୧୨ପରିବାରଙ୍କ ଘର ଉଜାଡ଼ିଲା ଅଦିନିଆ ଝଡ଼ବର୍ଷା

ଦଶମନ୍ତପୁର,୨୫ା୫ (ଡି.ଏନ୍‌.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚ଼ଣାବାଡ଼ ପଞ୍ଚାୟତର ଏସ୍‌.ଡଣ୍ଡାବାଡ଼ ଗ୍ରାମରେ ରବିବାର ଅପରାହ୍ନରେ ଅଦିନିଆ ଝଡ଼ବର୍ଷା ହୋଇଛି। ଫଳରେ ଗ୍ରାମର ୧୨ ଜଣଙ୍କ ଘର ଭାଙ୍ଗଛି। ସେମାନଙ୍କ ମଧ୍ୟରୁ ଶୋଭା ସାଉନ୍ତାଙ୍କ ୬ଟି ଆଜବେଷ୍ଟ ଭାଙ୍ଗିରୁଜିଯିବା ସହ ୩୦ ବସ୍ତା ଧାନ, ୩ ବସ୍ତା ମାଣ୍ଡିଆ, ୫୦ କେଜି ଚ଼ାଉଳ ଓଦା ହୋଇ ନଷ୍ଟ ହୋଇଛି। ଦର୍ଶନ ସାଉନ୍ତାଙ୍କ ୧୦ଟି ଆଜବେଷ୍ଟସ ପବନ ଉଡ଼ାଇ ନେଇଛି। ୬୦ ବସ୍ତା ଧାନ, ୩ ବସ୍ତା ଚ଼ାଉଳ ଓ ୪ କୁଇଣ୍ଟାଲ ମାଣ୍ଡିଆ, ସୁବାସ ସାଉନ୍ତାଙ୍କ ୬ଟି ଆଜବେଷ୍ଟସ ଭାଙ୍ଗିଥିବା ବେଳେ ୮ ବସ୍ତା ଧାନ, ୨ ବସ୍ତା ମାଣ୍ଡିଆ, ୫୦ କେଜି ସୁଆଁ, ୬୦ ହଜାର ଟଙ୍କାର ଦୋକାନ ସାମଗ୍ରୀ ନଷ୍ଟ ହୋଇଯାଇଛି। ଆନନ୍ଦ ସାଉନ୍ତାଙ୍କ ମାଣ୍ଡିଆ ୨୦ କେଜି, ୪୦ ବସ୍ତା ଧାନ, ଘରର ବାସନ କୁସନ ସାମଗ୍ରୀ, ଦୁକୁ ଜାନିଙ୍କ ୨ଟି ଆଜବେଷ୍ଟସ, ୪ ବସ୍ତା ମାଣ୍ଡିଆ, ସୁନ୍ଦର କୁଲିସିକାଙ୍କ ୭ଟି ଆଜବେଷ୍ଟସ ସହ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ସେହିପରି ଈଶ୍ୱର ମିଣିଆକାଙ୍କ ଘର କ୍ଷତି ହୋଇଛି। ଲିମ ମିଣିଆକାଙ୍କ ୩ଟି ଆଜବେଷ୍ଟସ, ୬ ବସ୍ତା ଧାନ, ୪ ବସ୍ତା ମାଣ୍ଡିଆ, ମାତି ଜାନିଙ୍କ ୨ଟି ଆଜବେଷ୍ଟସ ଏବଂ ୨୦ ବସ୍ତା ଧାନ ନଷ୍ଟ ହୋଇଛି। ପାତ୍ର ସାଉନ୍ତାଙ୍କ ୧୦ ବସ୍ତା ଧାନ, ୩ ବସ୍ତା ମାଣ୍ଡିଆ ଏବଂ ୨ଟି ଆଜବେଷ୍ଟସ ଏବଂ ସାହେବ ଜାନିଙ୍କ ୪ଟି ଆଜବେଷ୍ଟସ ନଷ୍ଟହେବା ସହ ନିଜ ବାଡ଼ିରେ ଲାଗିଥିବା କଦଳୀ ଓ ଆମ୍ବ ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିସହ ଗ୍ରାମର ଅନ୍ୟ ପରିବାର ମଧ୍ୟ ଅଳ୍ପ ବହୁତେ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ଷାପବନ ଯୋଗୁ ଗ୍ରାମରେ ସୋମବାର ଅପରାହ୍ନ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ତହସିଲଦାର ଅଜୟ ପ୍ରକାଶ ତିର୍କୀଙ୍କୁ ପଚାରିବାରୁ ସେ କହିଲେ ଯେ, ମୁଁ ଆର୍‌ଆଇଙ୍କୁ କ୍ଷୟକ୍ଷତି ଆକଳନ ପାଇଁ ପଠାଇ ସହାୟତା ବ୍ୟବସ୍ଥା କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଘୁ.ଉଦୟଗିରିରେ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ

ଘୁ.ଉଦୟଗିରି,୩୧।୧୦(ଚିନ୍ମୟ କୁମାର ସେଠୀ): ଆଲୋକର ପର୍ବ ପବିତ୍ର ଦୀପାବଳୀ ଅବସରରେ ସ୍ଥାନୀୟ ବନ୍ଧ ଛକ ପୂଜା ମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଯାଇଛି। ଚଳିତ...

