ଭୁବନେଶ୍ୱର,୭ା୮(ବ୍ୟୁରୋ): ୨୦୨୧ ଜନଗଣନା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜନଗଣନା କ୍ଷେତ୍ର ପରୀକ୍ଷଣ ପ୍ରଶିକ୍ଷଣ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବିଏମ୍ସି ସଭାଗୃହରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ଜନଗଣନା ଦାୟିତ୍ୱରେ ଥିବା ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ। ପ୍ରତି ୧୦ ବର୍ଷ ବ୍ୟବଧାନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଗଣନା କାର୍ଯ୍ୟକ୍ରମ କରାଯାଉଥିବାବେଳେ ଏଥିରେ ସ୍କୁଲ ଶିକ୍ଷକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏହି ଅବସରରେ ଭୁବନେଶ୍ୱରର ୪୦ଟି ସରକାରୀ ସ୍କୁଲର ଶିକ୍ଷକଙ୍କୁ ଜନଗଣନା କିଭଳି ଓ କେଉଁ ଉପାୟରେ କରାଯିବ ସେନେଇ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ କରାଯିବ। ଏହି ୪ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ।
ଜନଗଣନାକୁ ସ୍ପଷ୍ଟ ଓ ସ୍ବଚ୍ଛ କରିବା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ମାଧ୍ୟମରେ କରିବା ଲାଗି ଏଥର ଗୁରୁତ୍ୱ ଦିଆଯାଇଛି। ତେଣୁ ଜନଗଣନାକାରୀ କର୍ମୀ ଓ ସୁପରଭାଇଜର ଠିକ୍ ତଥ୍ୟ ସଂଗ୍ରହ କରିବାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିଲାଗି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଶିକ୍ଷଣ ନେବା ପରେ ଅଂଶଗ୍ରହଣକାରୀମାନେ ସର୍ଭେ ପାଇଁ ଯିବେ। ଏହି ଗଣନା କାର୍ଯ୍ୟକ୍ରମ ପୁରୁଣା ୱାର୍ଡ ନଂ. ୧୫ ତଥା ସାଲିଆ ସାହି, ନୟାପଲ୍ଲୀ ଏବଂ ଆଇଆର୍ସି ଆଦି ଅଞ୍ଚଳରେ ୨୯ଟି ଏନୁମେରେଶନ୍ ବ୍ଲକରେ ହେବ। ପ୍ରଶିକ୍ଷଣ ନେବା ପରେ ନିଜର ଦୈନିକ ବିଦ୍ୟାଳୟ କାର୍ଯ୍ୟ ବ୍ୟତୀତ ସ୍ବତନ୍ତ୍ର ସମୟରେ ଶିକ୍ଷକମାନେ କ୍ଷେତ୍ର ପରିଦର୍ଶନ କରି ଗୃହ ତାଲିକା ଏବଂ ଜନଗଣନା କରିବେ। ଏହି ଗଣନା ଅଗଷ୍ଟ ୧୨ରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବରରେ ଶେଷ ହେବ। ସର୍ଭେର ସରଳତା ଓ ଜଟିଳତାକୁ ବିଚାରକରି ଜନଗଣନା ବିଭାଗ ଆପଣାଇଥିବା ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ କରାଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜନଗଣନା ବିଭାଗର ଆସିଷ୍ଟାଣ୍ଟ ଡାଇରେକ୍ଟର ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇଥିବା ବେଳେ ବିଏମସି ସେନ୍ସସ୍ ବିଭାଗର ମାନସ ରଞ୍ଜନ ମିଶ୍ର ସହଯୋଗ କରିଥିଲେ।

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ: ମା’ କୋଳକୁ ଫେରିଲା ହଜିଲା ପୁଅ, କୋଳେଇନେଇ…
ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ
ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

Heavy Rainfall: ଆଉ ୨୪ଘଣ୍ଟାରେ ପ୍ରବଳ ଝଡବର୍ଷା! ୬ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୧୧।୪: ଆଉ ୨୪ ଘଣ୍ଟାରେ ହେବ ପ୍ରବଳ ଝଡ଼ ବର୍ଷା। ଏନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ପୁଣି ହେବ ଉପନିର୍ବାଚନ!
ଭୁବନେଶ୍ୱର, ୧୧ା୪: ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ପ୍ରାଥମିକ ପଦକ୍ଷେପ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ...

Kalbaisakhi in Odisha: ଓଡ଼ିଶାରେ କାହିଁକି ହୁଏ କାଳବୈଶାଖୀ, ଅଦିନରେ ଝଡବତାସର କାରଣ…
ଭୁବନେଶ୍ୱର,୧୧।୪: କାଳବୈଶାଖୀ, ଯାହାକୁ ସ୍ଥାନୀୟ ଭାବେ “ନର୍ୱେଷ୍ଟର” ମଧ୍ୟ କୁହାଯାଏ। ଏହା ଏକ ପ୍ରକାରର ବର୍ଷା ଓ ଝଡ଼ତୋଫାନ ଯାହା ଓଡ଼ିଶା ସମେତ ପୂର୍ବ ଭାରତର...

Chilika Lake: ରାତି ଅଧରେ ଚିଲିକା ମଝିରୁ ଶୁଭେ ମୃଦୁ ଗୀତ ଆଉ ଅଜଣା ସ୍ବର! ହଠାତ ଦେଖାଯାଏ ଛାୟା…
ଭୁବନେଶ୍ୱର,୧୧।୪: ଚିଲିକା ହ୍ରଦ, ଓଡ଼ିଶାର ସବୁଠାରୁ ବଡ଼ ଖାରିଆ ପାଣିର ହ୍ରଦ। ଏହା କେବଳ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୀବବୈଚିତ୍ର୍ୟ ପାଇଁ ନୁହେଁ, ବରଂ...

ଯୁବ ଲେଖକ ସମ୍ମିଳନୀରେ ମତପ୍ରକାଶ: ଯୁବପିଢିଙ୍କ ଲେଖନୀ ମୁନରେ ସମୃଦ୍ଧ ହେବ ଓଡ଼ିଆ ଭାଷା ସାହିତ୍ୟ
ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ): ଭଲ କାହାଣୀ, ଭଲ ନାଟକ ଏବଂ ଭଲ କବିତା ଦ୍ଵାରା ଓଡ଼ିଆ ଭାଷା ତିଷ୍ଠି ରହିପାରିବ । ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା...

ପୀୟୂଷଙ୍କୁ ବ୍ୟାନ୍ କରାଯାଇନି : ଯାତ୍ରା ପାର୍ଟି ମାଲିକ
ଭୁବନେଶ୍ୱର,୧୧।୪: ଜଲିଉଡ ହାଇପେଡ ଆକ୍ଟର ପୀୟୂଷ ତ୍ରିପାଠୀ ୧ କୋଟି ୧୫ ଲକ୍ଷ ଟଙ୍କା ଫେରାଇଛନ୍ତି। ସେ ସୂର୍ଯ୍ୟ ମନ୍ଦିରକୁ ୬୦ ଲକ୍ଷ, ସିଂହବାହିନୀକୁ ୫୫...