ଭୁବନେଶ୍ୱର,୨-୮-ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ(ୟୁବିଆଇ) ପକ୍ଷରୁ ଜୁନ ତ୍ରୈମାସ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସମୟରେ ବ୍ୟାଙ୍କର ମୋଟ ବାଣିଜ୍ୟ କାରବାର ୨.୦୫ ଲକ୍ଷ କୋଟି ଟଙ୍କା ଟପିଛି। ବ୍ୟାଙ୍କର ଜମା ୧.୩୨ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ଆଡଭାନ୍ସ ୭୩,୨୪୯ କୋଟି ଟଙ୍କା ଛୁଇଁଛି। ଜମା ଅଭିବୃଦ୍ଧି ୩% ରହିଛି। ଏହା ବାଦ ଆଡଭାନ୍ସ ୯.୭୫% ରହିଛି। ବ୍ୟାଙ୍କର ମୋଟ କାରବାର ଅଭିବୃଦ୍ଧି ୫.୨୯% ରହିଛି। କାସା ଜମା ୬୬,୯୮୧ କୋଟି ଟଙ୍କା ଥିବା ବେଳେ ମୋଟ ଜମା ଅଭିବୃଦ୍ଧି ୬.୪୨% ରହିଛି। ବ୍ୟାଙ୍କର ତ୍ରୈମାସିକ ନେଟ୍ ଲାଭ ୧୦୪.୯୯ କୋଟି ଟଙ୍କା ଛୁଇଁଛି। ଏଥିରେ ୧୦.୩୧% ଅଭିବୃଦ୍ଧି ହୋଇଛି। ଏହା ବାଦ ପରିଚାଳନାଗତ ଲାଭ ୬୮୨.୫୨ କୋଟି ଟଙ୍କା, ନେଟ ସୁଧ ଜନିତ ଆୟ ୭୨୭.୪୭ କୋଟି ରହିଥିବା ବେଳେ ଏହା ଏପିଓ୍ବାଇ ପ୍ରାଇମ ଚାମ୍ପିୟନଶିପ କପ୍ ଲାଭ କରିଥିବା ସୂଚନା ଦେଇଛି।