Posted inଜାତୀୟ

୧୩୪ ବର୍ଷ ତଳର ଅଯୋଧ୍ୟା ବିବାଦ: ଦାଖଲ ହୋଇଛି ୧୨ ଲକ୍ଷ ୫୦ ହଜାର ପୃଷ୍ଠାର ଫଟୋକପି

ନୂଆଦିଲ୍ଲୀ,୧୬।୧୦: ରାମଜନ୍ମ ଭୂମି ବାବରୀ ମସଜିଦ୍‌ ବିବାଦ ବହୁ ବର୍ଷ ଧରି ନିର୍ମୋହି ଆଖଡ଼ା ଏବଂ ମୁସଲମାନ୍‌ ପକ୍ଷଙ୍କ ମଧ୍ୟରେ ଜାରି ରହିଛି। ୧୩୪ ବର୍ଷ ତଳର ଅଯୋଧ୍ୟା ବିବାଦ ନେଇ ଅଦାଲତରେ ହିନ୍ଦୁ ପକ୍ଷ ୭ ଲକ୍ଷ ୫୦ ହଜାର ଏବଂ ମୁସଲମାନ୍‌ ପକ୍ଷଙ୍କ ଦ୍ୱାରା ୫ ଲକ୍ଷ ମୋଟ ୧୨ ଲକ୍ଷ ୫୦ ହଜାର ପୃଷ୍ଠାର ଫଟୋ କପି ଦାଖଲ କରାଯାଇଛି। ଇତିହାସରୁ ଜଣାଯାଏ ୧୫୨୬ରେ ବାବର ଏବଂ ଇବ୍ରାହିମ୍‌ ଲୋଧୀଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ବାବରଙ୍କ ଜଣେ ସେନାପତି ଅଯୋଧ୍ୟାରେ ପହଞ୍ଚି ସେଠାରେ ମସଜିଦ୍‌ ନିର୍ମାଣ କରିଥିଲେ। ବାବରଙ୍କୁ ସମ୍ମାନ ଜଣାଇ ଏହାର ନାମ ବାବରୀ ମସଜିଦ୍‌ ରଖାଯାଇଥିଲା। ଏହି ମସଜିଦ୍‌କୁ ନେଇ ୧୮୫୩ରେ ନବାବ ଓ୍ବାଜିଦ୍‌ ଅଲ୍ଲୀ ଶାହଙ୍କ ସମୟରେ ପ୍ରଥମ କରି ଅଯୋଧ୍ୟାରେ ସାମ୍ପ୍ରଦାୟିକ ହିଂସା ହୋଇଥିଲା। ହିନ୍ଦୁମାନେ ଅଭିଯୋଗ ଆଣିଥିଲେ ଯେ, ସେଠାରେ ମନ୍ଦିର ଭଙ୍ଗାଯାଇ ମସଜିଦ୍‌ ନିର୍ମାଣ ହୋଇଛି। ପରେ ୧୩୪ ବର୍ଷ ତଳେ ୧୮୮୫ରେ ନିର୍ମୋହି ଆଖଡ଼ା ଜମିର ମାଲିକାନା ନେଇ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ତେବେ ଫୈଜାବାଦ୍‌ ଜିଲା ଅଦାଲତ ରାମ ଚବୁତରା ଉପରେ ଛତା ସ୍ଥାପନ କରିବା ପାଇଁ ମହନ୍ତ ରଘୁବୀର ଦାସଙ୍କ ଆବେଦନକୁ ଖାରଜ କରିଥିଲେ। ୧୯୪୯ରେ ଏଠାରେ ରାମଲଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ୧୯୫୦ରେ ହିନ୍ଦୁ ମହାସଭା ଆଇନଜୀବୀ ଗୋପାଳ ବିଶାରଦ ବିବାଦୀୟ ଜମିରେ ପୂଜା ପାଇଁ ଫୈଜାବାଦ୍‌ ଜିଲା ଅଦାଲତରେ ଆବେଦନ କରିଥିଲେ। ୧୯୫୯ରେ ନିର୍ମୋହି ଆଖଡ଼ା ବିବାଦୀୟ ଜମିରେ ମାଲିକାନା ଅଧିକାର ଦାବି କରିଥିଲେ। ୧୯୬୧ରେ ସୁନ୍ନୀ ଓ୍ବାକଫ୍‌ ବୋର୍ଡ ଏଠାରେ ମୂର୍ତ୍ତି ପୂଜାକୁ ବିରୋଧ କରିବା ସହିତ ମସଜିଦ୍‌ ଆଖପାଖ ଅଞ୍ଚଳର ମାଲିକାନା ଦାବି ଦାଖଲ କରିଥିଲେ। ୧୯୮୧ରେ ଏନେଇ ସୁନ୍ନୀ ଓ୍ବାକଫ୍‌ ବୋର୍ଡ ପକ୍ଷରୁ ମାମଲା ଦାଏର କରାଯାଇଥିଲା। ୧୯୮୯ରେ ଆହ୍ଲାବାଦ୍‌ ହାଇକୋର୍ଟ ବିବାଦୀୟ ଜମିରେ ଯଥାସ୍ଥିତି କାଏମ୍‌ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୯୯୨ରେ କରସେବକଙ୍କ ଦ୍ୱାରା ବିବାଦୀୟ ନିର୍ମାଣକୁ ଭଙ୍ଗ କରାଯାଇଥିଲା। ୨୦୦୨ରେ ଆହ୍ଲାବାଦ୍‌ ହାଇକୋର୍ଟରେ ବିବାଦୀୟ ଜମିକୁ ନେଇ ବିଚାର ଆରମ୍ଭ ହୋଇଥିଲା। ୨୦୧୦ରେ ଆହ୍ଲାବାଦ୍‌ ହାଇକୋର୍ଟ ନିର୍ମୋହି ଆଖଡ଼ା, ସୁନ୍ନୀ ଓ୍ବାକଫ୍‌ ବୋର୍ଡ ଏବଂ ରାମଲଲାଙ୍କ ମଧ୍ୟରେ ୨.୭୭ ଏକର ବିବାଦୀୟ ଜମିକୁ ସମାନ ଭାବେ ବାଣ୍ଟି ଦେଇଥିଲେ। ୨୦୧୧ରେ ସୁପ୍ରିମ୍‌କୋର୍ଟ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଥିଲେ। ୨୦୧୬ରେ ସୁବ୍ରମଣ୍ୟମ ସ୍ବାମୀ ବିବାଦୀୟ ଜମି ଉପରେ ମନ୍ଦିର ନିର୍ମାଣ ପାଇଁ ଆବେଦନ କରିଥିଲେ। ୨୦୧୮ରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ। ୨୦୧୯ ଅଗଷ୍ଟ ୬ରୁ ସାମ୍ବିଧାନିକ ପୀଠରେ ଏହାର ଶୁଣାଣି ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri