Posted inଜାତୀୟ

୧୧ ହଜାର ରୋଗୀଙ୍କ ପାଇଁ ଜଣେ ଡାକ୍ତର: ଭାରତରେ ସରକାରୀ ସ୍ବାସ୍ଥ୍ୟସେବାର ଭୟଙ୍କର ସତ୍ୟ

ନୂଆଦିଲ୍ଲୀ,୨୩ା୩: ଭାରତରେ କରୋନା(କୋଭିଡ୍‌-୧୯) ସଂକ୍ରମଣ ସମ୍ପ୍ରତି ବଢ଼ିବାରେ ଲାଗିଛି। ଏଭଳି ସ୍ଥଳେ ଏକ ବିରାଟ ପ୍ରଶ୍ନ ଉଠିଛି ଯେ, ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ର କରୋନାକୁ ମୁକାବିଲା କରିବାକୁ ପ୍ରସ୍ତୁତ କି? ଭାରତରେ ଲୋକସଂଖ୍ୟା ଅନୁପାତରେ ଡାକ୍ତରଙ୍କ ସଂଖ୍ୟା ଏବଂ ହସ୍ପିଟାଲଗୁଡ଼ିକରେ ଉପଲବ୍ଧ ଶଯ୍ୟା ସଂଖ୍ୟା ଦେଖିଲେ ଏଭଳି ପ୍ରଶ୍ନ ଉଠୁଛି। ଜନସଂଖ୍ୟା-ଡାକ୍ତର ଅନୁପାତ ଦୃଷ୍ଟିରୁତ୍ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ପକ୍ଷରୁ ଧାର୍ଯ୍ୟ ସଂଖ୍ୟାକୁ ଦେଖିଲେ ଭାରତକୁ ୧୦ଗୁଣ ଅଧିକ ଏଲୋପାଥିକ ଡାକ୍ତର ଆବଶ୍ୟକ। ଅସମାନତା ଦୂର କରିବା ପାଇଁ ଦେଶ ଅତିକମ୍‌ରେ ୫ ଲକ୍ଷ ଅଧିକ ସରକାରୀ ଡାକ୍ତର ଆବଶ୍ୟକ କରୁଥିବା କେନ୍ଦ୍ର ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି।
୨୦୧୯ ଜୁନ୍‌ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ହେଲ୍‌ଥ ପ୍ରୋଫାଇଲ ମାଧ୍ୟମରେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଭାରତର ପ୍ରତି ୧୧,୦୮୨ ଲୋକଙ୍କ ପାଇଁ ଜଣେ ଏଲୋପାଥିକ ଡାକ୍ତର ରହିଛନ୍ତି। ସେହିପରି ୧,୮୪୪ ଲୋକଙ୍କ ପାଇଁ ଗୋଟିଏ ସରକାରୀ ହସ୍ପିଟାଲର ଶଯ୍ୟା ରହିଥିବାବେଳେ ୫୫,୫୯୧ ଲୋକଙ୍କ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲ ରହିଛି। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଏଲୋପାଥିକ ଡାକ୍ତରଙ୍କ ଉପରେ ରହିଛି ୧.୩ ବିଲିୟନ(୧୩୦ କୋଟି) ଲୋକଙ୍କ ଚିକିତ୍ସା ଭାର। ଏହାକୁ ଆଧାର କଲେ ଜନସଂଖ୍ୟା ଓ ଡାକ୍ତର ଅନୁପାତ ହେଉଛି ୧:୧୧,୦୮୨। କିନ୍ତୁ ଏ କ୍ଷେତ୍ରରେ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଧାର୍ଯ୍ୟ ଅନୁପାତ ହେଉଛି ୧:୧,୦୦୦, ଅର୍ଥାତ୍‌ ପ୍ରତି ୧ ହଜାର ଜନସଂଖ୍ୟା ପାଇଁ ଜଣେ ଡାକ୍ତର। ଭାରତର କେତେକ ଗରିବ ରାଜ୍ୟରେ ଡାକ୍ତର ସଂଖ୍ୟା ସ୍ଥିତି ଅତି ଖରାପ। ଉଦାହରଣ ସ୍ବରୂପ ବିହାରରେ ପ୍ରତି ୨୮,୩୯୧ ଜନସଂଖ୍ୟାରେ ଜଣେ ସରକାରୀ ଏଲୋପାଥିକ ଡାକ୍ତର ରହିଛନ୍ତି। ୨୦୧୩ରେ ସେଠାରେ ପ୍ରତି ୨୦,୨୦୭ ଜନସଂଖ୍ୟାରେ ଜଣେ ଡାକ୍ତର ଥିଲେ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରୁ ହସ୍ପିଟାଲ ଭିତ୍ତିଭୂମି ଉପଯୁକ୍ତ ନ ଥିବା ଜଣାପଡ଼ିଛି। ସହର ଓ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବା ମଧ୍ୟରେ ବ୍ୟାପକ ଅସମାନତା ଥିବାବେଳେ ଶଯ୍ୟା (ବେଡ୍‌) ସଂଖ୍ୟା ଚିନ୍ତାଜନକ ରହିଛି। ଭାରତରେ ୨୩ହଜାରରୁ ଊର୍ଦ୍ଧ୍ୱ ସରକାରୀ ହସ୍ପିଟାଲ ଏବଂ ପ୍ରାୟ ୭ ଲକ୍ଷ ୩୯ ହଜାର ଶଯ୍ୟା ରହିଛି। ସେଥିମଧ୍ୟରୁ ପ୍ରାୟ ୨୦ ହଜାର ହସ୍ପିଟାଲ ଗ୍ରାମାଞ୍ଚଳରେ ରହିଥିବାବେଳେ ପାଖାପାଖି ୩ ଲକ୍ଷ ଶଯ୍ୟା ରହିଛି। ସହରାଞ୍ଚଳରେ କମ୍‌ ଅର୍ଥାତ୍‌ ପ୍ରାୟ ୩,୭୦୦ ହସ୍ପିଟାଲ ରହିଛି। କିନ୍ତୁ ୪.୩ ଲକ୍ଷରୁ ଊର୍ଦ୍ଧ୍ୱ ଶଯ୍ୟା ରହିଛି। କେତେକ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ଗୋଟିଏ ଶଯ୍ୟାରେ ୨ଜଣ ଚିକିତ୍ସିତ ହେଉଥିବା ତଥ୍ୟରୁ ଜଣାପଡ଼ିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୨୦୧୭ ମାର୍ଚ୍ଚ ରିପୋର୍ଟକୁ ଦେଖିଲେ ଭାରତରେ ପ୍ରତି ୮୪ ହଜାର ଲୋକଙ୍କ ପାଇଁ ଗୋଟିଏ ଆଇସୋଲେଶନ ବେଡ୍‌ ରହିଥିବାବେଳେ ପ୍ରତି ୩୬ ହଜାର ଜନସଂଖ୍ୟା ପାଇଁ ଗୋଟିଏ କ୍ୱାରାଣ୍ଟାଇନ ବେଡ୍‌ ରହିଛି। ୨୦୧୭ରେ ଉତ୍ତରପ୍ରଦେଶର ୨,୯୦୪ ଜଣଙ୍କ ପାଇଁ ସରକାରୀ ହସ୍ପିଟାଲରେ ଗୋଟିଏ ଶଯ୍ୟା ରହିଥିଲା। କିନ୍ତୁ ୨୦୧୩ରେ ଗୋଟିଏ ଶଯ୍ୟା ୧୮୧ଜଣଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଏଥିରୁ ସ୍ପଷ୍ଟ ଯେ, ଦିନକୁ ଦିନ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଦୁର୍ବଳ ହୋଇପଡ଼ୁଥିବାବେଳେ ସରକାରୀ ବିଫଳତାକୁ ମଧ୍ୟ ସୂଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri