୧୦୮ ଆମ୍ବୁଲାନ୍ସ ସେବାରେ ବାଧକ ଫେକ୍‌ କଲ୍‌: ଦିନକୁ ଆସୁଛି ୭୦୦ ମିଥ୍ୟା କଲ୍‌, ପ୍ରକୃତ ହିତାଧିକାରୀଙ୍କୁ ଅସୁବିଧା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ୧୦୮ ଏବଂ ୧୦୨ ମାଗଣା ଆମ୍ବୁଲାନ୍ସ ପରିଚାଳନା ବ୍ୟବସ୍ଥା ନିଜର ମହତ୍‌ କାର୍ଯ୍ୟ ପାଇଁ ଅନେକ ସମୟରେ ପ୍ରଶଂସାର ପାତ୍ର ହୋଇଛି। କିନ୍ତୁ ଏହି ସେବା ପରିଚାଳନାରେ ବର୍ତ୍ତମାନ ମୁଖ୍ୟ ବାଧକ ସାଜିଛି ଫେକ୍‌ କଲ୍‌। ଜରୁରିକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସ ଫୋନ୍‌ ନମ୍ବର ଏବେ କେତେକଙ୍କ ପାଇଁ ଟାଇମପାସ୍‌ ଏବଂ ଥଟ୍ଟାମଜାର ମାଧ୍ୟମ ପାଲଟିଛି। ଦିନକୁ ଦିନ ୧୦୮ ଆମ୍ବୁଲାନ୍ସ କଣ୍ଟ୍ରୋଲ ରୁମକୁ ଆସୁଥିବା ଫେକ୍‌ କଲ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। କେତେଜଣ ଅସାଧୁ ବ୍ୟକ୍ତିଙ୍କ ଯୋଗୁ ପ୍ରକୃତ ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଜଣେ ଅସାଧୁ ବ୍ୟକ୍ତି ୩ ହଜାରରୁ ଅଧିକ ଥର ଫୋନ୍‌ କରିଥିବା ମଧ୍ୟ ନଜିର ରହିଛି। ଅନାବଶ୍ୟକ କଲ୍‌ରେ ଲାଇନ୍‌ ବ୍ୟସ୍ତ ରହିବା ଦ୍ୱାରା ଅନେକ ଜରୁରୀ କଲ୍‌ ଗ୍ରହଣ ହୋଇପାରୁ ନାହିଁ।
ଲୋକଙ୍କୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ୨୦୧୩ରେ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ଜିକିତ୍ସା ହେଲଥ୍‌ କେୟାର ଲିଃ ନାମକ ଏକ ଘରୋଇ କମ୍ପାନୀ ଏହି ସେବା ପ୍ରଦାନ କରୁଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରର ଇଡ଼କୋ ଟାୱାରରେ ଅବସ୍ଥିତ। ରାଜ୍ୟର ଯେକୌଣସି ଜିଲାରୁ ୧୦୮ କିମ୍ବା ୧୦୨ ପାଇଁ କଲ୍‌ ଆସିଲେ, ତାହା ଭୁବନେଶ୍ୱରର ନିୟନ୍ତ୍ରଣ କକ୍ଷକୁ ପ୍ରଥମେ ଆସିଥାଏ ଏବଂ ସେହିଠାରୁ ହିଁ ରୋଗୀଙ୍କ ନିକଟକୁ ଆମ୍ବୁଲାନ୍ସ ପଠାଇବାର ବ୍ୟବସ୍ଥା କରାଯାଇଥାଏ। ଏହି ଦୁଇଟିଯାକ ଦେୟମୁକ୍ତ ନମ୍ବରରେ ଫେକ୍‌ କଲ୍‌ ସଂଖ୍ୟା ବଢ଼ିଚାଲିଥିବାରୁ ସେବା ଅନେକାଂଶରେ ପ୍ରଭାବିତ ହେଉଛି। ଏନେଇ ୧୦୮ କଲ୍‌ ସେଣ୍ଟରର ମ୍ୟାନେଜର କହିଛନ୍ତି ଯେ, ‘ଆମେ ଦୈନନ୍ଦିନ ୧୦,୦୦୦ କଲ୍‌ ଗ୍ରହଣ କରୁଥିବାବେଳେ ସେଥିରୁ ୭୦୦ଟି ମିଥ୍ୟା କଲ୍‌ ରହୁଛି। ଏଭଳି କଲ୍‌ ସାଧାରଣତଃ ସକାଳ ୭ ରୁ ଅପରାହ୍ନ ୩ଟା ମଧ୍ୟରେ ଆସିଥାଏ। ବିଶେଷକରି ଯେଉଁ ସମୟରେ ମହିଳା କର୍ମଚାରୀମାନେ ଫୋନ୍‌ ଧରନ୍ତି, ସେହି ସମୟରେ କେତେକ ଅସାମାଜିକ ବ୍ୟକ୍ତି ସେମାନଙ୍କୁ ଫୋନ କରି ଅଶାଳୀନ ଭାଷାରେ କଥାବାର୍ତ୍ତା କରିଥାଆନ୍ତି, ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଏପରି ମିଥ୍ୟା କଲ୍‌ ଯୋଗୁ ଅନେକ କ୍ଷେତ୍ରରେ ଘଟଣାସ୍ଥଳରୁ ଖାଲି ହାତରେ ଫେରୁଛି ଆମ୍ବୁଲାନ୍ସ। ଏପରି କି ରାସ୍ତାରେ ବୁଲା ପଶୁଙ୍କ ଦେହ ଖରାପ ଅଛି ବୋଲି ମଧ୍ୟ ନିୟନ୍ତ୍ରଣ କକ୍ଷକୁ ଫୋନ୍‌ ଆସୁଛି। ଏ ସମ୍ପର୍କରେ ୧୦୮ ନିୟନ୍ତ୍ରଣ କକ୍ଷର ଜଣେ କର୍ମଚାରୀ କହିଛନ୍ତି ଯେ, ମିଥ୍ୟା କଲ୍‌ ଆସୁଥିବା ନମ୍ବରରୁ ଏକାଧିକ ଥର ଫୋନ୍‌ ଆସିଲେ, ତାକୁ ସିଷ୍ଟମରେ ଫେକ୍‌ କଲର୍‌ ତାଲିକାରେ ପକାଇ ଦେଉଛୁ ଏବଂ ସମୟ ସମୟରେ ଏପରି ଜରୁରିକାଳୀନ ସେବାକୁ ବ୍ୟସ୍ତ ନ ରଖିବାକୁ ପରାମର୍ଶ ମଧ୍ୟ ଦେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri