ନୂଆଦିଲ୍ଲୀ, ୨୧ା୩: କରୋନା ଭାଇରସ୍ ଯୋଗୁ ୟୁପିଏସ୍ସି ପକ୍ଷରୁ ମୁଖ୍ୟ ସାକ୍ଷାତକାର ପରୀକ୍ଷା(ଇଣ୍ଟରଭ୍ୟୁ)କୁ ବାତିଲ କରାଯାଇଛି। ଏହି ପରୀକ୍ଷା ଫେବୃୟାରୀରୁ ଆରମ୍ଭ ହୋଇ ଏପ୍ରିଲ ପର୍ଯ୍ୟନ୍ତ କରାଯିବାକୁ ଥିବାବେଳେ କରୋନା ଭୟରେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ନୂଆ ସାକ୍ଷାତକାର ପରୀକ୍ଷା ଲାଗି ତାରିଖ ଘୋଷଣା କରାଯାଇ ପ୍ରାର୍ଥୀଙ୍କୁ ଅବଗତ କରାଯିବ ବୋଲି ୟୁପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘୋଷଣା ସହ ୟୁପିଏସ୍ସି ଅନ୍ୟ ସାକ୍ଷାତକାର ପରୀକ୍ଷାଗୁଡ଼ିକୁ ଏପ୍ରିଲ ୧୫ ଯାଏ ଘୁଞ୍ଚାଇ ଦେଇଛି। ପ୍ରକାଶଥାଉ କି, ମୁଖ୍ୟ ଲିଖିତ ପରୀକ୍ଷା ସହ ସାକ୍ଷାତକାର ପରୀକ୍ଷାର ମାର୍କ ମିଶି ପ୍ରାର୍ଥୀଙ୍କ ର଼୍ୟାଙ୍କ ଚୟନ କରାଯାଇଥାଏ।