୧% ଅତିଧନୀଙ୍କ ପାଖରେ ସିଂହ ଭାଗ ସମ୍ପତ୍ତିି

ଡାଭୋସ,୨୧-୧: ଭାରତର ୧% ଅତିଧନୀ ବ୍ୟକ୍ତି ବିଶେଷଙ୍କ ନିକଟରେ ଦେଶର ମୋଟ ସମ୍ପତ୍ତିର ସିଂହ ଭାଗ ଅଂଶ ରହିଛି। ଏମାନଙ୍କ ପାଖରେ ଦେଶର ୭୦% ଜନସଂଖ୍ୟାଙ୍କ ମୋଟ ସମ୍ପତ୍ତିର ୪ଗୁଣରୁ ଅଧିକ ସମ୍ପତ୍ତି ଥିବା ଜଣାପଡିଛି। ସେହିଭଳି ଭାରତୀୟ ବିଲିୟନେୟାରଙ୍କ ନିକଟରେ ଦେଶର ବାର୍ଷିକ ସାଧାରଣ ବଜେଟଠାରୁ ଅଧିକ ସମ୍ପତ୍ତି ରହିଥିବା ସୋମବାର ଏକ ରିପୋର୍ଟରେ ପ୍ରକାଶ ପାଇଛି। ଓ୍ବାର୍ଲଡ ଇକୋନୋମିକ ଫୋରମ(ଡବ୍ଲ୍ୟୁଇଏଫ୍‌)ର ୫୦ତମ ବାର୍ଷିକ ସମ୍ମିଳନୀ ପୂର୍ବରୁ ଅକ୍ସଫାମ୍‌ ଗ୍ରୁପର ଟାଇମ ଟୁ କେୟାର ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ଏହି ଅବସରରେ ଅକ୍ସଫାମ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱର ୨,୧୫୩ ବିଲିୟନେୟାର ବିଶ୍ୱର ୬୦% ଜନସଂଖ୍ୟା ବା ୪.୬% ବିଲିୟନଙ୍କ ନିକଟରେ ଥିବା ସମ୍ପତ୍ତିଠାରୁ ଅଧିକ ସମ୍ପତ୍ତି ହାସଲ କରିଛନ୍ତି।
ବିଶ୍ୱ ସ୍ତରରେ ଆର୍ଥତ୍କ ଅସମାନତା ବୃଦ୍ଧି ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ଦଶନ୍ଧିରେ ବିଲିୟନେୟାରଙ୍କ ସଂଖ୍ୟା ବୃଦ୍ଧି ଘଟିଥିବା ଜଣାପଡିଛି। ଗତ ବର୍ଷ ଏମାନଙ୍କର ମୋଟ ସମ୍ପତ୍ତିରେ ବୃହତ୍‌ ପରିମାଣର ହ୍ରାସ ଘଟିଥିବା ନଜରକୁ ଆସିଥିଲା। ବିନା କୌଣସି ସୁଚିନ୍ତିତ ନୀତି ଦ୍ୱାରା ବିଶ୍ୱ ସ୍ତରରେ ବଢୁଥିବା ଅସମାନତାକୁ ଦୂର କରିବା ସମ୍ଭବ ହେବ ନାହିଁ। ମାତ୍ର କିଛି ଦେଶର ସରକାର ଏ ଦିଗରେ ଯୋଜନା ହାତକୁ ନେଉଥିବା ଅକ୍ସଫାମ ଇଣ୍ଡିଆର ସିିଇଓ ଅମିତାଭ ବେହାର କହିଛନ୍ତି। ଡବ୍ଲ୍ୟୁଇଏଫ୍‌ ସମିଟରେ ଚଳିତ ବର୍ଷ ଲିଙ୍ଗଗତ ଅସମାନତା ଏବଂ ଆୟ ଭଳି ବିଷୟ ସ୍ଥାନ ପାଇବ। ସମ୍ବିଧାନ ପ୍ରଦତ୍ତ ଆଇନର କ୍ଷୁର୍ଣ୍ଣତା, ଦୁର୍ନୀତି, ସାଧାରଣ ସାମଗ୍ରୀ ଏବଂ ସେବା ଦର ବୃଦ୍ଧି ଭଳି ବିଭିନ୍ନ ସମସ୍ୟା ସମ୍ପକରେ ଡବ୍ଲ୍ୟୁଇଏଫ ଏହାର ରିପୋଟରେ ଉଲ୍ଲେଖ କରିଛି।
ଗତ ୩ ଦଶନ୍ଧିରେ ବିଶ୍ୱ ସ୍ତରରେ ଅସମାନତା କମିଥିଲେ ମଧ୍ୟ ପ୍ରମୁଖ ଅର୍ଥନୀତିଗୁଡିକରେ ଘରୋଇ ଆୟ ଅସମାନତା ବଢିଛି। ରିପୋର୍ଟ ମୁତାବକ ଦେଶର ମହିଳା କର୍ମଚାରୀମାନେ ପ୍ରମୁଖ ଟେକ୍ନୋଲୋଜି ସିଇଓମାନେ ବର୍ଷକରେ ଲାଭ କରୁଥିବା ବେତନ ସହ ସମକକ୍ଷ ଆୟ କରିବା ଲାଗି ୨୨,୨୭୭ ବର୍ଷ ଲାଗିବ। ଏହି କମ୍ପାନୀଗୁଡିକରେ ଜଣେ ସିଇଓ ୧୦ ମିନିଟରେ ଯେତିକି ଆୟ କରନ୍ତି ଜଣେ ଘରେ କାମ କରୁଥିବା ମହିଳାଙ୍କୁ ତାହା ଆୟ କରିବାକୁ ଗୋଟିଏ ବର୍ଷ ଲାଗିବ ବୋଲି ରିପୋର୍ଟରେ କୁହାଯାଇଛି। ମହିଳା ଏବଂ ବାଳିକାମାନେ କରୁଥିବା ଅନପେଡ କେୟାର ଓ୍ବାର୍କର ମୂଲ୍ୟ ପ୍ରାୟ ୧୯ ଲକ୍ଷ କୋଟି ହେବ,ଯାହା ଦେଶର ଶିକ୍ଷା ବଜେଟର ପ୍ରାୟ ୨୦ ଗୁଣ ଅଧିକ। ଗ୍ଲୋବାଲ ସର୍ଭେ ମୁତାବକ ୨୨ ଅତିଧନୀଙ୍କ ନିକଟରେ ରହିଥିବା ସମ୍ପତ୍ତି ଆଫ୍ରିକାର ସବୁ ମହିଳାଙ୍କ ସମ୍ପତ୍ତିଠାରୁ ଅଧିକ। ମହିଳା ଏବଂ ବାଳିକାମାନେ ପ୍ରତିଦନି କରୁଥିବା ୧୨.୫ ବିଲିୟନ ଘଣ୍ଟା ଅନପେଡ କେୟାରଓ୍ବାର୍କର ବିଶ୍ୱକୁ ଯୋଗଦାନ ପ୍ରାୟ ୧୦.୮ ଟ୍ରିଲିୟନ ଡଲାର ହେବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri