ଚାମୋଲି, ୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଯବାନମାନେ ଯୋଗ କରିଛନ୍ତି। ଉତ୍ତରାଖଣ୍ଡ ଚାମୋଲି ଜିଲାର ଭାରତ ଚାଇନା ସୀମାରେ ମୁତୟନ ଥିବା ଆଇଟିବିପି ଯବାନମାନେ ସମୁଦ୍ରପତ୍ତନଠାରୁ ୧୪ ହଜାର ଫୁଟ ଉଚ୍ଚରେ ବରଫରେ ବସି ଯୋଗ କରିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ହିମାଳୟର ୧୮,୮୦୦ ଫୁଟ ଉଚ୍ଚରେ ସିକିମ୍ର ହିମବୀରମାନେ ଯୋଗ କରିଛନ୍ତି। ସେହିପରି ଲଦାଖର ଖରଡୁଙ୍ଗ୍ ଲା’ଠାରେ ୧୮୦୦୦ ଫୁଟ ଉଚ୍ଚରେ ଯବାନମାନେ ଯୋଗ କରିଛନ୍ତି।