏହି କ୍ରମରେ ଉକ୍ତ ସ୍କୁଲରେ ପୋଲିସ ଛାତ୍ରୀମାନଙ୍କୁ ଏକ ଟୋଲ୍ ଫ୍ରି ନମ୍ବର ଦେବା ସହ କହିଥିଲା କି ତୁମେମାନେ ଯେତେବେଳେ ଅସୁବିଧାରେ ପଡିବ ସେତେବେଳେ ଏହି ଟୋଲ୍ ଫ୍ରି ନମ୍ବରରେ ଫୋନ୍ କଲେ ପୋଲିସ ତୁରନ୍ତ ସାହାଯ୍ୟ ଯୋଗାଇ ଦେବ। ହେଲେ ଏହାକୁ ନେଇ ଜଣେ ଛାତ୍ରୀ ପଶ୍ନ କରିଥିଲେ, ଆପଣ ଯାହା କହୁଛନ୍ତି ତାହା ଠିକ୍, ହେଲେ ଯେତେବେଳେ ଆମେ ଅସୁବିଧାରେ ପଡି ଅଭିଯୋଗ କରିବୁ ତା’ରେ ଅଭିଯୁକ୍ତ ଯଦି ଆମର ଦୁର୍ଘଟଣା ଘଟାଇ ଦିଏ ସେଠାରେ ପୋଲିସ କିପରି ସାହାଯ୍ୟ କରିବ? ଯେମିତି ଜଣେ ବିଧାୟକଙ୍କ ଦ୍ୱାରା ବଳାତ୍କାର ଶିକାର ହୋଇଥିବା ଉନ୍ନାଓ ପୀଡିତା ଅଭିଯୋଗ କରିବା ପରେ ତାଙ୍କର ଦୁର୍ଘଟଣା କରାଇ ଦିଆଯାଇଛି। କାରଣ ଦୁର୍ଘଟଣା ଘଟାଇଥିବା ଟ୍ରକର ନମ୍ବର ନାହିଁ। ତେଣୁ ଏହା ଏକ ଯୋଜନା ବଦ୍ଧ ଦୁର୍ଘଟଣା ବୋଲି ଛାତ୍ରୀ ଜଣକ କହିବା ପରେ ପୋଲିସ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦ୍ୱନ୍ଦରେ ପଡିଯାଇଥିଲା। ଆଉ ନିଜକୁ ବଞ୍ଚାଇବାକୁ ଯାଇ କହିଥିଲା ଟୋଲ୍ ଫ୍ରି ନମ୍ବରରେ ଫୋନ୍ କଲେ ପୋଲିସ ତୁରନ୍ତ ସାହାଯ୍ୟ ଯୋଗାଇ ଦେବ।
Posted inଜାତୀୟ