ନୂଆଦିଲ୍ଲୀ, ୨୯। ୩: କରୋନା ମୁକାବିଲା ପଦକ୍ଷେପ ସ୍ବରୂପ ପ୍ରମୁଖ ବାଣିଜି୍ୟକ ଗ୍ରୁପ ଆଇଟିସି ପକ୍ଷରୁ ୧୫୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରାଯାଇଛି। କମ୍ପାନୀ ଏହାର ‘ନେଶନ ଫାଷ୍ଟ ସବ୍ ସାଥ ବଢେ’ କାର୍ଯ୍ୟକ୍ରମ ଅଧୀନ ସମାଜର ନିଷ୍ପେଷିତ ବର୍ଗର ଲୋକଙ୍କ ନିରନ୍ତର ବିକାଶ ଲାଗି ଏଭଳି ପାଣ୍ଠି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛି। କରୋନାର ବିଭିନ୍ନ ଚ୍ୟାଲେଞ୍ଜ ବିରୋଧରେ ଲଢିବା ଲାଗି କମ୍ପାନୀ କେନ୍ଦ୍ର ସରକାରଙ୍କ ସହ ମିଳିତ ହୋଇ କାର୍ଯ୍ୟ କରୁଥିବା କହିଛି। ବିଭିନ୍ନ ରାଜ୍ୟର ଜିଲା ପ୍ରଶାସନ ସହ ମିଳିତ ହୋଇ ସ୍ବାସ୍ଥ୍ୟ, ହେଲଥ ଇକୋସିଷ୍ଟମ ସହ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଥିବା ଆଇଟିସି ଲିମିଟେଡର ଅଧ୍ୟକ୍ଷ ସଞ୍ଜୀବ ପୁରୀ ସୂଚନା ଦେଇଛନ୍ତି।