ବ୍ରିଜ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ମହିଳା

କୋରାପୁଟ,୩୧।୧୦: କୋରାପୁଟ ଜିଲା ଦୁରୁଗୁଡ଼ା ନିକଟରେ ଗୁରୁବାର ବ୍ରିଜ ଉପରୁ ଜଣେ ମହିଳା କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି। ମିଳିଥିବା ସୂଚନା ମୁତାବକ, ମହିଳା ଜଣକ...

ରାସ୍ତାରେ ଜଳିଗଲା ଚଳନ୍ତା ହାଇୱା

କୋରାପୁଟ/ନାରାୟଣପାଟଣା,୩୧।୧୦(ଅମିତାଭ ବେହେରା/ରାଜକିଶୋର ଜେନା) ଦୀପାବଳୀରେ ଏକ ଅଘଟଣ ସାମ୍‌ନାକୁ ଆସିଛି। କୋରାପୁଟ ଜିଲା ନାରାୟଣପାଟଣା ଥାନା ଅଧୀନ ବିଜାଘାଟି ବୁଢାପଣସ ନିକଟରେ ଗୁରୁବାର ଏକ ହାଇୱାରେ...

କୋରାପୁଟରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ, ବାଦ୍ୟର ତାଳେ ତାଳେ ଝୁମିଲେ…

କୋରାପୁଟ,୨୭ା୧୦(ଅମିତାଭ ବେହେରା): ରବିବାର କୋରାପୁଟ ଜିଲାର ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମର ମା’ ମାଉଲିମା ମନ୍ଦିରରୁ ପୂଜାର୍ଚ୍ଚନା ପରେ ଅନୁଷ୍ଠାନିକ ଭାବେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ...

ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍‌: ଟ୍ରେନ ଚଳାଚଳ ବ୍ୟାହତ

କୋରାପୁଟ,୨୧।୧୦(ଅମିତାଭ ବେହେରା): କୋରାପୁଟ-ବିଶାଖାପାଟଣା ଟ୍ରେନ୍‌ ଲାଇନରେ ସୋମବାର ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। କୋରାପୁଟ କୋତାବାଲସା ରୁଟ୍‌ ଚିମିଡ଼ିପାଲ୍ଲୀ ଷ୍ଟେଶନ ନିକଟରେ ଟ୍ରେନର ୫...

କୋରାପୁଟ ଜିଲା ପାଇଁ ଆଣିଲେ ଗୌରବ: ଓଏଏସ ପରୀକ୍ଷାରେ ୬ ଜଣଙ୍କୁ ସଫଳତା

କୋରାପୁଟ,୨୦।୧୦(ଅମିତାଭ ବେହେରା ): ରାଜ୍ୟ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ କୋରାପୁଟ ଜିଲାର ୬ ଜଣ ଯୁବତୀ ଓ...

କୋଟିଆ ପଞ୍ଚାୟତର ନୂଆ ଭୋଟକେନ୍ଦ୍ର ଉପରେ ମୋହର ମାରିଲେ କେନ୍ଦ୍ର ନିର୍ବାଚନ ଅଧିକାରୀ: ଗ୍ରାମରେ ଖେଳିଗଲା ଖୁସି

ପଟ୍ଟାଙ୍ଗି,୧୯।୧୦(ଶରତ ଧଳ): ଓଡ଼ିଶାର ଭୋଟରଙ୍କ ଦୁର୍ବଳତାର ଫାଇଦା ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ସପକ୍ଷରେ ପଞ୍ଚାୟତ ଓ ବିଧାନସଭା ଦୁଇଟି ନିର୍ବାଚନରେ ଫାଇଦା ଉଠାଇ...

ଆନ୍ଧ୍ର ସରକାରଙ୍କୁ ଜମି ପଟ୍ଟା ମାଗି ଧାରଣାରେ ବସିଲେ କୋଟିଆ ପଞ୍ଚାୟତର ଲୋକେ; ଚିନ୍ତାରେ ଓଡ଼ିଶା ସରକାର

ପଟ୍ଟାଙ୍ଗି,୧୦।୧୦(ଶରତ ଧଳ): ପଡୋଶୀ ଆନ୍ଧ୍ର ରାଜ୍ୟ ତହସିଲ କାର୍ଯ୍ୟାଳୟ ସମୁଖରେ ଓଡ଼ିଶାର ସୀମାନ୍ତ ଗ୍ରାମବାସୀ ଜଙ୍ଗଲଜମି ପଟ୍ଟା ପ୍ରଦାନ ଦାବି ଉଠାଇ ଧାରଣା ଦେବା ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri