ନୂଆଦିଲ୍ଲୀ, ୧୪।୫: ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଲକ୍ଷ ପ୍ରବାସୀ ଟ୍ରେନ୍ ଯୋଗେ ନିଜ ନିଜ ଘରକୁ ଫେରିଛନ୍ତି। ଏଯାବତ୍ ରେଲଓ୍ବେ ୮୦୬ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇଲାଣି। ୟୁପିକୁ ସର୍ବାଧିକ ୩୮୭ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାଇଥିବା ବେଳେ ବିହାରକୁ ୨୦୪ ଏବଂ ମଧ୍ୟପ୍ରଦେଶକୁ ୬୭ଟି ଟ୍ରେନ୍ ଯାଇଛି। ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଛି। ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ପ୍ରେସ୍ମିଟରେ ସୂଚନା ଦେଇଛନ୍ତି।