Posted inଖେଳ

୧୬ ଜଣଙ୍କୁ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ

ଭୁବନେଶ୍ୱର, ୨୯।୮(ସ୍ପୋଟର୍‌ସ ବ୍ୟୁରୋ)- ଜଣାଶୁଣା ପତ୍ରିକା ‘ଦୂରଦର୍ଶୀ’ ତରଫରୁ ଏଥର ମଧ୍ୟ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୬ଜଣଙ୍କୁ ସମ୍ମାନିତ କରାଯାଇଛି। ସ୍ଥାନୀୟ ଇଡକଲ ଅଡିଟୋରିୟମଠାରେ କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ୧୧୪ତମ ଜୟନ୍ତୀ ତଥା ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ୨୦୧୯ ପାଇଁ ଅଷ୍ଟମ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ‘ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଗତ ୭ ବର୍ଷ ହେବ ରାଜ୍ୟରେ କ୍ରୀଡ଼ାର ଉନ୍ନତି ପାଇଁ କାର୍ଯ୍ୟ କରିଆସୁଥିବା କ୍ରୀଡ଼ାବିତ୍‌, କ୍ରୀଡ଼ା ପ୍ରଶିକ୍ଷକ ଓ କ୍ରୀଡ଼ା ସଂଗଠକମାନଙ୍କୁ ପ୍ରାତ୍ସାହିତ କରିବା ଲାଗି ସମ୍ମାନିତ କରିବା ସହ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ‘ଦୂରଦର୍ଶୀ’ର ସମ୍ପାଦକ ଦୁର୍ଗା ସାମନ୍ତରାୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ରୂପେ ମାନ୍ୟବର କ୍ରୀଡ଼ା ଓ ଯୁବ ବ୍ୟାପାର, ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ରୂପେ ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକ, ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ, ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷ ବିଜୟ ନାୟକ, ଭାରତୀୟ ସଫ୍ଟ ଟେନିସ ମହାସଂଘ ସମ୍ପାଦକ ବିକାଶ ପଟ୍ଟନାୟକ, ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟିକା ତଥା ବର୍ତ୍ତମାନର କୋଚ୍‌ ଓ ଚୟନକର୍ତ୍ତା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ବ୍ୟୁରୋ ଚିଫ୍‌ ପ୍ରସନ୍ନ ବିଷୋୟୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ କ୍ରୀଡ଼ାରେ ସୁନାମ ଅର୍ଜନ କରିଥିବା ବିଭିନ୍ନ କ୍ରୀଡ଼ାବିତ୍‌, କ୍ରୀଡ଼ା ପ୍ରଶିକ୍ଷକ, କ୍ରୀଡ଼ା ସଂଗଠକ, କ୍ରୀଡ଼ା ସାମ୍ବାଦିକ ତଥା ସମୀକକ୍ଷ ଓ କ୍ରୀଡ଼ା ପୃଷ୍ଠପୋଷକଙ୍କୁ ଏହି ଅବସରରେ ଅଷ୍ଟମ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ସମେତ ପାରା ଆଥଲେଟନ ଜୟନ୍ତୀ ବେହେରା, ଓଡ଼ିଶା ଭଲିବଲ ସଂଘ ସମ୍ପାଦକ ଗଗନେନ୍ଦୁ ଦାସ, ଓଡ଼ିଶା ଚେସ୍‌ ସଂଘ ସମ୍ପାଦକ ଦେବବ୍ରତ ଭଟ୍ଟ, ସୁନୀଲ ଦାଶ, ମହିଳା କ୍ରୀଡ଼ା ସାମ୍ବାଦିକ ସମୀକ୍ଷା ପଟ୍ଟନାୟକ, ଯାଜପୁର ଜିଲା କ୍ରୀଡ଼ାସଂଘ ସମ୍ପାଦକ ସମ୍ବିତ ମହାନ୍ତି, କ୍ରୀଡ଼ା ସଂଗଠକ ସଞ୍ଜୟ କୁମାର ନାୟକ, ଚେସ୍‌ ଖେଳାଳି ଶ୍ରେୟାସ ଶୁଭମ ପଟ୍ଟନାୟକ, ଓଡ଼ିଶା ବଲ ବ୍ୟାଡମିଣ୍ଟନ ସଂଘ ସଭାପତି ଷ୍ଟାଲିନ ପରିଜା, କରାଟେ ଖେଳାଳି ରିତେଶ ମହାନ୍ତି, ଟେବୁଲ ଟେନିସ ଖେଳାଳି ଶ୍ୱେତପଦ୍ମା ଦଳାଇ, ହ୍ୟାଣ୍ଡବଲ୍‌ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନ୍‌, ପାଓ୍ବାର ଲିଫ୍ଟର ରାକେଶ ଭୁକ୍ତା, କ୍ରୀଡ଼ା ପ୍ରଶିକ୍ଷକ ଶୁଭେନ୍ଦୁ ସାମନ୍ତରାୟ ଓ ଧାବକ ବୁଦ୍ଧାଦିତ୍ୟ ସ୍ବାଇଁ ପ୍ରମୁଖଙ୍କୁ ଅଷ୍ଟମ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଥିଲା। ଅର୍ପିତା ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri