୧୦ ମାସରେ ଜବତ ହୋଇଛି ୧୦ ମୃତଦେହ : ମୃତକଙ୍କ ପରିଚୟ ପାଉନି ପୋଲିସ

କଟକ ଅଫିସ,୮।୭ : ଗତ ୧୦ ମାସ ମଧ୍ୟରେ କଟକରେ ୧୦ରୁ ଊର୍ଦ୍ଧ୍ୱ ମୃତଦେହ ଜବତ କରିଛି ପୋଲିସ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ହତ୍ୟା କରି ପକାଇ ଦେଇଥିବା ସନ୍ଦେହ କରାଯାଉଛି। ହେଲେ ଏହି ସବୁ ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ତ ଦୂରର କଥା, ହତ୍ୟାର କାରଣ ଖୋଜି ପାଉନି ପୋଲିସ। ଏପରି କି ମୃତ ବ୍ୟକ୍ତିଙ୍କର ପରିଚୟ ଠାବ କରିବାରେ ପୋଲିସ ବିଫଳ ହୋଇଛି। ଏପରି ସ୍ଥଳେ ଅଭିଯୁକ୍ତମାନେ ପୋଲିସ ଆଖିରେ ଧୂଳି ଦେଇ ଖୁଲମଖୋଲା ବାହାରେ ବୁଲୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି କୌଣସି ମୃତଦେହ ଜବତ କରାଯାଉଛି କିନ୍ତୁ ତାଙ୍କର ପରିଚୟ ମିଳୁନାହିଁ, ନିୟମ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ପୋଲିସ ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ସୂଚନା ଦେବା କଥା। ହେଲେ ପୋଲିସ କ୍ରାଇମ୍‌ବ୍ରାଞ୍ଚକୁ ଏ ସମ୍ପର୍କରେ ସୂଚନା ଦେଉନାହିଁ। ଅନ୍ୟପକ୍ଷରେ କଟକ ଜିଆର୍‌ପି ଥାନା ଅଞ୍ଚଳରୁ ଯେଉଁ ଅଚିହ୍ନା ମୃତଦେହ ଜବତ କରାଯାଉଛି, ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ ପାଉଛି। ହେଲେ କମିଶନରେଟ୍‌ ପୋଲିସ ଅଧୀନ ବିଭିନ୍ନ ଥାନା ଅଞ୍ଚଳରୁ ଜବତ ହେଉଥିବା ଅଚିହ୍ନା ମୃତଦେହ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଓ୍ବେବ୍‌ସାଇଟ୍‌ରେ ତଥ୍ୟ ପ୍ରକାଶ ପାଉନାହିଁ। ଫଳରେ ମୃତକଙ୍କ ପରିଚୟ ପାଇବାରେ ପୋଲିସ ସଫଳ ହେଉନାହିଁ। ସୂଚନାଯୋଗ୍ୟ, ୨୦୧୬ରେ ଶେଷଥର ପାଇଁ ଜଣେ ମୃତବ୍ୟକ୍ତିଙ୍କ ପରିଚୟ ମିଳୁ ନ ଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ୱେବ୍‌ ସାଇଟ୍‌ରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଏଭଳି ବହୁ ଘଟଣା ଘଟିଥିଲେ ମଧ୍ୟ ୱେବ୍‌ସାଇଟ୍‌ରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇନାହିଁ।
୨୦୧୮ ଅକ୍ଟୋବର ୬ରେ ମଙ୍ଗଳାବାଗ ଥାନା ଅନ୍ତର୍ଗତ ରାଣୀହାଟ ଅଞ୍ଚଳର ଏକ ହୋଟେଲ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଥିଲା। ମୃତକ ଜଣଙ୍କ ସେଠାରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲ ପଠାଇଥିଲା। ହେଲେ ପୋଲିସ ଏହି ଘଟଣାର ତଦନ୍ତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୃକ୍ତ ବୃଦ୍ଧଙ୍କ ପରିଚୟ ପାଇପାରିନାହିଁ।
ଗତ ଅକ୍ଟୋବର ୧୭ରେ ମଧୁପାଟଣା ଥାନା ଅନ୍ତର୍ଗତ ଖାନ୍‌ନଗର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିବା ବେଳେ ତାଙ୍କୁ କେହି ହତ୍ୟା କରି ସେଠାରେ ପକାଇଥିବା ଅନୁମାନ କରାଯାଇଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ ଚଳାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ପାଇବାରେ ବିଫଳ ହୋଇଛି।ଗତ ଅକ୍ଟୋବରରେ ବାଦାମବାଡି ପୋଲିସ କାଠଯୋଡି ନଦୀରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଥିଲା। ତାଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଥିଲା। ମାତ୍ର ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ମଧ୍ୟ ମୃତକଙ୍କ ପରିଚୟ ପାଇନାହିଁ।
୨୦୧୮ ନଭେମ୍ବରରେ ମଙ୍ଗଳାବାଗ ଥାନା ନୂଆପାଟଣା ଅଞ୍ଚଳରେ ଥିବା ଏକ ଅଳିଆ ଗଦାରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ତାଙ୍କୁ ହତ୍ୟା କରାଯାଇ ସେଠାରେ ପକାଇ ଦିଆଯାଇଥିବା ସ୍ଥାନୀୟ ଲୋକେ ଅନୁମାନ କରିଥିଲେ। ପୋଲିସ ଏ ନେଇ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ପୋଲିସ ପାଇପାରିନାହିଁ।
ଗତ ଏପ୍ରିଲ ୧ରେ ଜଗତ୍‌ପୁର ପୋଲିସ ମହାଦନୀ ପଠାରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଜବତ କରିଥିଲା। କେହି ତାଙ୍କୁ ହତ୍ୟା କରି ନଦୀରେ ପକାଇ ଦେଇଥିବା ପୋଲିସ ସନ୍ଦେହ କରିଥିଲା। ଏହି ଘଟଣାରେ ପୋଲିସ ତଦନ୍ତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଟେର୍‌ ପାଇପାରିନାହିଁ।
ଗତ ୧ ତାରିଖରେ ବାଦାମବାଡି ପୋଲିସ ଖାନ୍‌ନଗର ଏମ୍‌ଭି ପଡିଆରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଜବତ କରିଥିଲା। ଯୁବକଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡୁଥିଲା। ପରେ ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଥିଲା। ହେଲେ ଏପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ତ ଦୂରର କଥା, ମୃତକଙ୍କ ପରିଚୟ ପାଇପାରିନାହିଁ। କେବଳ ଏହି ଘଟଣା ନୁହେଁ, ଗତ ୧ ବର୍ଷ ମଧ୍ୟରେ କଟକରେ ଏଭଳି ଭାବେ ୧୦ରୁ ଊର୍ଦ୍ଧ୍ୱ ମୃତଦେହ ପୋଲିସ ଜବତ କରିଛି। ଉପରୋକ୍ତ ଘଟଣାଗୁଡିକରେ କିପରି ମୃତ୍ୟୁ ଘଟିଲା, କିଭଳି ଭାବେ ମୃତଦେହ ଏଠାକୁ ଆସିଲା, ଏହା ପଛରେ କୌଣସି ଅଭିଯୁକ୍ତ ଅଛନ୍ତି କି ନାହାନ୍ତି, ତାହା ଉପରେ ପୋଲିସର ତଦନ୍ତରେ ଶିଥିଳତା ଦେଖାଦେଇଛି, ଯାହା ଉପରୋକ୍ତ ଘଟଣାରୁ ସ୍ପଷ୍ଟ ବାରିହୋଇପଡୁଛି। ଏପରି କି ମୃତକଙ୍କ ପରିଚୟ ଖୋଜି ପାଇବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଗତ ଦିନଗୁଡିକରେ ଏଭଳି କେତେକ ଘଟଣା ଘଟିଯାଇଛି। ପୋଲିସ ହାତରୁ ଖସିବା ପାଇଁ ଅଭିଯୁକ୍ତମାନେ ଗୋଟିଏ ସ୍ଥାନରେ ହତ୍ୟା କରି ମୃତଦେହକୁ ଅନ୍ୟ ସ୍ଥାନରେ ପକାଇ ଦେଇଥିବା ନଜିର ରହିଛି। ହେଲେ ପୋଲିସ ଏଭଳି ମାମଲାରେ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌ ବସିପଡୁଛି। ଠିକ୍‌ ଭାବେ ତଦନ୍ତ ନ ହେବାରୁ ଅଭିଯୁକ୍ତମାନେ ଅପରାଧ କରି ଖସି ଯାଉଛନ୍ତି। ଏହି ସବୁ ମାମଲାରେ କୌଣସି ଅଭିଯୋଗକାରୀ ନ ଥିବାରୁ ପୋଲିସ ଏହାକୁ ଗୁରୁତ୍ୱ ଦେଉ ନ ଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଭରତପୁର ଥାନାରେ ଲାଗିଲା ସିସିଟିଭି

ଭୁବନେଶ୍ୱର,୨୪।୯: ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍‌ ପୋଲିସ ବିବାଦ ଘେରକୁ ଆସିଛି।...

କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

ଭୁବନେଶ୍ୱର,୨୪।୯: ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ...

ବ୍ଲାକ୍‌ ଲିଷ୍ଟେଡ୍‌ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ…

ଭୁବନେଶ୍ୱର,୨୪ା୯ (ଅନୁରାଧା ମହାରଣା): ରାଜ୍ୟରେ ସରକାରୀ ପଦପଦବୀରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛି ଦୁର୍ନୀତି ବିରୋଧୀ ଛାତ୍ର ସଂଗଠନ। ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଗଠନର...

ପୋଲିସ ମେଳି ପ୍ରସଙ୍ଗ, ଅଡୁଆରେ ଅଫିସର

ଭୁବନେଶ୍ୱର,୨୪ା୯(ସତ୍ୟଜିତ୍‌ ରାଉତ): ଭରତପୁର ଥାନା ନିର୍ଯାତନା ଘଟଣାରେ ଏକପାଖିଆ ନିଷ୍ପତ୍ତି ନିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ଉଠାଇ ଏହା ପ୍ରତିବାଦରେ ଗତ ୨୧ ତାରିଖ ଅପରାହ୍ନରେ...

ଫେରିଯିବ ମୌସୁମୀ, ଆଉ ୪ଦିନ ଲାଗି ରହିବ ବର୍ଷା

ଭୁବନେଶ୍ୱର,୨୪।୯(ଅନୁରାଧା ମହାରଣା): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟ କଚ୍ଛର କିଛି ଅଞ୍ଚଳରୁ ବିଦାୟ ନେଇଛି। ଗତ ୧୭ ତାରିଖ ସୁଦ୍ଧା...

ଶିଶୁ ଅଶ୍ଳୀଳତା ଭିଡିଓ ଦେଖିଲେ ବା ଡାଉନଲୋଡ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ସୁପ୍ରିମକୋର୍ଟଙ୍କ ରାୟ ଲାଗୁ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର,୨୩ା୯: ଶିଶୁ ଅଶ୍ଳୀଳତା ଉପରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଓଡ଼ିଶା ସରକାର ସମର୍ଥନ କରିଛନ୍ତି।ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଏହା ସର୍ବୋଚ୍ଚ ନ୍ୟାୟାଳୟଙ୍କର ରାୟକୁ...

କାର୍ଯ୍ୟକାରୀ ହେଲା ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା: ୧୦୦୦ ଅଭିଯୋଗକାରୀଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକୃତ ହୋଇଥିବା ଏକ ହଜାର ଅଭିଯୋଗକାରୀଙ୍କ ଠାରୁ ସମସ୍ୟା ଶୁଣିଛନ୍ତି। ଏଥିସହିତ ପ୍ରଥମ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ଜିଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ

ଭୁବନେଶ୍ୱର,୨୩।୯- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ଅଭିଯୋଗ ଶୁଣାଣି ହୋଇଛି। ସୋମବାର ପୂର୍ବାହ୍ନ ୧୧ଟାରୁ ୟୁନିଟ-୫ ର ସରକାରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri